ଶ୍ରୀବିଦ୍ୟା’ର
ମହତ୍ତ୍ଵ--
‘’ୟତ୍ରାସ୍ତି ଭୋଗୋ ନ ଚ ତତ୍ର ମୋକ୍ଷ:, ୟତ୍ରାସ୍ତି ମୋକ୍ଷୋ ନ ଚ ତତ୍ର ଭୋଗ:
ଶ୍ରୀସୁନ୍ଦରୀସାଧନତତ୍ପରାଣାଂ, ଭୋଗଶ୍ଚ ମୋକ୍ଷଶ୍ଚ କରସ୍ଥ ଏବ।‘’
[ ଅର୍ଥାତ ଏହା କୁହାଯାଇଅଛି ଯେ ଯେଉଁଠି ଭୋଗ ଅଛି,
ସେହିଠାରେ ମୋକ୍ଷ ନାହି ଓ ଯେଉଁଠି ମୋକ୍ଷ ଅଛି ସେହିଠାରେ ଭୋ ନାହି କିନ୍ତୁ ଭଗବତୀ ଶ୍ରୀ
ତ୍ରିପୁରା-ସୁନ୍ଦରୀ ସାଧନାରେ ଯିଏ ତତ୍ପର ହୋଇଥାଏ, ସିଏ ଦୁଇ ହସ୍ତରେ
ଭୋଗ ଓ ମୋକ୍ଷ ପାଇଥାଏ।]
‘ଶ୍ରୀବିଦ୍ୟା’ ବେଦର ପ୍ରାଚୀନତମ ଓ ଗୁହ୍ୟତମ ବିଦ୍ୟା ଅଟେ।ଏଥିରେ
ନିହିତ ‘ଶ୍ରୀ’ ଶବ୍ଦ ‘ଶ’-କାର, ‘ର’-କାର, ଇ’-କାର, ଓ ବିନ୍ଦୁ ର କଳ୍ପବୃକ୍ଷ ଅଟେ। ଏହା
ଷୋଡଶୀ କଳା ମଧ୍ୟ ଅଟେ।
ଶ୍ରୀବିଦ୍ୟା ‘ଚନ୍ଦ୍ର-ବିଦ୍ୟା’ ଅଟେ, ଚନ୍ଦ୍ର-କଳା ‘ଅମୃତ-କଳା’ ଅଟେ, ଭଗବତୀ କୁଣ୍ଡାଳିନୀ ଅଟେ, ଓ ସିଏ ‘ଶ୍ରୀସ୍ଵରୂପା’
[ତ୍ରିପୁର-ସୁନ୍ଦରୀ] ଅଟେ।
ଦଶ
ମହାବିଦ୍ୟା ରୁ ତୃତୀୟ ମହାବିଦ୍ୟା ଭଗବତୀ ‘ଷୋଡଶୀ’ ବା ଶ୍ରୀବିଦ୍ୟା ଅଟେ। ଏହାଙ୍କୁ
ତ୍ରିପୁର-ସୁନ୍ଦରୀ, ରାଜରାଜେଶ୍ଵରୀ, ଲଳିତା, କାମେଶ୍ଵରୀ, ତ୍ରିପୁରା,
ମହା-ତ୍ରିପୁର-ସୁନ୍ଦରୀ, ସୁଭଗା,
ବାଲା-ତ୍ରିପୁର-ସୁନ୍ଦରୀ ଆଦି ଅନେକ ନାମରେ ପୂଜା କରାଯାଏ। ଶ୍ରୀବିଦ୍ୟା, ଶ୍ରୀକୁଳ ଅନ୍ତର୍ଗତ ଅଟେ। ଏହି ଆଦି ଶଙ୍କର’ ଙ୍କ ଚାରି ମଠରେ
ଶ୍ରୀବିଦ୍ୟା [ତ୍ରିପୁର-ସୁନ୍ଦରୀ] ଓ ଏହାର ଯନ୍ତ୍ର ଆଜି ପର୍ଯ୍ୟନ୍ତ ଉପାସନା ଚାଲିଆସିଅଛି। ଉତ୍ତର ଭାରତରେ
ଏହାର ପ୍ରଚଳନ ବହୁତ କମ ଅଟେ।
‘ଭାବନୋପନିଷଦ’ ଦେବିପଞ୍ଚସ୍ତବି,
ସୌନ୍ଦର୍ଯ୍ୟ-ଲହରୀ, ଲଳିତା ସହସ୍ର ନାମ,
ପରଶୁରାମ-କଳ୍ପସୁତ୍ର, ଶ୍ରୀବିଦ୍ୟା-ବାରିବସ୍ୟା, ଶ୍ରୀବିଦ୍ୟାର୍ଣବ ତନ୍ତ୍ର, ଶ୍ରୀ ପ୍ରପଞ୍ଚସାର, ତ୍ରିପୁରାର୍ଣବ ତନ୍ତ୍ର, ଶ୍ରୀବିଦ୍ୟା ରତ୍ନାକର, ଦୁର୍ବାସା ପ୍ରଣିତ ତ୍ରିପୁରା-ମହିମ୍ନ-ସ୍ତୋତ୍ର ଆଦି ଅନେକ ଉଚ୍ଚସ୍ତରୀୟ ଗ୍ରନ୍ଥ
ଅଛି।
ଜଗତଜନନୀ, ଆଦିଶକ୍ତି, ଅଖଣ୍ଡ-ବ୍ରହ୍ମାଣ୍ଡ-ନାୟିକା, ପରାମ୍ବା
ମହା-ତ୍ରିପୁର-ସୁନ୍ଦରୀ’ର ପ୍ରକାଶ ଦ୍ଵାରା ସମସ୍ତ ସକଳ ଚରାଚର ଜଗତ
ପ୍ରକାଶିତ ହେଉଅଛି। ଏହାର ଉପାସନା ର ବହି: ଉପାସନା [ଶ୍ରୀଚକ୍ରରେ ବାହ୍ୟ-ପୂଜା] ଓ ଅନ୍ତ୍ରରଙ୍ଗୋ ଉପାସନା, ଶରୀର’ରେ ହିଁ ଶ୍ରୀଚକ୍ରର ଭାବନା କରି ପୂଜା କରାଯାଇଥାଏ।
ଶ୍ରୀ
ଯନ୍ତ୍ରରେ 43 ତ୍ରିକୋଣ, 28 ମର୍ମ-ସ୍ଥାନ ଓ 24 ସନ୍ଧି ଅଛି। ଶ୍ରୀ ଯନ୍ତ୍ରରେ ସମସ୍ତ ଲୋକ’ର ସମାବେଶ ହୋଇଅଛି। ଯଥା-ବିନ୍ଦୁରେ-ସତ୍ୟ-ଲୋକ, ତ୍ରିକୋଣ’ରେ- ତପ-ଲୋକ, ଅଷ୍ଟ କୋଣରେ-ଜନ-ଲୋକ, ଅନ୍ତର୍ଦଶାର’ରେ-ମହ-ଲୋକ,
ବହିର୍ଦଶାର’ରେ-ସ୍ଵର୍ଲୋକ, ଚତୁର୍ଦଶାର’ରେ-ଭୁବ-ଲୋକ, ପ୍ରଥମ ବୃତରେ-ଭୂ-ଲୋକ, ଅଷ୍ଟ ଦଳ କମଲରେ-ଅତଳ, ଅଷ୍ଟ-ଦଳ କମଳ’ର ବାହାର ବୃତରେ-ବିତଳ, ଷୋଡଶ ଦଳ କମଲରେ-ସୂତଳ, ବୃତ-ତ୍ରୟରେ ତଳାତଳ’, ଭୂପର’ର
ପ୍ରଥମ ରେଖାରେ ‘ମହାତଳ’, ଦିତୀୟ
ରେଖାରେ-ରସା-ତଳ, ତୃତୀୟ ରେଖାରେ-ପାତାଳ-ଏହା ଶ୍ରୀଯନ୍ତ୍ର’ର ସ୍ୱରୂପ ଅଟେ। କର୍ମକାଣ୍ଡ ବିଷୟରେ ଶ୍ରୀଚକ୍ର’ର କେଉଁ କେଉଁ ଚକ୍ରରେ କେଉଁ କେଉଁ
ଦର୍ଶନ-ଶାସ୍ତ୍ର ର ସମାବେଶ ହୋଇଛି ତାହା-ଭୁପୁର-ଚାର୍ବାକ-ଦର୍ଶନ,
ବୃତ-ତ୍ରୟ-ସ୍ମୃତି-ପୂରାଣ-ଦର୍ଶନ, ଷୋଡଶ-ଦଳ-ବୌଦ୍ଧ-ଦର୍ଶନ, ଅଷ୍ଟ-ଦଳରେ-ଗାଣପତ୍ୟ-ଦର୍ଶନ, ଚତୁର୍ଦଶାର’ରେ-ସାଙ୍ଖ୍ୟ-ମୀମାଂସା, ନ୍ୟାୟ,
ପାତଞ୍ଜଳ ବେଦାନ୍ତାଦୀ ଦର୍ଶନ, ବହିର୍ଦଶାର’ରେ—ବୈଦିକ୍
ଦର୍ଶନ, ଅନ୍ତର୍ଦଶାର’ରେ—ସୌର-ଦର୍ଶନ, ଅଷ୍ଟାର’ରେ-ବୈଷ୍ଣବ ଦର୍ଶନ,
ବିନ୍ଦୁରେ-ଶୈବ-ଦର୍ଶନ ଓ ମହା-ବୈନ୍ଦବ-ଚକ୍ର’ରେ-କୌଳ-ଦର୍ଶନ ର ସମାବେଶ
ହୋଇଥାଏ।
ଶ୍ରୀ
ଚକ୍ର’ ର ମୁଖ୍ୟତ:ତିନି ସଂପ୍ରଦାୟ
ଅଛି।–ହୟଗ୍ରୀବ ସଂପ୍ରଦାୟ, ଆନନ୍ଦ-ଭୈରବ ସଂପ୍ରଦାୟ ଓ
ଦକ୍ଷିଣା-ମୂର୍ତି ସଂପ୍ରଦାୟ। ଏଥିରେ ହୟଗ୍ରୀବ-ସମ୍ପ୍ରଦାୟରେ ତ୍ରିବୃତ ନ ଥାଏ, ଆନନ୍ଦ-ଭୈରବ ସମ୍ପ୍ରଦାୟରେ ତ୍ରିବୃତ ଥାଏ କିନ୍ତୁ ତାହାର ପୂଜା ହୁଏ ନାହି, ଦକ୍ଷିଣା-ମୂର୍ତି ସମ୍ପ୍ରଦାୟରେ ଶ୍ରୀଚକ୍ରରେ ତ୍ରିବୃତ ଥାଏ ଓ ଏହାର ପୂଜା ହୋଇଥାଏ।
ଏମିତି
ଦେଖିବାକୁ ଗଲେ ଭଗବତୀ ଅନନ୍ତ ଓ ଅଚିନ୍ତ୍ୟ ରୂପ ଅଟନ୍ତି, ତଥାପି ତାଙ୍କର ତିନି ରୂପ ମୁଖ୍ୟ
ଦୃଷ୍ଟିଗୋଚର ହୋଇଥାଏ। --
1. ନିର୍ଗୁଣ
ରୂପ--ଭଗବତୀଙ୍କ ଏକ ଚକ୍ରାତ୍ମକ ରୂପ ମଧ୍ୟ ଅଛି ଯାହାକି ଶ୍ରୀ ଯନ୍ତ୍ର’ ରୂପରେ ପ୍ରତିଷ୍ଠିତ ଅଟେ। ଶ୍ରୀ ଚକ୍ର’ର ମହତ୍ତ୍ଵ ଏତେ ଅଧିକ ଅଟେ ଯେ ହଜାର ତୀର୍ଥ ସ୍ନାନ ଓ ଯଜ୍ଞ କଲେ ଯାହା
ପ୍ରାପ୍ତ ହୁଏ ତାହା ଏହି ଚକ୍ର’ର ଦର୍ଶନ ମାତ୍ରେ ତାହାଠାରୁ ଅଧିକ ଫଳ ପ୍ରାପ୍ତ ହୋଇଥାଏ।–‘ତୀର୍ଥସ୍ନାନସହସ୍ରକୋଟିଫଳଦଂ ଶ୍ରୀଚକ୍ରପାଦୋଦକମ୍’
2.
ପୁରୁଷ ରୂପ--ଭଗବତୀଙ୍କ ପୁରୁଷ ରୂପ ବିଭିନ୍ନ ପୁରାଣରେ କରାଯାଇଅଛି।
‘’ସହସ୍ରମୁର୍ଧାନମନନ୍ତଶକ୍ତିଂ ସହସ୍ରବାହୁପୁରୁଷଂ ପୁରାଣମ୍
ଶୟାନମବ୍ଧୌ ଲଳିତେ ତବୈବ ନାରାୟଣାଖ୍ୟଂ ପ୍ରଣତୋସ୍ମି ରୂପମ୍’’
3.
ନାରୀ-ରୂପ-ଭଗବତୀଙ୍କୁ ନାରୀ ରୂପରେ ମଧ୍ୟ ବିବେଚନା କରାଯାଇଅଛି।
ଭଗବତୀଙ୍କ
ଅନ୍ୟ ରୂପ-
ସ୍ଥୂଳ-ରୂପ-[କାୟିକ-ଶ୍ରୀଚକ୍ର-ରୂପ]
ସୂକ୍ଷ୍ମ-ରୂପ-[ବାଚିକ—ଜପ-ରୂପ, ମନ୍ତ୍ର-ରୂପ, ଶ୍ରୀବିଦ୍ୟା-ରୂପ]
ପର-ରୂପ-ମାନସ—ଭାବନୋପନିଷଦ
[ ଭାବନାର ଅନୁରୂପ]
Kailash
nath agrawal, srividya upasak
continue.....

Comments
Post a Comment