Skip to main content

 


BASTU SHASTRA—

ପଂଚତତ୍ୱ

ଜଳତତ୍ୱ -

            ଏହି ତତ୍ୱ ସ୍ୱାଧିଷ୍ଠାନ ଚକ୍ରସହିତ ସମ୍ପର୍କ ରଖିଅଛିଏହା ଅବଚେତନ ମନକୁ ବୁଝାଇଥାଏ ଏହି ତତ୍ୱ ପାଳନ ଓ ମାତୃତ୍ୱକୁ ବୁଝାଇଥାଏ । ଏହି ତତ୍ୱ ମଧ୍ୟ ପ୍ରାଣମୟକୋଷକୁ ବୁଝାଇଥାଏ । ଏହି ତତ୍ୱ ଖାଦ୍ୟ, ମଦ୍ୟପାନ କରିବା ଓ ସେକ୍‌ସରୁ ଆନନ୍ଦ ଉଠାଇବା ସହିତ ଜଡ଼ିତ ଅଟେଅର୍ଥାତ୍‌-ଉପରୋକ୍ତ ତିନୋଟି ପଦାର୍ଥରୁ କେତେ ଅଧିକରୁ ଅଧିକ ଆନନ୍ଦ ପାଇପାରିବା । ଆଜିକା ଦିନରେ ଅଧିକାଂଶ ବ୍ୟକ୍ତି ଏହି ବଳୟରୁ ଉର୍ଦ୍ଧ୍ୱକୁ ଯାଇପାରନ୍ତି ନାହିଁ । ସଦାସର୍ବଦା ଦୈହିକ ଆନନ୍ଦ ପାଇବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ଅଧିକନ୍ତୁ ସେମାନେ ଏତେ ଦୁର ଯୈାନ ପ୍ରକ୍ରିୟା ଦ୍ୱାରା ଆନନ୍ଦିତ ହୋଇଥାଆନ୍ତି ଯେ ସେମାନେ ସାଂସ୍କୃତିକ ମାଧ୍ୟମରେ, ବହି ମାଧ୍ୟମରେ, ପେଂଟିଗ୍‌, ଚଳଚିତ୍ର, କବିତା ଆଦି ମାଧ୍ୟମରେ ଏହି ଆନନ୍ଦକୁ ଅଭିବ୍ୟକ୍ତି କରିଥାନ୍ତି । ଏହି ତତ୍ୱର ତନ୍‌ମାତ୍ରା-ରୂପ, ଲୋକ- ଭୁବଃଲୋକ କୁ ବୁଝାଇଥାଏ । ଏହାର ଗୁଣ ତାମସିକଅଟେ । ଏହା ରସନାକୁ ବୁଝାଇଥାଏ । ରଙ୍ଗ ନୀଳ ଅଟେ । ଶରୀର ସୁକ୍ଷ୍ମ ଅଟେ ।

ଯେତେବେଳେ ଏହି ତତ୍ୱ ସନ୍ତୁଳିତ ଥାଏ ତେବେ ଆପଣଙ୍କର ସୃଜନଶୀଳତାର ବିକାଶ ହୁଏ ଏବଂ ଏହି ସୃଜନଶୀଳତା ଶକ୍ତିକୁ ଅସରନ୍ତି ଉର୍ଜା ମିଳିଥାଏ । ଏହି ତତ୍ୱର ବ୍ୟକ୍ତିମାନେ ପରିବାରର ସଦସ୍ୟମାନଙ୍କୁ ଓ ସାଙ୍ଗସାଥିଙ୍କର ଯତ୍ନ ନେଇଥାଆନ୍ତି । ତାଙ୍କର ସମସ୍ତ ପ୍ରକାରର ଅନୁଭବକୁ ସରଳ ଓ ଶାନ୍ତିପୂର୍ଣ୍ଣ ଭାବରେ ଅଭିବ୍ୟକ୍ତି କରିଥାନ୍ତି ।

            ଯେତେବେଳେ ଏହି ତତ୍ୱ ଅଧିକ ଉର୍ଜା ଦ୍ୱାରା ସନ୍ତୁଳିତ ହୋଇଥାଏ ସେ ବ୍ୟକ୍ତି ଯେ କୈାଣସି କାର୍ଯ୍ୟକୁ କୁଶଳ ଭାବରେ ପରିଚାଳନା କରିଥାନ୍ତି । ସେମାନେ ଦେଖନ୍ତି ନାହିଁ ଯେ ଏହାର ପ୍ରଭାବ ଅନ୍ୟମାନଙ୍କ ଉପରେ କଣ ପଡ଼ିବ । ଏହି ବ୍ୟକ୍ତି କେବଳ ନିଜର ସ୍ୱାର୍ଥକୁ ଚିନ୍ତା କରିଥାଏ ଏବଂ ଲୋଭରେ ଗ୍ରସିତ ହୋଇଥାଏ । ସେହି ବ୍ୟକ୍ତିଙ୍କର ଏହି ଭ୍ରମ ସୃଷ୍ଟି ହୋଇଥାଏ ଯେ ଧନ ଓ ସମ୍ପତି ଆଦି ତାଙ୍କୁ ଖୁସି ଦେଇପାରେ । ଏହି ବ୍ୟକ୍ତି ଏହା ଭାବନ୍ତି ଯେ ପ୍ରତ୍ୟେକ ପଦାର୍ଥ ଏବଂ ପ୍ରତ୍ୟେକ ବ୍ୟକ୍ତି ତାଙ୍କୁ ଆନନ୍ଦିତ କରିବା ପାଇଁ ଏକାଠି ହୋଇଛନ୍ତି ।

ଏହି ତତ୍ୱ ଯଦି କମ୍ ଉର୍ଜା ଦ୍ୱାରା ଅସନ୍ତୁଳିତ ହୋଇଥାଏ ତେବେ ବ୍ୟକ୍ତିବିଶେଷ ସଦାସର୍ବଦା ଭୟରେ ରହିଯାଏ । ସ୍ଥାନ, ସମାଜ ଏବଂ ଅବସ୍ଥା ନେଇ ସଦାସର୍ବଦା ଭୟରେ ରହିଥାନ୍ତି । ଏହି ଭୟ ବ୍ୟକ୍ତି ବିଶେଷର ସୃଜନଶୀଳତାର ଉର୍ଜାକୁ ଅବରୋଧ କରିଥାଏ । ମାନସିକ ସ୍ତରରେ ନିଜର ଅଭିବ୍ୟକ୍ତିକୁ ଠିକ୍ ଭାବରେ ପ୍ରଦର୍ଶିତ କରିପାରିନଥାଏ । ଏହି ବ୍ୟକ୍ତି ଅନ୍ୟ କୈାଣସିଙ୍କ ଠାରୁ ପ୍ରେରଣା ପାଇବାରେ ଅସମର୍ଥ ପ୍ରକାଶ କରିଥାଏ କିମ୍ବା ପ୍ରେରଣା ଦେଇପାରିନଥାଏ

            ଗୃହରେ ଜଳର ସ୍ରୋତ କେଉଁଠାରେ ଅଛି ତାହା ଜାଣିବା ଉଚିତ୍ ଅଟେ । ଏହି ଜଳ କୂଅ, ବୋର୍‌ୱେଲ୍‌, ନଦୀ, ହ୍ରଦ, କେନାଲ୍ କିମ୍ବା ପୋଖରୀ ଆଦିରୁ ଆସିଅଛି ତାହା ଜାଣିବା ଉଚିତ୍ ଅଟେ । କାରଣ ଜଳ ହିଁ ଭାଗ୍ୟ ଏବଂ ସମ୍ପତିର ପ୍ରତିକ ଅଟେ । ଜଳ ଓଭର୍ ହେଡ୍ ଟାଙ୍କିରୁ କିମ୍ବା ମ୍ୟୁନିସିପାଲ୍‌ଟି ଓ ଏନ୍‌.ଏ.ସି ପାଇପ୍ ଲାଇନ୍‌ରୁ ଆସୁଅଛି ତାହା ଜାଣିବା ଉଚିତ୍ ଅଟେ । ଏହି ଜଳ କେଉଁ କେଉଁ ଦିଗ ଦେଇ ଅର୍ଥାତ୍‌-ରୋଷେଇ ଘର, ବାଥ୍‌ରୁମ୍‌, ଲାଟିନ୍‌ରୁମ୍ ଆଦିରେ ଯାଉଅଛି ତାହା ଭଲଭାବରେ ପରୀକ୍ଷା କରିବା ଉଚିତ୍ ଅଟେ ।

ଅନ୍ତରୀକ୍ଷ, ଇନ୍ଦ୍ର, ମହିନ୍ଦ୍ର, ବରୁଣ, ସୋମ କିମ୍ବା ଇଶାନ ପାଦରେ ଜଳ ସ୍ରୋତ ରହିବା ଶୋଭମୟ ଅଟେ ।

            ପାଣିଟାଙ୍କି ଦକ୍ଷିଣ ଦିଗ, ନିରୁତି ଦିଗ, ବାୟୁ କୋଣ ଏବଂ ପଶ୍ଚିମ ଦିଗରେ ରହିବା ଉଚିତ୍ ନୁହେଁ । ଯଦି ଏହି ପାଣିଟାଙ୍କି ଦକ୍ଷିଣ-ପୂର୍ବ ଦିଗରେ ରହେ ତେବେ ଅଗ୍ନିଭୟ କିମ୍ବା ଅଗ୍ନିଦ୍ୱାରା ଦୁର୍ଘଟଣା କିମ୍ବା ସଡକ ଦୁର୍ଘଟଣା ଆଦି ହେବାର ସମ୍ଭାବନା ରହିଥାଏ ।

            ଦକ୍ଷିଣ-ପଶ୍ଚିମ ଦିଗରେ ଯଦି କୂଅ ଥାଏ ତେବେ ତାହା ସଡକ ଦୁର୍ଘଟଣା ବା ବିବାହ ବିଛେଦ କିମ୍ବା ପରିବାରର ସଦସ୍ୟଙ୍କ ଭିତରେ ବିଚ୍ଛେଦ, କୋର୍ଟ କଚେରୀର ଦ୍ୱାରସ୍ଥ କିମ୍ବା ଝଗଡ଼ା ଆଦି ହେବାର ସମ୍ଭାବନା ରୁହେ ।

ଯଦି ଉତର-ପୂର୍ବ ଦିଗରେ କୂଅ କିମ୍ବା ବୋର୍‌ୱେଲ୍ ରୁହେ ତେବେ କୋଣକୁ ଛାଡ଼ି ଆପଣ ପାଣିଟାଙ୍କି ବସାଇପାରିବେ । ଯେମିତିକି ସୁତ୍ରମର୍ମ ଲାଇନ୍‌କୁ ଏହା ଛୁଏଁନାହିଁ । ଯଦି କର୍ଣ୍ଣସୁତ୍ର ଏହି ପାଣିଟାଙ୍କିକୁ ଛୁଏଁ ତେବେ ଧନର ହାନୀ, ଅଯଥା ଖର୍ଚ୍ଚ, ଚାକିରୀ ହରାଇବା ଆଦି ଦେଖାଯାଇଥାଏ । ତେଣୁ କର୍ଣ୍ଣସୁତ୍ର ଯେପରି ଏହି ଉତର-ପୂର୍ବ ଦିଗରେ ଥିବା ପାଣିଟାଙ୍କିକୁ ସ୍ପର୍ଶ କରେ ନାହିଁ ତାହା ଦେଖିବା ଉଚିତ୍ ଅଟେ

            ଏହି ତତ୍ୱ ସମସ୍ତ ପ୍ରକାରର ଉଦ୍ଭିଦ ମଣ୍ଡଳକୁ ସୃଷ୍ଟି କରିଥାଏ । ଉଦ୍ଭିଦ ଅର୍ଥ ଗଛଲତା । ଏହି ଗଛଲତାରୁ କାଠ ପାଇଥାଉ । ଏହି କାଠ ଯେତେବେଳେ ଜଳେ ତାହା ଅଗ୍ନିରେ ପରିଣତ ହୁଏ । ଯେତେବେଳେ ଏହି କାଠ ସମ୍ପୂର୍ଣ୍ଣରୂପେ ଜଳିଯାଏ ତାହା ପାଉଁଷରେ ପରିଣତ ହୁଏ ଯାହାକି ପୃଥିବୀକୁ ସୃଷ୍ଟି କରେ । ପୃଥିବୀରୁ ଆମ୍ଭେମାନେ ଧାତୁ ପାଇଥାଉ । ଯେତେବେଳେ ଏହି ଧାତୁ ଅଗ୍ନିର ସମ୍ପର୍କରେ ଆସେ ତାହା ପୁନଶ୍ଚ ଜଳରେ ପରିଣତ ହୁଏ ।

            ବାସ୍ତୁରେ ଏହି ଜଳତତ୍ୱ ଉତର-ଉତର-ପଶ୍ଚିମ ଦିଗ ଏବଂ ଉତର-ଉତର-ପୂର୍ବ ଦିଗ ଓ ଉତର-ପୂର୍ବ ଦିଗକୁ ବୁଝାଇଥାଏ ।

            ଯେତେବେଳେ ଏହି ଜଳତତ୍ୱ ଯେକୈାଣସି ଗୃହରେ ସନ୍ତୁଳିତ ଥାଏ । ତେବେ ସେହି ଗୃହର ସଦସ୍ୟମାନେ ଆକର୍ଷକ ବ୍ୟକ୍ତିତ୍ୱର ମାଲିକ ହୋଇଥାନ୍ତି । ଧନ ପାଇଁ ନୂତନ ସୁଯୋଗ, ମଜ୍‌ବୁତ୍ ପ୍ରତିରୋଧକ ଶକ୍ତି ଏବଂ ଠିକ୍ ଅନ୍ତର୍ଦୃଷ୍ଟି ଓ ନିଷ୍ପତି ମିଳିଥାଏସେମାନେ କାର୍ଯ୍ୟରେ ସଫଳତା ପାଇଥାନ୍ତି । ଯଦି ଏହି ତତ୍ୱ ଅସନ୍ତୁଳିତ ଥାଏ ତେବେ ଉପରୋକ୍ତ ଗୁଣ ଗୁଡିକର ଅଭାବ ରହେ ।

            ଯେକୈାଣସି ସ୍ୱାଦପୁର୍ଣ୍ଣ ପଦାର୍ଥ ଯଥା-ଫୁଡ୍ ପ୍ରଡକ୍ଟସ୍‌, ହୋଟେଲ୍‌, ମିଷ୍ଟାନ୍ନ ଭଣ୍ଡାର, ପାଉରୁଟି କାରଖାନା ଓ ଚକୋଲେଟ୍ କାରଖାନା ଆଦି କଲେ ଏହି ବ୍ୟକ୍ତି ବିଶେଷ ସଫଳ ହୋଇଥାନ୍ତି । ଏହି ତତ୍ୱ ଯଦି ଅସନ୍ତୁଳିତ ହୋଇଥାଏ ତେବେ ବ୍ୟକ୍ତି ବିଶେଷର ମାନସିକ ସ୍ଥିତି ଠିକ୍ ରହେନାହିଁ । ଭୁଲ୍ ନିଷ୍ପତି ନେଇଥାନ୍ତି । ସୃଜନଶୀଳତାର ଅଭାବ ପରିଲିକ୍ଷିତ ହୁଏ । କାହା ଉପରେ ବିଶ୍ୱାସ କରନ୍ତି ନାହିଁ ଏକଜିଦ୍ ମନୋଭାବ ରହେ । ଏକୁଟିଆ ଅନୁଭବ କରେ । ନପୁଂସକତାଆସିପାରେ ।

କୈଲାଶ ନାଥ ଅଗ୍ରୱାଲ

Continue….

Comments

Popular posts from this blog

  ଶ୍ରୀ ବିଦ୍ୟା—[ 51 ]- 24 - 07 -202 1 ଶ୍ରୀ ବାଲା-ବାଞ୍ଛା - ଦାତ୍ରୀ - ସ୍ତୋତ୍ରମ୍- ଐଂ ବିଦ୍ୟାକ୍ଷମାଲାସୁକପାଲମୁଦ୍ରାରାଜତ୍କରାଂ କୁନ୍ଦସମାନକାନ୍ତିମ୍ । ମୁକ୍ତାଫଲାଲଙ୍କୃତଶୋଭନାଙ୍ଗୀଂ ବାଲାଂ ଭଜେ ବାଙ୍ମୟସିଦ୍ଧିହେତୋଃ ॥ ୧॥ କ୍ଲୀଂ ଭଜେ କଲ୍ପବୃକ୍ଷାଧ ଉଦ୍ଦୀପ୍ତରତ୍ନାସନେ ସନ୍ନିଷଣ୍ଣାଂ ମଦାଘୂର୍ଣିତାକ୍ଷୀମ୍ । କରୈର୍ବୀଜପୂରଂ କପାଲେଷୁଚାପଂ ସପାଶାଙ୍କୁରାଂ ରକ୍ତବର୍ଣାଂ ଦଧାନାମ୍ ॥ ୨ ॥ ସୌଃ ବ୍ୟାଖ୍ୟାନମୁଦ୍ରାମୃତକୁମ୍ଭବିଦ୍ୟାଂ ଅକ୍ଷସ୍ରଜଂ ସନ୍ଦଧତୀଂ କରାବ୍ଜୈଃ । ଚିଦ୍ରୂପିଣୀଂ ଶାରଦଚନ୍ଦ୍ରକାନ୍ତିଂ ବାଲାଂ ଭଜେ ମୌକ୍ତିକଭୂଷିତାଙ୍ଗୀମ୍ ॥ ୩॥ ପାଶାଙ୍କୁଶୌ ପୁସ୍ତକମକ୍ଷସୂତ୍ରଂ କରୈର୍ଦଧାନାଂ ସକଲାମରାର୍ଚ୍ୟାମ୍ମ୍ । ରକ୍ତାଂ ତ୍ରିଣୋତ୍ରାଂ ଶଶିଶେଖରାଂ ତାଂ ଭଜେଽଖିଲର୍ଧ୍ୟୈ ତ୍ରିପୁରାଂ ଚ ବାଲାମ୍ ॥ ୪॥ ଆରକ୍ତାଂ ଶଶିଖଣ୍ଡମଣ୍ଡିତଜଟାଜୂଟାନୁବଦ୍ଧସ୍ରଜଂ      ବନ୍ଧୂକପ୍ରସବାରୁଣାମ୍ବରଧରାଂ ରକ୍ତାମ୍ବୁଜାଧ୍ୟାସିନୀମ୍ । ତ୍ୱାଂ ଧ୍ୟାୟାମି ଚତୁର୍ଭୁଜାଂ ତ୍ରିଣୟନାମାପୀନରମ୍ୟସ୍ତନୀଂ      ମଧ୍ୟେ ନିମ୍ନବଲିତ୍ରୟାଙ୍କିତତନୁଂ ତ୍ୱଦ୍ରୂପସମ୍ପତ୍ତୟେ ॥ ୫॥ ଆଧାରେ ତରୁଣାର୍କବିମ୍ବରୁଚିରଂ ସୋମପ୍ରଭଂ ବାଗ୍ଭବଂ      ବୀଜଂ ମାନ୍ମଥମିନ୍ଦ୍ରଗୋପକନିଭଂ ହୃତ୍ପଙ୍କଜେ ସଂସ୍ଥିତମ୍ । ରନ୍ଧ୍ରେ ବ୍ରହ୍ମପ...
  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...