Skip to main content

ପୂଜା ରହସ୍ୟ—[13]

ପ୍ରାତଃକୃତ୍ୟର ବ୍ୟାଖ୍ୟା-

 ପ୍ରାତଃକାଳୁ ଉଠି ମନର ଶୁଭ ବିଚାରର ସ୍ଥାପନ କଲେ ଦିନଯାକ ଶୁଭ ବିଚାର ଦ୍ୱାରା ଆମର ସମ୍ପର୍କ ରହିଥାଏ । ଆନନ୍ଦମୟ ସ୍ୱରୂପ ପ୍ରାପ୍ତ କରି ନିଜର ଜୀବନକୁ ସତ୍‌ଭାବନା ଦ୍ୱାରା ପୋଷିତ ହୋଇ ସାଧକ ଏହା ବିଚାର କରିବା ଉଚିତ୍ ଯେ “ମୁଁ କିପରି ପରମ ପଦକୁ ପ୍ରାପ୍ତ କରିବି, କେଉଁ ପ୍ରକାରରେ ଆତ୍ମଜ୍ଞାନ ପ୍ରାପ୍ତ କରିବି ଇତ୍ୟାଦି” । ଏଥିପାଇଁ ହିନ୍ଦୁଧର୍ମର ଅନ୍ତର୍ଗତ ପ୍ରତ୍ୟେକ ଜିଜ୍ଞାସୁମାନଙ୍କ ପାଇଁ ପ୍ରାତଃକୃତ୍ୟ କରିବା ଶାସ୍ତ୍ରରେ ଆବଶ୍ୟକ ଦର୍ଶାଯାଇଅଛି ।

          ମନୁସ୍ମୃତି, ଅଧ୍ୟାୟ-୪ରେ କୁହାଯାଇଅଛିଯେ ବ୍ରାହ୍ମମୁହୂର୍ତ୍ତରେ ଉଠି ଧର୍ମ ଏବଂ ଅର୍ଥର ଚିନ୍ତନ କରନ୍ତୁ । ଯାହାଦ୍ୱାରାକି ଏହି ଦୁଇଟିର ସମ୍ପନ୍ନତା ମିଳିପାରିବ ଏବଂ ଶାରିରୀକ କଷ୍ଟକୁ ସ୍ୱୀକାର କରି ବେଦଦ୍ୱାରା ପ୍ରତିପାଦ୍ୟ ‘ପରଂବ୍ରହ୍ମଂ’ର ନିରୂପଣ କରନ୍ତୁ । ବ୍ରାହ୍ମମୁହୂର୍ତ ଅର୍ଥାତ୍ ରାତ୍ରିର ଅନ୍ତିମ ଯାମାର୍ଦ୍ଦ । ରାତ୍ରିକାଳକୁ ଆଠଭାଗରେ ବିଭକ୍ତ କରନ୍ତୁ । ଅନ୍ତିମ ଭାଗ ଯାହାକୁକି ଭୋର ସମୟ କୁହାଯାଇଥାଏ, ତାକୁ ଦୁଇଭାଗରେ ବିଭକ୍ତ କରନ୍ତୁ । ପ୍ରଥମ ଭାଗକୁ ବ୍ରାହ୍ମ୍ୟ ଏବଂ ଦ୍ୱିତୀୟ ଭାଗକୁ ରୌଦ୍ର କୁହାଯାଇଅଛି । ଅତଃ ପ୍ରାୟ ଚାରିଦଣ୍ଡ ରାତି ରହିଲା ଭିତରେ ଯେଉଁ ସମୟ ହୋଇଥାଏ ତାକୁ ବ୍ରାହ୍ମ୍ୟ ମୁହର୍ର୍ତ କୁହାଯାଏ ।

          ‘ଚରକ ସହିଂତା’ରେ କୁହାଯାଇଅଛି ଯେ ସ୍ୱାସ୍ଥ୍ୟ ଏବଂ ଅତ୍ମରକ୍ଷା ପାଇଁ ପ୍ରତିଦିନ ବ୍ରାହ୍ମ୍ୟ ମୁହୂର୍ତ୍ତରୁ ଉଠି ଶରୀର ଚିନ୍ତା ଅର୍ଥାତ୍ ଜୀବିକା ନିର୍ବାହର ଉପାୟ ଚିନ୍ତନ କରି ଶୌଚ କାର୍ଯ୍ୟାଦି କରନ୍ତୁ ।

          ‘ନିତ୍ୟାତନ୍ତ୍ର’ରେ କୁହାଯାଇଅଛି ଯେ ପ୍ରାତଃକାଳୁ ଉଠି ବ୍ରହ୍ମରନ୍ଧ୍ରରେ ନିଜ ଗୁରୁଙ୍କୁ ସ୍ମରଣ କରି ତାଙ୍କ ପ୍ରକାଶ ମଣ୍ଡଳରେ ନିଜକୁ ଦେବୀମୟ ରୂପରେ ଅନୁଭବ କରନ୍ତୁ ।

          ‘ନୀଳତନ୍ତ୍ର’, ପ୍ରଥମ ପଟଳରେ କୁହାଯାଇଅଛିଯେ ଅନ୍ତିମ ପ୍ରହରରେ ଉଠି ମୂଳାଧାରଠାରୁ ବ୍ରହ୍ମରନ୍ଧ୍ର ପର୍ଯ୍ୟନ୍ତ ବ୍ୟାପ୍ତ ବିସ-ତନ୍ତୁ-ସ୍ୱରୂପିଣୀ ଉଗ୍ରତାର ଦେବୀଙ୍କୁ ଧ୍ୟାନ କରନ୍ତୁ ।

          ‘ରୁଦ୍ରଯାମଳ’, ଷଷ୍ଠ ପଟଳରେ କୁହାଯାଇଅଛି ଯେ ପ୍ରାତଃକାଳୁ ଉଠି ଅଦ୍ୱିକ୍ଷିତ ବିଦ୍ୱାନ ଶିରର କମଳରେ ଗୁରୁମାନଙ୍କର କଲ୍ୟାଣକାରୀ ଚରଣ କମଳକୁ ଧ୍ୟାନ କରନ୍ତୁ ।

          ‘କୃଷ୍ଣାର୍ଚ୍ଚନ ଚନ୍ଦ୍ରିକା’ରେ କୁହାଯାଇଅଛି ଯେ ବ୍ରାହ୍ମ୍ୟ ମୁହୂର୍ର୍ତରେ ଉଠି ପଦ୍ମାସନରେ ସ୍ଥିତ ହୋଇ ଶିରରେ ସ୍ଥିତ ଅଧୋମୁଖ ସହସ୍ରଦଳ କମଳର ଧ୍ୟାନ କରନ୍ତୁ ।

          ‘କୁର୍ମପୁରାଣ’, ଅଠର ଅଧ୍ୟାୟରେ କୁହାଯାଇଅଛି ଯେ ବ୍ରାହ୍ମ୍ୟ ମୁହୂର୍ର୍ତରେ ଉଠି ମନରେ ଈଶ୍ୱରଙ୍କୁ ଧ୍ୟାନ କରନ୍ତୁ । ଧର୍ମ ଏବଂ ଅର୍ଥ କିପରି ଭାବରେ ପ୍ରାପ୍ତ ହେବ ତାହାର ଚିନ୍ତନ କରନ୍ତୁ । ତା’ପରେ ଉଷା କାଳରେ ଶୌଚାଦି କ୍ରିୟା ସମାପ୍ତି କରି ପବିତ୍ର ନଦୀରେ ସ୍ନାନ କରନ୍ତୁ ।

          ‘ବାମନ ପୁରାଣ’ରେ କୁହାଯାଇଅଛି ଯେ ବ୍ରାହ୍ମ୍ୟ ମୂହୂର୍ତରେ ଉଠି ଶ୍ରେଷ୍ଠ ଦେବତା ଏବଂ ଋଷିଙ୍କୁ ସ୍ମରଣ କରନ୍ତୁ ।

‘ଭାବପ୍ରକାଶ’, ପୂର୍ବଖଣ୍ଡରେ କୁହାଯାଇଅଛି ଯେ ସ୍ୱାସ୍ଥ୍ୟ ରକ୍ଷା ପାଇଁ ପ୍ରତିଦିନ ପ୍ରାତଃ ଶଯ୍ୟା ତ୍ୟାଗ କରନ୍ତୁ । ପାପ ଶାନ୍ତି ପାଇଁ ମଧୁସୂଦନଙ୍କୁ ସ୍ମରଣ କରନ୍ତୁ । ପ୍ରତ୍ୟୁଷ କାଳରେ ମଳମୂତ୍ରର ବିସର୍ଜନ କରିବା ଆୟୁଷ କାରକ ଅଟେ ।

          ଏହି ପ୍ରକାରରେ ଶାସ୍ତ୍ରରେ ପ୍ରାତଃକୃତ୍ୟର ନିର୍ଦ୍ଦେଶ ଦିଆଯାଇଅଛି । ପ୍ରାତଃକାଳରେ ନିଦ୍ରା ଭାଙ୍ଗିବା ପରେ ମନକୁ ପ୍ରଫୁଲ୍ଲିତ କରିବା ପାଇଁ ପୂଣ୍ୟବାନ ବ୍ୟକ୍ତିଙ୍କର, ମଙ୍ଗଳମୟ ପଦାର୍ଥ ଆଦିର ନାମ ନେବା ଉଚିତ୍ । ଏହାଦ୍ୱାରା ମନ ପ୍ରଫୁଲ୍ଲିତ ହୋଇଥାଏ । ମନରେ ଉଦାସିନତା ଆସିଲେ ବା ଅସଦ୍‌ଭାବନାର ପ୍ରବେଶ ହେଲେ କୌଣସି କାର୍ଯ୍ୟରେ ସଫଳତା ପ୍ରାପ୍ତ ହୋଇନଥାଏ ଏବଂ ବାସ୍ତବିକ କର୍ତବ୍ୟର ବୋଧ ହୋଇନଥାଏ । ଶାସ୍ତ୍ରର ଏହି ଆଜ୍ଞା ଅଟେ ଯେ ମନ ପ୍ରଫୁଲ୍ଲିତ ହେଉ ଏବଂ ବାଞ୍ଛିତ କାର୍ଯ୍ୟରେ ସଫଳତା ହେଉ । ଏଥିପାଇଁ ନିଦ୍ରା ସମାପ୍ତ ହେଲାପରେ ଦେବତା ଏବଂ ଋଷିମାନଙ୍କର ନାମ ଅବଶ୍ୟ ସ୍ମରଣ କରିବା ଉଚିତ୍ । ଏଥିପାଇଁ ଅନେକ ପ୍ରକାରର ସ୍ତବ-ସ୍ତୋତ୍ର ଆଦିର ରଚନା ହୋଇଅଛି । ଯାହାର ପାଠକଲେ ଉଦ୍ଦେଶ୍ୟର ସିଦ୍ଧି ସହ ଜରେ ହୋଇଯାଇଥାଏ ।

          ହିନ୍ଦୁଙ୍କର ନିତ୍ୟ ପୂଜାର ପ୍ରାରମ୍ଭ ଗୁରଙ୍କ ଧ୍ୟାନଠାରୁ ହୋଇଥାଏ । ହିନ୍ଦୁଶାସ୍ତ୍ରରେ ଦେହପୂଜା ପାଇଁ ସ୍ଥାନ ନଥାଏ । ସ୍ଥୂଳ ଶରୀରର ମାଧ୍ୟମରେ ସୂକ୍ଷ୍ମର ତୁଷ୍ଟି ହୋଇଥାଏ । ହିନ୍ଦୁଶାସ୍ତ୍ର ଅନୁସାରେ ‘ଗୁରୁ’ ଶରୀରରେ ଯେଉଁ ଦିବ୍ୟ ଜ୍ଞାନଜ୍ୟୋତି ଅଛି, ମହତ ତତ୍ତ୍ଵ୍ୱ ଅଛି ତାହାହିଁ ଆରାଧ୍ୟ ଅଟେ । ଏହି ଦିବ୍ୟ-ଜ୍ଞାନ-ଜ୍ୟୋତି, ମହତ ତତ୍ତ୍ଵ୍ୱ ପ୍ରତ୍ୟେକ ମନୁଷ୍ୟ ଶରୀରରେ ବିଦ୍ୟମାନ ଥାଏ । ବିଚାରଣୀୟ ପ୍ରଶ୍ନ ଏହା ଅଟେ ଯେ, ଗୁରୁ ଯଦି ନିଜ ଶରୀରରେ ଅଛନ୍ତି ତେବେ ଅନ୍ୟର ଆବଶ୍ୟକତା କାହିଁକି ରହିଅଛି । ଏହାର ଉତ୍ତରରେ ଶାସ୍ତ୍ରରେ ଲେଖା ହୋଇଅଛି ଯେ ଯେଉଁ ପ୍ରକାରରେ ଦେହରୂପୀ ଦେବାଳୟରେ ଆତ୍ମାରୂପୀ ଦେବତା ରହିଥିଲେ ମଧ୍ୟ ଭାବନାମୟ ପ୍ରତୀକର ଆବଶ୍ୟକତା ରହିଅଛି, ଠିକ୍ ସେହିପ୍ରକାରରେ ସୁପ୍ତ ଚେତନାକୁ ଜାଗ୍ରତ କରିବା ପାଇଁ ସ୍ୱ ଦେହସ୍ଥିତ ଦିବ୍ୟ-ଜ୍ଞାନ-ଜ୍ୟୋତିରେ ସ୍ଫୁରଣ ଆଣିବାପାଇଁ ଆମ୍ଭମାନଙ୍କୁ ଏକ ସାଧନର ଆବଶ୍ୟକତା ଅଛି । ହିନ୍ଦୁମାନଙ୍କ ପାଇଁ ଗୁରୁ ଶରୀରହିଁ ଏହି ସାଧନ ଅଟେ । ହିନ୍ଦୁଧର୍ମଶାସ୍ତ୍ର ଅନୁସାରେ ବ୍ରାହ୍ମ ମୁହୂର୍ର୍ତରେ ଉଠି ପ୍ରଥମେ ମନକୁ ପବିତ୍ର ଭାବନା ଦ୍ୱାରା ପ୍ରଫୁଲ୍ଲିତ କରନ୍ତୁ ଏବଂ ଗୁରୁଙ୍କର ଧ୍ୟାନ କରି ମାନସିକ ପୂଜା କରନ୍ତୁ ।

          ଏହି ସମ୍ବନ୍ଧରେ ଗୋଟିଏ ମତ ଅଟେ ଯେ, ବ୍ରାହ୍ମ ମୁହୂର୍ର୍ତରେ ଉଠି ଶୌଚାଦି କରି ମନ୍ତ୍ରସ୍ନାନ ପରେ ପୂଜାଗୃହରେ ପ୍ରବେଶ କରି ପ୍ରାତଃକ୍ରିୟା କରନ୍ତୁ ।

          ଅନ୍ୟ ମତରେ ଶଯ୍ୟା ଉପରେ ବସି ପ୍ରାତଃକ୍ରିୟା କରି ତା’ପରେ ଶୌଚାଦି ଏବଂ ସ୍ନାନ କରି ନିଜ ଦେବତାର ଆଚାର କ୍ରମ ଅନୁସାରେ ତିଲକ ଏବଂ ବିନ୍ଦୁ ଇତ୍ୟାଦି ଧାରଣ କରନ୍ତୁ ।

          ଯାହାଙ୍କ ପାଖରେ ଦେବତାଙ୍କର ମୂର୍ତି ଏବଂ ଯନ୍ତ୍ରାଦି ପ୍ରତିଷ୍ଠିତ ଥାଏ ଏବଂ ଯିଏ ସ୍ୱଭାବନାରେ ବାହ୍ୟ ଶୌଚାଦିକୁ ପବିତ୍ରତା ପାଇଁ ମୁଖ୍ୟ ଭାବୁଥାନ୍ତି, ତାଙ୍କପାଇଁ ପ୍ରଥମ ମତ ଅନୁକରଣୀୟ ଅଟେ ।

ଏହାର ବିପରୀତ, ଯାହାଙ୍କର ଭାବନା ଏହା ସ୍ୱୀକାର କରେ ଯେ ଶୌଚାଦି ବାହ୍ୟକ୍ରିୟା ଅଟେ ଏବଂ ତା’ ପୂର୍ବରୁ ମାନସିକ ଶୌଚାଦିର ଆବଶ୍ୟକ ଅଟେ, ତାଙ୍କପାଇଁ ଦ୍ୱିତୀୟ ମତ ଅନୁକରଣୀୟ ଅଟେ ।

          ଏଠାରେ ଉଲ୍ଲେଖନୀୟ ଅଟେ ଯେ ହିନ୍ଦୁ ଧର୍ମଶାସ୍ତ୍ରରେ ‘ଦେବତା-ଗୁରୁ-ମନ୍ତ୍ର’ରେ ସମାନତା ହେଲେ ମଧ୍ୟ ଗୁରୁପୂଜାକୁ ଇଷ୍ଟପୂଜା ପୂର୍ବରୁ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଅଛି । କାରଣ ଗୁରୁ ପଥ ପ୍ରଦର୍ଶକ ଅଟନ୍ତି ଏବଂ ଆଦିଗୁରୁ ପରମଶିବ ଅଟନ୍ତି । ଯାହାଙ୍କର ତତ୍ତ୍ଵ୍ୱରେ ‘ଆତ୍ମତତ୍ତ୍ଵ୍ୱ’ ଏବଂ ‘ବିଦ୍ୟାତତ୍ତ୍ଵ୍ୱ’ର ଲୟ ହୋଇଥାଏ । ତେଣୁ ନିଜର ଅଜ୍ଞାନ ଅଜ୍ଞାନ ଅବସ୍ଥାକୁ ଦୂର କରିବାପାଇଁ ଏବଂ ଅନ୍ଧକାରରୂପୀ ଜଡ଼ତାକୁ ଭେଦ କରି ପ୍ରକାଶମୟ ଗୁରୁଙ୍କର ଧ୍ୟାନ ଏବଂ ପୂଜନ ସର୍ବପ୍ରଥମ କ୍ରିୟା ଅଟେ । ମାନବ ଦେହରେ ସର୍ବଶ୍ରେଷ୍ଠ ସ୍ଥାନ ସହସ୍ରଦଳ କମଳ ଅଟେ । ଗୁରୁଦେବଙ୍କ ଧ୍ୟାନ ଏହି ସର୍ବଶ୍ରେଷ୍ଠ ସ୍ଥାନରେ କରାଯାଇଥାଏ । କାରଣ ନିଜ ଦେହର ସର୍ବୋଚ୍ଚ ସ୍ଥାନରେ ବିମର୍ଶ-ଶକ୍ତି-ରୂପୀ ଗୁରୁଙ୍କ ପ୍ରତିଷ୍ଠା ନକଲେ ଆତ୍ମ ସ୍ୱରୂପର ବୋଧ ହେବା ସମ୍ଭବ ନୁହେଁ ।

          ଗୁରୁଙ୍କ ଧ୍ୟାନର ସମ୍ବନ୍ଧରେ ପ୍ରାୟ ଏହା ଭ୍ରମ ହୋଇଥାଏ ଯେ ବ୍ରହ୍ମରନ୍ଧ୍ରରେ ସ୍ଥିତ ସହସ୍ରଦଳ କମଳ ଯଦି ଅଧୋମୁଖୀ ଅଟେ, ତେବେ ତାହାର ମଧ୍ୟରେ ପରମ ଶିବରୂପୀ ଗୁରୁଦେବଙ୍କର ସ୍ଥିତି କେଉଁ ପ୍ରକାରର ସମ୍ଭବ ଅଟେ । ଏହି ଭ୍ରମକୁ ଦୂର କରିବା ପାଇଁ ଏହା ବୁଝିବା ଉଚିତ୍ ଯେ ସହସ୍ର ଦଳ କମଳର ତଳେ ଏକ ଉର୍ଦ୍ଧ୍ୱମୁଖୀ  ଦ୍ୱାଦଶଦଳ କମଳ ଅଛି । ଯାହାକି ଶ୍ୱେତବର୍ଣ୍ଣ ଅଟେ । ଏହାର କର୍ଣ୍ଣିକାରେ ବିଦ୍ୟୁତ୍ ସମାନ ଅକଥାଦି ତ୍ରିକୋଣ ଯନ୍ତ୍ର ଅଛି । ଏହି ଯନ୍ତ୍ରର ଚାରିପଟେ ଶୁଦ୍ଧାସାଗର ବିଦ୍ୟମାନ ଅଟେ । ଉକ୍ତ ତ୍ରିକୋଣ ସୁଧାସାଗରର ମଧ୍ୟରେ ମଣିମୟ ଦ୍ୱୀପ ସ୍ଥିତ ଅଛି । ଏହି ଦ୍ୱୀପର ମଧ୍ୟରେ ମଣିପୀଠ ସମାନ ସ୍ଥାନ ଅଛି । ଯେଉଁଥିରେକି ନାଦ-ବିନ୍ଦୁର ଉପରେ ‘ହଂସପୀଠ’ ସ୍ଥିତ ଥାଏ । ଏହି ପୀଠର ଉପରେ ଗୁରୁପାଦୁକା ସ୍ଥିତ ଥାଏ । ଏଠାରେ ହିଁ ଗୁରୁଙ୍କର ଧ୍ୟାନ କରାଯାଇଥାଏ ।

Kailash nath agrawal, srividya upasak

Continue…


 

Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...