Skip to main content

 

ଶ୍ରୀବିଦ୍ୟା ର ମହତ୍ଵ-

ଗତାଙ୍ଗ ରୁ ଆଗେ---

ଏହି ଶ୍ରୀବିଦ୍ୟା, ଆତ୍ମା-ବିଦ୍ୟା ଓ ବ୍ରହ୍ମ-ବିଦ୍ୟା ଅଟେ। ଏହି ଭଗବତୀଙ୍କ ତିନି ରୂପ-ମନ୍ତ୍ରାତ୍ମକ [ଶ୍ରୀବିଦ୍ୟା], ଯନ୍ତ୍ରାତ୍ମକ [ ଶ୍ରୀଯନ୍ତ୍ର] ଓ ବିଗ୍ରହାତ୍ମକ [ ଶରୀର ଅବୟବ ରେ ଯୁକ୍ତ] ଅଟେ।

ଶ୍ରୀବିଦ୍ୟା ଓ ଶ୍ରୀ ସମ୍ପ୍ରଦାୟ ରେ ଭଗବତୀ ତ୍ରିପୁର ସୁନ୍ଦରୀ ପ୍ରାଣ-ତତ୍ତ୍ଵ ଅଟନ୍ତି। ଭଗବତୀ ମହା-ତ୍ରିପୁର-ସୁନ୍ଦରୀ-

--ଦେବତା ଅଟନ୍ତି। [ ଦେବତା ଲଳିତାତୁଲ୍ୟା ୟଥା ନାସ୍ତି ଘଟୋଦ୍ରବା ]

--ତତ୍ତ୍ଵର ଅର୍ଥ ଅଟନ୍ତି। [ ତତ୍ତ୍ବାଧିକା ତତ୍ତ୍ଵମୟୀ ତତ୍ତ୍ଵମର୍ଥସ୍ବରୂପୀଣୀ ]

--ବିଶ୍ଵମାତା ଅଟନ୍ତି। [ ବିଶ୍ଵମାତା ଜଗତଧାତ୍ରୀ ବିଶାଳାକ୍ଷି ବିରାଗିଣୀ]

--ନାଦ ଅଟନ୍ତି। [ ବୀରଗୋଷ୍ଠୀପ୍ରିୟା ବୀରା ନୈଷ୍କର୍ମ୍ୟା ନାଦ ରୂପୀଣୀ]

ଶ୍ରୀ ତ୍ରିରା-ସୁନ୍ଦରୀ, ନାଦ ଅଟନ୍ତି।–ଆହତ ନାଦ, ଅନାହତ ନାଦ, ଧ୍ୱନି, ଶବ୍ଦ, ଓଁ-କାର। 10 ନାଦ, ପରା, ପଶ୍ୟନ୍ତି, ମଧ୍ୟମା, ବୈଖରୀ, ମନ୍ତ୍ର, ଭାରତୀ, ବାଣୀ, ଅକ୍ଷର, ମାତୃକା, ବର୍ଣ, ଆଦି ସବୁକିଛି ଅଟନ୍ତିଏହାର ମୂଳରେ କେନ୍ଦ୍ର-ବିନ୍ଦୁ ର ସ୍ୱରୂପ ଅଟେସିଏ ପରା-ବାକ୍ ଓ ଶବ୍ଦବ୍ରହ୍ମ ଓ ଇଚ୍ଛା-ଜ୍ଞାନ-କ୍ରିୟା ଅଟନ୍ତି ସିଏ--

ବର୍ଣ ଅଟନ୍ତି—[ଉଦାରକୀର୍ତିରୁଦ୍ଧାମବୈଭବା ବର୍ଣ-ରୂପୀଣୀ]

ମନ୍ତ୍ରସାର ଅଟନ୍ତି—[ଛନ୍ଦ: ସାରା ଶାସ୍ତ୍ରସାରା ମନ୍ତ୍ରସାରା ତଲୋଦରୀ]

ପରମ-ସତ୍ୟ ଅଟନ୍ତି—[ସତ୍ୟବ୍ରତା ସତ୍ୟରୂପା ସର୍ବାନ୍ତର୍ୟାମିଣୀ ସତୀ]

ପରମଜ୍ୟୋତି ଅଟନ୍ତି—[ପରଂ ଜ୍ୟୋତି: ପରଂ ଧାମ ପରମାଣୁ: ପରାତ୍ପରା]

ପ୍ରାଣ ଅଟନ୍ତି—[ପ୍ରତ୍ୟଗୃପା ପରାକାଷା ପ୍ରାଣଦା ପ୍ରାଣରୂପୀଣୀ]

ମୁକ୍ତି ଅଟନ୍ତି--[ମିଥ୍ୟାଜଗଦଧିଷ୍ଠାନା ମୁକ୍ତିଦା ମୁକ୍ତିରୂପୀଣୀ]

ପ୍ରେମ ଅଟନ୍ତି—[ଚିତ୍କଳାନନ୍ଦକଲିକା ପ୍ରେମରୂପା ପ୍ରିୟଙ୍କରୀ]

ଗୁରୁ-ମଣ୍ଡଳ ଅଟନ୍ତି--[ସଂପ୍ରଦାୟେଶ୍ଵରୀ ସାଧ୍ଵୀ ଗୁରୁମଣ୍ଡଳରୂପୀଣୀ]

ସଚିଦାନନ୍ଦ-ପରମାତ୍ମା ଅଟନ୍ତି—[ସର୍ବାର୍ଥଦାତ୍ରୀ ସାବିତ୍ରୀ ସଚ୍ଚ୍ହିଦାନନ୍ଦରୂପୀଣୀ]

ବ୍ରହ୍ମାତ୍ମୈକ୍ୟ ଅଟନ୍ତି—[ଅନ୍ନଦା ବସୁଦା ବୃଦ୍ଧା ବ୍ରହ୍ମାତ୍ମୈକ୍ୟ ସ୍ଵରୂପୀଣୀ]

ବ୍ରହ୍ମାନନ୍ଦ ଅଟନ୍ତି—[ବୃହତୀ ବ୍ରାହ୍ମଣୀ ବ୍ରାହ୍ମୀ ବ୍ରହ୍ମାନନ୍ଦା ବଳିପ୍ରିୟା]

ଭାଷା ଅଟନ୍ତି—[ଭାଷାରୂପା ବୃହତ୍ସେନା ଭାବାଭାବବିବର୍ଜିତ]

ରାଜରାଜେଶ୍ଵରୀ ଅଟନ୍ତି—[ ରାଜରାଜେଶ୍ଵରୀ ରାଜ୍ୟ ଦାୟିନୀ]

ସମ୍ପ୍ରଦାୟ ର ଈଶ୍ଵରୀ ଅଟନ୍ତି—[ସମ୍ପ୍ରଦାୟେଶ୍ଵରୀ ସାଧ୍ଵୀ ଗୁରୁମଣ୍ଡଳରୂପିଣୀ]

ଶକ୍ତି-ତ୍ରୟ ଅଟନ୍ତି--[ଇଛାଶକ୍ତି-ଜ୍ଞାନଶକ୍ତି-କ୍ରିୟାଶକ୍ତି-ସ୍ବରୂପୀଣୀ]

ବିଶ୍ଵଗର୍ଭା ଅଟନ୍ତି—[ବିଶ୍ଵଗର୍ଭା ସ୍ଵର୍ଣଗର୍ଭା ବରଦା ବାଗଧିଶ୍ଵରୀ]

ସତ୍ୟାନନ୍ଦ ଅଟନ୍ତି-ସର୍ବବେଦାନ୍ତସଂବେଧ୍ୟା ସତ୍ୟାନନ୍ଦ ସ୍ବରୂପୀଣୀ]

ଜ୍ଞାନର ବିଗ୍ରହ ଅଟନ୍ତି—ଧ୍ୟାନଗମ୍ୟା ପରିଛେଧ୍ୟା ଜ୍ଞାନଦା ଜ୍ଞାନବିଗ୍ରହା]

ଶ୍ରୀମାତା ଓ ଶ୍ରୀମହାରାଜ୍ଞୀ ଅଟନ୍ତି—ଶ୍ରୀମାତା ଶ୍ରୀମହାରାଜ୍ଞୀ ଶ୍ରୀମତ୍ସିଂହାସନଶ୍ଵରୀ]

ଶୁଦ୍ଧବିଦ୍ୟା ଅଟନ୍ତି—[ଶୁଦ୍ଧବିଦ୍ୟାଙ୍କୁକାରା]

ମୂଳମନ୍ତ୍ର ଅଟନ୍ତି—[ମୂଳମନ୍ତ୍ରାତ୍ମିକା ମୂଳକୁଟତ୍ରୟକଳେବରା]

କୁଣ୍ଡାଳିନୀ ଅଟନ୍ତି—[ମହାଶକ୍ତି: କୁଣ୍ଡାଳିନୀ ବିସତନ୍ତୁତନିୟସୀ]

ସମସ୍ତ ମନ୍ତ୍ର ସ୍ୱରୂପ ଅଟନ୍ତି—[ସର୍ବୈଶ୍ଵରୀ ସର୍ବମୟୀ ସର୍ବମନ୍ତ୍ରସ୍ବରୂପୀଣୀ]

ସମସ୍ତ ଯନ୍ତ୍ରର ସ୍ୱରୂପ ଅଟନ୍ତି—[ସର୍ବଯନ୍ତ୍ରାତ୍ମିକା ସର୍ବତନ୍ତ୍ରରୂପା ମନୋନ୍ମନୀ]

ସମସ୍ତ ତନ୍ତ୍ରର ସ୍ୱରୂପ ଅଟନ୍ତି—[ସର୍ବଯନ୍ତ୍ରାତ୍ମିକା ସର୍ବତନ୍ତ୍ରରୂପା ମନୋନ୍ମନୀ]

ଭଗବତୀ ଗୁରୁ ଅଟନ୍ତି—

ଦେବୀଙ୍କ ଗଣେଶ-ରୂପତା--

ମାତା-ତ୍ରିପୁରା-ସୁନ୍ଦରୀ ଅନୁପମେୟ ତେଜ ସଂବଳିତ ନିଜ ପ୍ରକାଶ ରଶ୍ମୀର ସ୍ୱରୂପ ଆବରଣ ଦେବତା ଙ୍କ ସ୍ଵାମୀ ହୋଇଥିବାରୁ ଗଣେଶୀ କୁହାଯାଏ।

ଦେବୀଙ୍କ ଗ୍ରହ-ରୂପତା—

ଇଚ୍ଛା ଆଦି [ଇଛା-ଜ୍ଞାନ-କ୍ରିୟା] ର ସମଷ୍ଟି ରୂପା ଗୁଣ ତ୍ରୟାତ୍ମିକା-ସତ୍ତ୍ଵ, ରଜ, ତମ, ଅଗ୍ନି-ସୋମ-ସୂର୍ଯ୍ୟ ରୂପା ଓ ତ୍ରିନେତ୍ରୀ ଦେବୀ—ଏହି ରୂପରେ 9 ର ସଂଯୋଗରେ ନବଗ୍ରହ-ରୂପା ଅଟନ୍ତି।

ଦେବୀଙ୍କ ନକ୍ଷତ୍ର-ରୂପା—

ଦାଶ ଇନ୍ଦ୍ରିୟ, ଚାରି ଅନ୍ତ: କରଣ, ଦଶ ବିଷୟ, ତଥା ପ୍ରକୃତି,ପୁରୁଷ ଓ ଗୁଣତ୍ରୟ ସଂଯୁକ୍ତ ହେବା ଯୋଗୁ ଦେବୀ ନକ୍ଷତ୍ର-ରୂପା ଅଟନ୍ତି।

ଦେବୀଙ୍କ ରାଶି-ରୂପତା—

ଦାଶ ପ୍ରାଣ, ଜୀବାତ୍ମା ଓ ପରାମାତ୍ମା=12 ରାଶିର ପ୍ରତିପାଦନ ହେଉଅଛି।

ଦେବୀଙ୍କ ଜୀବାତ୍ମା ସହିତ ଏକାତ୍ମକତା—

ମାତା, ପିତା, ଚକ୍ର, ସ୍ଵଗୁରୁ ଓ ସ୍ଵୟଂ—ଏହି ପାଞ୍ଚରେ ଅଭେଦ ହିଁ କୌଳିକାର୍ଥ ଅଟେ। ତେଣୁ ଜୀବାତ୍ମା ସହିତ ଦେବୀଙ୍କ ସାଥିରେ ଅଭେଦତ୍ମକତା ସ୍ଵୟଂ ସିଦ୍ଧ ଅଟେ--ଇତ୍ଥଂ ମାତା ବିଦ୍ୟା ଚକ୍ରଂ ସ୍ଵଗୁରୁ: ସ୍ଵୟଂ ଚେତି

ଦେବୀଙ୍କ ଯୋଗିନୀ ରୂପତା—

ଯୋଗିନୀ-ହୃଦୟରେ ଦେବୀଙ୍କୁ ଯୋଗିନୀ-ରୂପା କୁହାଯାଇଅଛି। --

ବର୍ଗାଷ୍ଟକନିବିଷ୍ଟାଭି-ର୍ଯୋଗିନୀଭିଶ୍ଚ ସଞ୍ଜୁତା। ଯୋଗିନୀରୂପ ମାସ୍ଥାୟ ରାଜତେ ବିଶ୍ଵବିଗ୍ରହା।

ଶ୍ରୀଯନ୍ତ୍ର ଓ ଶରୀର-ଚକ୍ର

ଚକ୍ର-ବିନ୍ଦୁ--ଶରୀରରେ--ସ୍ଥାନ-ଭ୍ରୂ-ମଧ୍ୟ [ଆଜ୍ଞା-ଚକ୍ର],

ଚକ୍ର-[ତ୍ରିକୋଣ]-ଶରୀରରେ--ସ୍ଥାନ-ଲମ୍ବିକା[ଇନ୍ଦ୍ର-ଯୋନି],

ଚକ୍ର-ଅଷ୍ଟ-କୋଣ- ଶରୀରରେ--ସ୍ଥାନ-କଣ୍ଠ’, [ବିଷୁଦ୍ଧି-ଚକ୍ର]

ଚକ୍ର-ଅନ୍ତର୍ଦଶାର--ଶରୀରରେ—ସ୍ଥାନ--ହୃଦୟ [ଅନାହତ-ଚକ୍ର],

ଚକ୍ର-ବହିର୍ଦଶାର- ଶରୀରରେ--ସ୍ଥାନ-ନାଭି[ମଣିପୁର-ଚକ୍ର],

ଚକ୍ର-ଚତୁର୍ଦଶାର-- ଶରୀରରେ--ସ୍ଥାନ-ବସ୍ତି [ ସ୍ଵାଧିଷ୍ଠାନ]

ଚକ୍ର-ଅଷ୍ଟ-ଦଳ--ଶରୀରରେ--ସ୍ଥାନ-ଗୁଦା’, [ମୁଳାଧାର],

ଚକ୍ର-ଷୋଡଶ-ଦଳ-ଶରୀରରେ--ସ୍ଥାନ-କୁଳ’, [ଗୁଦାରୁ ନିଚ୍ଚ]

ଚକ୍ର-ଭୁପୁର--ଶରୀରରେ--ସ୍ଥାନ-ଅକୁଳ’, [ ଗୁଦାରୁ ଅତ୍ୟନ୍ତ ନିଚ୍ଚ,ଅଧ-ଦେଶ, ସହସ୍ର-ଦଳ-କମଳ]

କୈଲାଶ ନାଥ ଅଗ୍ରୱାଲ, ଶ୍ରୀବିଦ୍ୟା ଉପାସକ



 

Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...