Skip to main content

 

ଶ୍ରୀବିଦ୍ୟାର ମହତ୍ତ୍ଵ--

‘’ୟତ୍ରାସ୍ତି ଭୋଗୋ ନ ଚ ତତ୍ର ମୋକ୍ଷ:, ୟତ୍ରାସ୍ତି ମୋକ୍ଷୋ ନ ଚ ତତ୍ର ଭୋଗ:

ଶ୍ରୀସୁନ୍ଦରୀସାଧନତତ୍ପରାଣାଂ, ଭୋଗଶ୍ଚ ମୋକ୍ଷଶ୍ଚ କରସ୍ଥ ଏବ‘’

[ ଅର୍ଥାତ ଏହା କୁହାଯାଇଅଛି ଯେ ଯେଉଁଠି ଭୋଗ ଅଛି, ସେହିଠାରେ ମୋକ୍ଷ ନାହି ଓ ଯେଉଁଠି ମୋକ୍ଷ ଅଛି ସେହିଠାରେ ଭୋ ନାହି କିନ୍ତୁ ଭଗବତୀ ଶ୍ରୀ ତ୍ରିପୁରା-ସୁନ୍ଦରୀ ସାଧନାରେ ଯିଏ ତତ୍ପର ହୋଇଥାଏ, ସିଏ ଦୁଇ ହସ୍ତରେ ଭୋଗ ଓ ମୋକ୍ଷ ପାଇଥାଏ]  

ଶ୍ରୀବିଦ୍ୟା ବେଦର ପ୍ରାଚୀନତମ ଓ ଗୁହ୍ୟତମ ବିଦ୍ୟା ଅଟେଏଥିରେ ନିହିତ ଶ୍ରୀ ଶବ୍ଦ ’-କାର, ’-କାର,’-କାର, ଓ ବିନ୍ଦୁ ର କଳ୍ପବୃକ୍ଷ ଅଟେଏହା ଷୋଡଶୀ କଳା ମଧ୍ୟ ଅଟେ

ଶ୍ରୀବିଦ୍ୟା ଚନ୍ଦ୍ର-ବିଦ୍ୟା ଅଟେ, ଚନ୍ଦ୍ର-କଳା ଅମୃତ-କଳା ଅଟେ, ଭଗବତୀ କୁଣ୍ଡାଳିନୀ ଅଟେ, ଓ ସିଏ ଶ୍ରୀସ୍ଵରୂପା [ତ୍ରିପୁର-ସୁନ୍ଦରୀ] ଅଟେ।

ଦଶ ମହାବିଦ୍ୟା ରୁ ତୃତୀୟ ମହାବିଦ୍ୟା ଭଗବତୀ ଷୋଡଶୀ ବା ଶ୍ରୀବିଦ୍ୟା ଅଟେ। ଏହାଙ୍କୁ ତ୍ରିପୁର-ସୁନ୍ଦରୀ, ରାଜରାଜେଶ୍ଵରୀ, ଲଳିତା, କାମେଶ୍ଵରୀ, ତ୍ରିପୁରା, ମହା-ତ୍ରିପୁର-ସୁନ୍ଦରୀ, ସୁଭଗା, ବାଲା-ତ୍ରିପୁର-ସୁନ୍ଦରୀ ଆଦି ଅନେକ ନାମରେ ପୂଜା କରାଯାଏଶ୍ରୀବିଦ୍ୟା, ଶ୍ରୀକୁଳ ଅନ୍ତର୍ଗତ ଅଟେଏହି ଆଦି ଶଙ୍କର ଙ୍କ ଚାରି ମଠରେ ଶ୍ରୀବିଦ୍ୟା [ତ୍ରିପୁର-ସୁନ୍ଦରୀ] ଓ ଏହାର ଯନ୍ତ୍ର ଆଜି ପର୍ଯ୍ୟନ୍ତ ଉପାସନା ଚାଲିଆସିଅଛିଉତ୍ତର ଭାରତରେ ଏହାର ପ୍ରଚଳନ ବହୁତ କମ ଅଟେ।

ଭାବନୋପନିଷଦ ଦେବିପଞ୍ଚସ୍ତବି, ସୌନ୍ଦର୍ଯ୍ୟ-ଲହରୀ, ଲଳିତା ସହସ୍ର ନାମ, ପରଶୁରାମ-କଳ୍ପସୁତ୍ର, ଶ୍ରୀବିଦ୍ୟା-ବାରିବସ୍ୟା, ଶ୍ରୀବିଦ୍ୟାର୍ଣବ ତନ୍ତ୍ର, ଶ୍ରୀ ପ୍ରପଞ୍ଚସାର, ତ୍ରିପୁରାର୍ଣବ ତନ୍ତ୍ର, ଶ୍ରୀବିଦ୍ୟା ରତ୍ନାକର, ଦୁର୍ବାସା ପ୍ରଣିତ ତ୍ରିପୁରା-ମହିମ୍ନ-ସ୍ତୋତ୍ର ଆଦି ଅନେକ ଉଚ୍ଚସ୍ତରୀୟ ଗ୍ରନ୍ଥ ଅଛି।

ଜଗତଜନନୀ, ଆଦିଶକ୍ତି, ଅଖଣ୍ଡ-ବ୍ରହ୍ମାଣ୍ଡ-ନାୟିକା, ପରାମ୍ବା ମହା-ତ୍ରିପୁର-ସୁନ୍ଦରୀର ପ୍ରକାଶ ଦ୍ଵାରା ସମସ୍ତ ସକଳ ଚରାଚର ଜଗତ ପ୍ରକାଶିତ ହେଉଅଛି। ଏହାର ଉପାସନା ର ବହି: ଉପାସନା [ଶ୍ରୀଚକ୍ରରେ ବାହ୍ୟ-ପୂଜା]  ଓ ଅନ୍ତ୍ରରଙ୍ଗୋ ଉପାସନା, ଶରୀରରେ ହିଁ ଶ୍ରୀଚକ୍ରର ଭାବନା କରି ପୂଜା କରାଯାଇଥାଏ।

ଶ୍ରୀ ଯନ୍ତ୍ରରେ 43 ତ୍ରିକୋଣ, 28 ମର୍ମ-ସ୍ଥାନ ଓ 24 ସନ୍ଧି ଅଛି। ଶ୍ରୀ ଯନ୍ତ୍ରରେ ସମସ୍ତ ଲୋକର ସମାବେଶ ହୋଇଅଛି। ଯଥା-ବିନ୍ଦୁରେ-ସତ୍ୟ-ଲୋକ, ତ୍ରିକୋଣରେ- ତପ-ଲୋକ, ଅଷ୍ଟ କୋଣରେ-ଜନ-ଲୋକ, ଅନ୍ତର୍ଦଶାରରେ-ମହ-ଲୋକ, ବହିର୍ଦଶାରରେ-ସ୍ଵର୍ଲୋକ, ଚତୁର୍ଦଶାରରେ-ଭୁବ-ଲୋକ, ପ୍ରଥମ ବୃତରେ-ଭୂ-ଲୋକ, ଅଷ୍ଟ ଦଳ କମଲରେ-ଅତଳ, ଅଷ୍ଟ-ଦଳ କମଳର ବାହାର ବୃତରେ-ବିତଳ, ଷୋଡଶ ଦଳ କମଲରେ-ସୂତଳ, ବୃତ-ତ୍ରୟରେ ତଳାତଳ’, ଭୂପରର ପ୍ରଥମ ରେଖାରେ ମହାତଳ’, ଦିତୀୟ ରେଖାରେ-ରସା-ତଳ, ତୃତୀୟ ରେଖାରେ-ପାତାଳ-ଏହା ଶ୍ରୀଯନ୍ତ୍ରର ସ୍ୱରୂପ ଅଟେ। କର୍ମକାଣ୍ଡ ବିଷୟରେ ଶ୍ରୀଚକ୍ର  କେଉଁ କେଉଁ ଚକ୍ରରେ କେଉଁ କେଉଁ ଦର୍ଶନ-ଶାସ୍ତ୍ର ର ସମାବେଶ ହୋଇଛି ତାହା-ଭୁପୁର-ଚାର୍ବାକ-ଦର୍ଶନ, ବୃତ-ତ୍ରୟ-ସ୍ମୃତି-ପୂରାଣ-ଦର୍ଶନ, ଷୋଡଶ-ଦଳ-ବୌଦ୍ଧ-ଦର୍ଶନ, ଅଷ୍ଟ-ଦଳରେ-ଗାଣପତ୍ୟ-ଦର୍ଶନ, ଚତୁର୍ଦଶାରରେ-ସାଙ୍ଖ୍ୟ-ମୀମାଂସା, ନ୍ୟାୟ, ପାତଞ୍ଜଳ ବେଦାନ୍ତାଦୀ ଦର୍ଶନ, ବହିର୍ଦଶାରରେ—ବୈଦିକ୍ ଦର୍ଶନ, ଅନ୍ତର୍ଦଶାରରେ—ସୌର-ଦର୍ଶନ, ଅଷ୍ଟାରରେ-ବୈଷ୍ଣବ ଦର୍ଶନ, ବିନ୍ଦୁରେ-ଶୈବ-ଦର୍ଶନ ଓ ମହା-ବୈନ୍ଦବ-ଚକ୍ରରେ-କୌଳ-ଦର୍ଶନ ର ସମାବେଶ ହୋଇଥାଏ

ଶ୍ରୀ ଚକ୍ର ର ମୁଖ୍ୟତ:ତିନି ସଂପ୍ରଦାୟ ଅଛି।–ହୟଗ୍ରୀବ ସଂପ୍ରଦାୟ, ଆନନ୍ଦ-ଭୈରବ ସଂପ୍ରଦାୟ ଓ ଦକ୍ଷିଣା-ମୂର୍ତି ସଂପ୍ରଦାୟ। ଏଥିରେ ହୟଗ୍ରୀବ-ସମ୍ପ୍ରଦାୟରେ ତ୍ରିବୃତ ନ ଥାଏ, ଆନନ୍ଦ-ଭୈରବ ସମ୍ପ୍ରଦାୟରେ ତ୍ରିବୃତ ଥାଏ କିନ୍ତୁ ତାହାର ପୂଜା ହୁଏ ନାହି, ଦକ୍ଷିଣା-ମୂର୍ତି ସମ୍ପ୍ରଦାୟରେ ଶ୍ରୀଚକ୍ରରେ ତ୍ରିବୃତ ଥାଏ ଓ ଏହାର ପୂଜା ହୋଇଥାଏ।

ଏମିତି ଦେଖିବାକୁ ଗଲେ ଭଗବତୀ ଅନନ୍ତ ଓ ଅଚିନ୍ତ୍ୟ ରୂପ ଅଟନ୍ତି, ତଥାପି ତାଙ୍କର ତିନି ରୂପ ମୁଖ୍ୟ ଦୃଷ୍ଟିଗୋଚର ହୋଇଥାଏ। --

1. ନିର୍ଗୁଣ ରୂପ--ଭଗବତୀଙ୍କ ଏକ ଚକ୍ରାତ୍ମକ ରୂପ ମଧ୍ୟ ଅଛି ଯାହାକି ଶ୍ରୀ ଯନ୍ତ୍ର ରୂପରେ ପ୍ରତିଷ୍ଠିତ ଅଟେ। ଶ୍ରୀ ଚକ୍ରର ମହତ୍ତ୍ଵ ଏତେ ଅଧିକ ଅଟେ ଯେ ହଜାର ତୀର୍ଥ ସ୍ନାନ ଓ ଯଜ୍ଞ କଲେ ଯାହା ପ୍ରାପ୍ତ ହୁଏ ତାହା ଏହି ଚକ୍ରର ଦର୍ଶନ ମାତ୍ରେ ତାହାଠାରୁ ଅଧିକ ଫଳ ପ୍ରାପ୍ତ ହୋଇଥାଏତୀର୍ଥସ୍ନାନସହସ୍ରକୋଟିଫଳଦଂ ଶ୍ରୀଚକ୍ରପାଦୋଦକମ୍

2. ପୁରୁଷ ରୂପ--ଭଗବତୀଙ୍କ ପୁରୁଷ ରୂପ ବିଭିନ୍ନ ପୁରାଣରେ କରାଯାଇଅଛି।

‘’ସହସ୍ରମୁର୍ଧାନମନନ୍ତଶକ୍ତିଂ ସହସ୍ରବାହୁପୁରୁଷଂ ପୁରାଣମ୍

ଶୟାନମବ୍ଧୌ ଲଳିତେ ତବୈବ ନାରାୟଣାଖ୍ୟଂ ପ୍ରଣତୋସ୍ମି ରୂପମ୍’’

3. ନାରୀ-ରୂପ-ଭଗବତୀଙ୍କୁ ନାରୀ ରୂପରେ ମଧ୍ୟ ବିବେଚନା କରାଯାଇଅଛି।

ଭଗବତୀଙ୍କ ଅନ୍ୟ ରୂପ-

ସ୍ଥୂଳ-ରୂପ-[କାୟିକ-ଶ୍ରୀଚକ୍ର-ରୂପ]

ସୂକ୍ଷ୍ମ-ରୂପ-[ବାଚିକ—ଜପ-ରୂପ, ମନ୍ତ୍ର-ରୂପ, ଶ୍ରୀବିଦ୍ୟା-ରୂପ]

ପର-ରୂପ-ମାନସ—ଭାବନୋପନିଷଦ [ ଭାବନାର ଅନୁରୂପ]

Kailash nath agrawal, srividya upasak

continue.....


Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...