Skip to main content

 

ଶ୍ରୀ ବାଲା ତ୍ରିପୁର-ସୁନ୍ଦରୀ

ଏକ ଆଧ୍ୟାତ୍ମିକ ବିଶ୍ଳେଷଣ—

ଜନ୍ମ-ଜନ୍ମାନ୍ତର ସଂସ୍କାର ର କାରଣରୁ ଆମେ ସମସ୍ତ ମନୁଷ୍ୟରେ ବିଷୟ-ଭୋଗ ର ପ୍ରବଳ ଇଛା ସ୍ବଭାବତ: ରହିଥାଏବିଷୟ-ଭୋଗର ଏହି ଇଛା ଏକ ବନ୍ଧନ ରୂପରେ ରହି ଆସୁଅଛି। ତେଣୁ, ଆମେ ନିଜର ମୂଳ ସ୍ୱରୂପ ଅଥବା ଆନନ୍ଦ ରୁ ସର୍ବଥା ଅପରଚିତ ଅଟୁ। ଏହିଯୋଗୁ, ସବୁ କିଛି ସୁଲଭ ହେଲେ ମଧ୍ୟ ଆମେ ବାସ୍ତବିକ ଆନନ୍ଦର ପ୍ରାପ୍ତି ହେଉନାହି। ସଂଯୋଗ ରୁ ବା ଦୈବ-ଯୋଗ ଦ୍ଵାରା ବିବେକ ଅଥବା ବୈରାଗ୍ୟର ପ୍ରାପ୍ତି ହେଲେ ଆମର ବିଷୟ-ଭୋଗ ପ୍ରତି ଅରୁଚି ଉତ୍ପନ୍ନ ହୋଇଥାଏ। ତେବେ, ଆମର ଇଛା ସାଂସାରିକ ପଦାର୍ଥ ରୁ ହଟି ଭଗବତ –ପ୍ରାପ୍ତି ନିମିତ ଜାଗ୍ରତ ହୁଏ। ମନୁଷ୍ୟର ଏହି ଇଛା ହିଁ ଶୁଭେଚ୍ଚ୍ହା ଅଟେ କାରଣ ମନୁଷ୍ୟକୁ ବାସ୍ତବିକ ଆନନ୍ଦ ପ୍ରାପ୍ତି ହୋଇଥାଏ। ଶୁଭେଚ୍ଚ୍ହାର ଉକ୍ତ ପରିଚୟ ପ୍ରାପ୍ତ ହୋଇ ମନୁଷ୍ୟ ଏକାନ୍ତରେ ନିଜ ଆତ୍ମାର ସନ୍ଧାନ କରିଥାଏମନୁଷ୍ୟ ପରମ-ତତ୍ତ୍ଵର ନିରାକାର ବା ସାକାର ରୂପର ଧ୍ୟାନ କରିଥାଏ। ଆସନର ଦୃଢତା, ପ୍ରାଣାୟାମ, ର ସତତ ନିୟମିତ ଅଭ୍ୟାସ ଦ୍ଵାରା ନିଜର ଇଛା-ଶକ୍ତି, ଜ୍ଞାନ-ଶକ୍ତି ଓ କ୍ରିୟା-ଶକ୍ତି କୁ ଜାଗ୍ରତ କରିଥାଏ

ଦଶ ମହାବିଦ୍ୟାରୁ ଯେ କୌଣସି ଗୋଟିଏ ମହାବିଦ୍ୟାର ଦିକ୍ଷା ପ୍ରାପ୍ତ କରି ଗୁରୁଙ୍କ ଅନୁଯାଇ ବିଧି ବିଧାନ ସହିତ କରିବା ଉଚିତ ଅଟେ। ଦଶ-ମହାବିଦ୍ୟା—ଦୁଇଟି କୂଳରେ ବିଭକ୍ତ ଅଟେ ଯଥା-ଶ୍ରୀ କୁଳ ଓ କାଲୀ କୁଳ। ଶ୍ରୀ କୁଳର ଅଧିଷ୍ଠାତ୍ରୀ—ଭଗବତୀ ଷୋଡଶୀ ଅଟନ୍ତି ଯିଏକି ମହା-ତ୍ରିପୁର-ସୁନ୍ଦରୀ ନାମରେ ବିକ୍ଷାତ ଅଟନ୍ତି ଓ ଯାହାର ଉପାସକ ଭଗବାନ ଆଦିଶଙ୍କର ଅଟନ୍ତି। ତାଙ୍କ ଦ୍ଵାରା ସ୍ଥାପିତ ଚାରି ମଠରେ ଶ୍ରୀ ଯନ୍ତ୍ର ପ୍ରତିଷ୍ଠିତ ଅଟେ ଯାହାର ଉପାସକ ଆଦି ଶଙ୍କର ଅଟନ୍ତି। ଶ୍ରୀ ଯନ୍ତ୍ର  ଭଗବତୀ ମହା-ତ୍ରିପୁର-ସୁନ୍ଦରୀ ଙ୍କ ପ୍ରସିଦ୍ଧ ପୂଜା ଶ୍ରୀ ଯନ୍ତ୍ର ଅଟେ କିନ୍ତୁ ବହୁତ କମ ଲୋକ ଜାଣନ୍ତି—ଭଗବତୀ ଷୋଡଶୀ ଙ୍କ ଆଦି ସ୍ୱରୂପ ହେଲେ— ଶ୍ରୀ ବାଲା ତ୍ରିପୁର-ସୁନ୍ଦରୀ ଯାହାଙ୍କର ତ୍ରୟ ଅକ୍ଷରି ମନ୍ତ୍ର ହେଲା-ଐଂ କ୍ଲୀଂ ସୌଃଶ୍ରୀ କୁଳ ସାଧନା ପଦ୍ଧତିରେ ସର୍ବ ପ୍ରଥମେ ଶ୍ରୀ ବାଲା ତ୍ରିପୁର-ସୁନ୍ଦରୀଙ୍କ ମନ୍ତ୍ର-ଦିକ୍ଷା ନେବାକୁ ହୋଇଥାଏ କାରଣ ଶ୍ରୀ ବାଲା ଗର୍ଭିତ ଶ୍ରୀ ଯନ୍ତ୍ର ଫଳପ୍ରଦ ହୋଇଥାଏ।         

ବ୍ରହ୍ମାଣ୍ଡ-ପୁରାଣ ର ଶ୍ରୀ ଲଳିତା ଉପାଖ୍ୟାନ ର ଭଣ୍ଡ-ପୁତ୍ର-ବଧ ନାମକ 22 ଅଧ୍ୟାୟ ରେ ଶ୍ରୀ ବାଲାମ୍ବା [ ଶ୍ରୀବାଲାମ୍ବା ତ୍ରିପୁର-ସୁନ୍ଦରୀ] ର ଯୁଦ୍ଧ-ପରାକ୍ରମ୍ମ ରୋଚକ ଢଙ୍ଗରେ ପ୍ରସ୍ତୁତ ହୋଇଅଛିଏହିଥିରେ, ଶ୍ରୀ ବାଲାମ୍ବାଙ୍କୁ ଶ୍ରୀ ଲଳିତା ମହା-ତ୍ରିପୁର-ସୁନ୍ଦରୀ ଙ୍କ ପୁତ୍ରୀ କୁହାଯାଇଅଛି।

ଶ୍ରୀବାଲା-ଧ୍ୟାନମ୍

ରକ୍ତାମ୍ବରାଂ ଚନ୍ଦ୍ରକଲାବତଂସାଂ ସମୁଦ୍ୟଦାଦିତ୍ୟନିଭାଂ ତ୍ରିନେତ୍ରାମ୍ ।

ବିଦ୍ୟାକ୍ଷମାଲାଭୟଦାନହସ୍ତାଂ ଧ୍ୟାୟାମି ବାଲାମରୁଣାମ୍ବୁଜସ୍ଥାମ୍ ॥

ପାଶାଙ୍କୁଶୌ ପୁସ୍ତକମକ୍ଷସୂତ୍ରଂ କରୈର୍ଦଧାନା ସକଲାମରାର୍ଚ୍ୟା ।

ରକ୍ତା ତ୍ରିନେତ୍ରା ଶଶିଶେଖରେୟଂ ଧ୍ୟେୟାଽଖିଲର୍ଦ୍ଧ୍ୟୈ ତ୍ରିପୁରାଽତ୍ର ବାଲା ॥

ମାତୁଲିଙ୍ଗପୟୋଜନ୍ମହସ୍ତାଂ କନକସନ୍ନିଭାମ୍ ।

ପଦ୍ମାସନଗତାଂ ବାଲାଂ ଲକ୍ଷ୍ମୀପ୍ରାପ୍ତ୍ୟୈ ବିଚିନ୍ତୟେ ॥

ବରପୀୟୂଷକଲଶପୁସ୍ତକାଭୀତିଧାରିଣୀମ୍

ସୁଧାଂ ସ୍ରବନ୍ତୀଂ ଜ୍ଞାନାପ୍ତ୍ୟୈ ବ୍ରହ୍ମରନ୍ଧ୍ରେ ବିଚିନ୍ତୟେ ॥

ଶୁକ୍ଲାମ୍ବରାଂ ଶଶାଙ୍କାଭାଂ ରୋଗନାଶେ ଭଜେ ଶିବାମ୍ ।

ସୃଣିପାଶଧରାଂ ଦେବୀଂ ରତ୍ନାଲଙ୍କାରଭୂଷିତାମ୍ ।

ପ୍ରସନ୍ନାମରୁଣାଂ ବନ୍ଦେ ବଶୀକରଣସିଦ୍ଧିଦାମ୍ ॥

ବାଗ୍ବୀଜମୂର୍ତିଧ୍ୟାନମ୍ -

ବିଦ୍ୟାକ୍ଷମାଲାଶୁକପାଲମୁଦ୍ରାରାଜତ୍କରାଂ କୁନ୍ଦସମାନକାନ୍ତିମ୍ ।

ମୁକ୍ତାଫଲାଲଙ୍କୃତିଶୋଭିତାଙ୍ଗୀଂ ବାଲାଂ ଭଜେ ବାଙ୍ମୟସିଦ୍ଧିହେତୋଃ ॥

କାମବୀଜମୂର୍ତିଧ୍ୟାନମ୍ -

ଭଜେ କଲ୍ପବୃକ୍ଷାଧ ଉଦ୍ଦୀପ୍ତରତ୍ନାସନେ ସନ୍ନିଷଣ୍ଣାଂ ମଦାଘୂର୍ଣିତାକ୍ଷୀମ୍ ।

କରୈର୍ବୀଜପୂରଂ କପାଲେଷୁଚାପଂ ସପାଶାଙ୍କୁଶଂ ରକ୍ତବର୍ଣାଂ ଦଧାନାମ୍

ଶକ୍ତିବୀଜମୂର୍ତିଧ୍ୟାନମ୍ -

ବ୍ୟାଖ୍ୟାନମୁଦ୍ରାମୃତକୁମ୍ଭବିଦ୍ୟାମକ୍ଷସ୍ରଜଂ ସନ୍ଦଧତୀଂ କରାଗ୍ରୈଃ ।

ଚିଦ୍ରୂପିଣୀଂ ଶାରଦ ଚନ୍ଦ୍ରକାନ୍ତିଂ ବାଲାଂ ଭଜେ ମୌକ୍ତିକ ଭୂଷିତାଙ୍ଗୀମ୍ ॥

Kailash nath agrawal, srividya upasak

Continue----



Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...