Skip to main content

 

ଶ୍ରୀ ବାଲା ତ୍ରିପୁର-ସୁନ୍ଦରୀ

ଏକ ଆଧ୍ୟାତ୍ମିକ ବିଶ୍ଳେଷଣ—

ଜନ୍ମ-ଜନ୍ମାନ୍ତର ସଂସ୍କାର ର କାରଣରୁ ଆମେ ସମସ୍ତ ମନୁଷ୍ୟରେ ବିଷୟ-ଭୋଗ ର ପ୍ରବଳ ଇଛା ସ୍ବଭାବତ: ରହିଥାଏବିଷୟ-ଭୋଗର ଏହି ଇଛା ଏକ ବନ୍ଧନ ରୂପରେ ରହି ଆସୁଅଛି। ତେଣୁ, ଆମେ ନିଜର ମୂଳ ସ୍ୱରୂପ ଅଥବା ଆନନ୍ଦ ରୁ ସର୍ବଥା ଅପରଚିତ ଅଟୁ। ଏହିଯୋଗୁ, ସବୁ କିଛି ସୁଲଭ ହେଲେ ମଧ୍ୟ ଆମେ ବାସ୍ତବିକ ଆନନ୍ଦର ପ୍ରାପ୍ତି ହେଉନାହି। ସଂଯୋଗ ରୁ ବା ଦୈବ-ଯୋଗ ଦ୍ଵାରା ବିବେକ ଅଥବା ବୈରାଗ୍ୟର ପ୍ରାପ୍ତି ହେଲେ ଆମର ବିଷୟ-ଭୋଗ ପ୍ରତି ଅରୁଚି ଉତ୍ପନ୍ନ ହୋଇଥାଏ। ତେବେ, ଆମର ଇଛା ସାଂସାରିକ ପଦାର୍ଥ ରୁ ହଟି ଭଗବତ –ପ୍ରାପ୍ତି ନିମିତ ଜାଗ୍ରତ ହୁଏ। ମନୁଷ୍ୟର ଏହି ଇଛା ହିଁ ଶୁଭେଚ୍ଚ୍ହା ଅଟେ କାରଣ ମନୁଷ୍ୟକୁ ବାସ୍ତବିକ ଆନନ୍ଦ ପ୍ରାପ୍ତି ହୋଇଥାଏ। ଶୁଭେଚ୍ଚ୍ହାର ଉକ୍ତ ପରିଚୟ ପ୍ରାପ୍ତ ହୋଇ ମନୁଷ୍ୟ ଏକାନ୍ତରେ ନିଜ ଆତ୍ମାର ସନ୍ଧାନ କରିଥାଏମନୁଷ୍ୟ ପରମ-ତତ୍ତ୍ଵର ନିରାକାର ବା ସାକାର ରୂପର ଧ୍ୟାନ କରିଥାଏ। ଆସନର ଦୃଢତା, ପ୍ରାଣାୟାମ, ର ସତତ ନିୟମିତ ଅଭ୍ୟାସ ଦ୍ଵାରା ନିଜର ଇଛା-ଶକ୍ତି, ଜ୍ଞାନ-ଶକ୍ତି ଓ କ୍ରିୟା-ଶକ୍ତି କୁ ଜାଗ୍ରତ କରିଥାଏ

ଦଶ ମହାବିଦ୍ୟାରୁ ଯେ କୌଣସି ଗୋଟିଏ ମହାବିଦ୍ୟାର ଦିକ୍ଷା ପ୍ରାପ୍ତ କରି ଗୁରୁଙ୍କ ଅନୁଯାଇ ବିଧି ବିଧାନ ସହିତ କରିବା ଉଚିତ ଅଟେ। ଦଶ-ମହାବିଦ୍ୟା—ଦୁଇଟି କୂଳରେ ବିଭକ୍ତ ଅଟେ ଯଥା-ଶ୍ରୀ କୁଳ ଓ କାଲୀ କୁଳ। ଶ୍ରୀ କୁଳର ଅଧିଷ୍ଠାତ୍ରୀ—ଭଗବତୀ ଷୋଡଶୀ ଅଟନ୍ତି ଯିଏକି ମହା-ତ୍ରିପୁର-ସୁନ୍ଦରୀ ନାମରେ ବିକ୍ଷାତ ଅଟନ୍ତି ଓ ଯାହାର ଉପାସକ ଭଗବାନ ଆଦିଶଙ୍କର ଅଟନ୍ତି। ତାଙ୍କ ଦ୍ଵାରା ସ୍ଥାପିତ ଚାରି ମଠରେ ଶ୍ରୀ ଯନ୍ତ୍ର ପ୍ରତିଷ୍ଠିତ ଅଟେ ଯାହାର ଉପାସକ ଆଦି ଶଙ୍କର ଅଟନ୍ତି। ଶ୍ରୀ ଯନ୍ତ୍ର  ଭଗବତୀ ମହା-ତ୍ରିପୁର-ସୁନ୍ଦରୀ ଙ୍କ ପ୍ରସିଦ୍ଧ ପୂଜା ଶ୍ରୀ ଯନ୍ତ୍ର ଅଟେ କିନ୍ତୁ ବହୁତ କମ ଲୋକ ଜାଣନ୍ତି—ଭଗବତୀ ଷୋଡଶୀ ଙ୍କ ଆଦି ସ୍ୱରୂପ ହେଲେ— ଶ୍ରୀ ବାଲା ତ୍ରିପୁର-ସୁନ୍ଦରୀ ଯାହାଙ୍କର ତ୍ରୟ ଅକ୍ଷରି ମନ୍ତ୍ର ହେଲା-ଐଂ କ୍ଲୀଂ ସୌଃଶ୍ରୀ କୁଳ ସାଧନା ପଦ୍ଧତିରେ ସର୍ବ ପ୍ରଥମେ ଶ୍ରୀ ବାଲା ତ୍ରିପୁର-ସୁନ୍ଦରୀଙ୍କ ମନ୍ତ୍ର-ଦିକ୍ଷା ନେବାକୁ ହୋଇଥାଏ କାରଣ ଶ୍ରୀ ବାଲା ଗର୍ଭିତ ଶ୍ରୀ ଯନ୍ତ୍ର ଫଳପ୍ରଦ ହୋଇଥାଏ।         

ବ୍ରହ୍ମାଣ୍ଡ-ପୁରାଣ ର ଶ୍ରୀ ଲଳିତା ଉପାଖ୍ୟାନ ର ଭଣ୍ଡ-ପୁତ୍ର-ବଧ ନାମକ 22 ଅଧ୍ୟାୟ ରେ ଶ୍ରୀ ବାଲାମ୍ବା [ ଶ୍ରୀବାଲାମ୍ବା ତ୍ରିପୁର-ସୁନ୍ଦରୀ] ର ଯୁଦ୍ଧ-ପରାକ୍ରମ୍ମ ରୋଚକ ଢଙ୍ଗରେ ପ୍ରସ୍ତୁତ ହୋଇଅଛିଏହିଥିରେ, ଶ୍ରୀ ବାଲାମ୍ବାଙ୍କୁ ଶ୍ରୀ ଲଳିତା ମହା-ତ୍ରିପୁର-ସୁନ୍ଦରୀ ଙ୍କ ପୁତ୍ରୀ କୁହାଯାଇଅଛି।

ଶ୍ରୀବାଲା-ଧ୍ୟାନମ୍

ରକ୍ତାମ୍ବରାଂ ଚନ୍ଦ୍ରକଲାବତଂସାଂ ସମୁଦ୍ୟଦାଦିତ୍ୟନିଭାଂ ତ୍ରିନେତ୍ରାମ୍ ।

ବିଦ୍ୟାକ୍ଷମାଲାଭୟଦାନହସ୍ତାଂ ଧ୍ୟାୟାମି ବାଲାମରୁଣାମ୍ବୁଜସ୍ଥାମ୍ ॥

ପାଶାଙ୍କୁଶୌ ପୁସ୍ତକମକ୍ଷସୂତ୍ରଂ କରୈର୍ଦଧାନା ସକଲାମରାର୍ଚ୍ୟା ।

ରକ୍ତା ତ୍ରିନେତ୍ରା ଶଶିଶେଖରେୟଂ ଧ୍ୟେୟାଽଖିଲର୍ଦ୍ଧ୍ୟୈ ତ୍ରିପୁରାଽତ୍ର ବାଲା ॥

ମାତୁଲିଙ୍ଗପୟୋଜନ୍ମହସ୍ତାଂ କନକସନ୍ନିଭାମ୍ ।

ପଦ୍ମାସନଗତାଂ ବାଲାଂ ଲକ୍ଷ୍ମୀପ୍ରାପ୍ତ୍ୟୈ ବିଚିନ୍ତୟେ ॥

ବରପୀୟୂଷକଲଶପୁସ୍ତକାଭୀତିଧାରିଣୀମ୍

ସୁଧାଂ ସ୍ରବନ୍ତୀଂ ଜ୍ଞାନାପ୍ତ୍ୟୈ ବ୍ରହ୍ମରନ୍ଧ୍ରେ ବିଚିନ୍ତୟେ ॥

ଶୁକ୍ଲାମ୍ବରାଂ ଶଶାଙ୍କାଭାଂ ରୋଗନାଶେ ଭଜେ ଶିବାମ୍ ।

ସୃଣିପାଶଧରାଂ ଦେବୀଂ ରତ୍ନାଲଙ୍କାରଭୂଷିତାମ୍ ।

ପ୍ରସନ୍ନାମରୁଣାଂ ବନ୍ଦେ ବଶୀକରଣସିଦ୍ଧିଦାମ୍ ॥

ବାଗ୍ବୀଜମୂର୍ତିଧ୍ୟାନମ୍ -

ବିଦ୍ୟାକ୍ଷମାଲାଶୁକପାଲମୁଦ୍ରାରାଜତ୍କରାଂ କୁନ୍ଦସମାନକାନ୍ତିମ୍ ।

ମୁକ୍ତାଫଲାଲଙ୍କୃତିଶୋଭିତାଙ୍ଗୀଂ ବାଲାଂ ଭଜେ ବାଙ୍ମୟସିଦ୍ଧିହେତୋଃ ॥

କାମବୀଜମୂର୍ତିଧ୍ୟାନମ୍ -

ଭଜେ କଲ୍ପବୃକ୍ଷାଧ ଉଦ୍ଦୀପ୍ତରତ୍ନାସନେ ସନ୍ନିଷଣ୍ଣାଂ ମଦାଘୂର୍ଣିତାକ୍ଷୀମ୍ ।

କରୈର୍ବୀଜପୂରଂ କପାଲେଷୁଚାପଂ ସପାଶାଙ୍କୁଶଂ ରକ୍ତବର୍ଣାଂ ଦଧାନାମ୍

ଶକ୍ତିବୀଜମୂର୍ତିଧ୍ୟାନମ୍ -

ବ୍ୟାଖ୍ୟାନମୁଦ୍ରାମୃତକୁମ୍ଭବିଦ୍ୟାମକ୍ଷସ୍ରଜଂ ସନ୍ଦଧତୀଂ କରାଗ୍ରୈଃ ।

ଚିଦ୍ରୂପିଣୀଂ ଶାରଦ ଚନ୍ଦ୍ରକାନ୍ତିଂ ବାଲାଂ ଭଜେ ମୌକ୍ତିକ ଭୂଷିତାଙ୍ଗୀମ୍ ॥

Kailash nath agrawal, srividya upasak

Continue----



Comments

Popular posts from this blog

  ଶ୍ରୀ ବିଦ୍ୟା—[ 51 ]- 24 - 07 -202 1 ଶ୍ରୀ ବାଲା-ବାଞ୍ଛା - ଦାତ୍ରୀ - ସ୍ତୋତ୍ରମ୍- ଐଂ ବିଦ୍ୟାକ୍ଷମାଲାସୁକପାଲମୁଦ୍ରାରାଜତ୍କରାଂ କୁନ୍ଦସମାନକାନ୍ତିମ୍ । ମୁକ୍ତାଫଲାଲଙ୍କୃତଶୋଭନାଙ୍ଗୀଂ ବାଲାଂ ଭଜେ ବାଙ୍ମୟସିଦ୍ଧିହେତୋଃ ॥ ୧॥ କ୍ଲୀଂ ଭଜେ କଲ୍ପବୃକ୍ଷାଧ ଉଦ୍ଦୀପ୍ତରତ୍ନାସନେ ସନ୍ନିଷଣ୍ଣାଂ ମଦାଘୂର୍ଣିତାକ୍ଷୀମ୍ । କରୈର୍ବୀଜପୂରଂ କପାଲେଷୁଚାପଂ ସପାଶାଙ୍କୁରାଂ ରକ୍ତବର୍ଣାଂ ଦଧାନାମ୍ ॥ ୨ ॥ ସୌଃ ବ୍ୟାଖ୍ୟାନମୁଦ୍ରାମୃତକୁମ୍ଭବିଦ୍ୟାଂ ଅକ୍ଷସ୍ରଜଂ ସନ୍ଦଧତୀଂ କରାବ୍ଜୈଃ । ଚିଦ୍ରୂପିଣୀଂ ଶାରଦଚନ୍ଦ୍ରକାନ୍ତିଂ ବାଲାଂ ଭଜେ ମୌକ୍ତିକଭୂଷିତାଙ୍ଗୀମ୍ ॥ ୩॥ ପାଶାଙ୍କୁଶୌ ପୁସ୍ତକମକ୍ଷସୂତ୍ରଂ କରୈର୍ଦଧାନାଂ ସକଲାମରାର୍ଚ୍ୟାମ୍ମ୍ । ରକ୍ତାଂ ତ୍ରିଣୋତ୍ରାଂ ଶଶିଶେଖରାଂ ତାଂ ଭଜେଽଖିଲର୍ଧ୍ୟୈ ତ୍ରିପୁରାଂ ଚ ବାଲାମ୍ ॥ ୪॥ ଆରକ୍ତାଂ ଶଶିଖଣ୍ଡମଣ୍ଡିତଜଟାଜୂଟାନୁବଦ୍ଧସ୍ରଜଂ      ବନ୍ଧୂକପ୍ରସବାରୁଣାମ୍ବରଧରାଂ ରକ୍ତାମ୍ବୁଜାଧ୍ୟାସିନୀମ୍ । ତ୍ୱାଂ ଧ୍ୟାୟାମି ଚତୁର୍ଭୁଜାଂ ତ୍ରିଣୟନାମାପୀନରମ୍ୟସ୍ତନୀଂ      ମଧ୍ୟେ ନିମ୍ନବଲିତ୍ରୟାଙ୍କିତତନୁଂ ତ୍ୱଦ୍ରୂପସମ୍ପତ୍ତୟେ ॥ ୫॥ ଆଧାରେ ତରୁଣାର୍କବିମ୍ବରୁଚିରଂ ସୋମପ୍ରଭଂ ବାଗ୍ଭବଂ      ବୀଜଂ ମାନ୍ମଥମିନ୍ଦ୍ରଗୋପକନିଭଂ ହୃତ୍ପଙ୍କଜେ ସଂସ୍ଥିତମ୍ । ରନ୍ଧ୍ରେ ବ୍ରହ୍ମପ...
 
 ପ୍ରସ୍ତୁତ ପୁସ୍ତକ, 'ବାସ୍ତୁ ଶାସ୍ତ୍ର ସୌଭାଗ୍ୟ' ରୁ ଉଦ୍ଧୃତ- ବାସ୍ତୁ ଶାସ୍ତ୍ର ସ୍ଥାପତ୍ୟ ବେଦର ଏକ ଅଙ୍ଗ ଅଟେ । ବେଦର ଅର୍ଥ ଜ୍ଞାନ ଅଟେ । “ ବିଶ୍ୱକର୍ମା ପ୍ରକାଶ ” ସବୁଠାରୁ ପ୍ରାଚୀନତମ ଗ୍ରନ୍ଥ ଅଟେ । ଏହାର ଲୋକପ୍ରିିୟତା ବିଶେଷ ଭାବେ ଉତର ଭାରତରେ ପାଳିତ ହେଉଅଛି । ବାସ୍ତୁ ଉପରେ ଅନ୍ୟାନ୍ୟ ଗ୍ରନ୍ଥ ଉପଲବ୍ଧ ଅଟେ । ଯଥା-ମତ୍ସ୍ୟ ପୁରାଣ , ଅଗ୍ନି ପୁରାଣ , ଭବିଷ୍ୟ ପୁରାଣ ଓ ବୃହତ ସଂହିଁତା । ଅନ୍ୟାନ୍ୟ ଗ୍ରନ୍ଥ ବାସ୍ତୁ ଉପରେ ବିଶେଷ ପରିଲିଖିତ ହେଉଅଛି ଯଥା-ମୟମତମ୍‌ , ମାନସାର , ସମରାଙ୍ଗଣ ସୁତ୍ରଧାର , ରାଜବଲ୍ଲଭ ଏବଂ ମନୁଷ୍ୟାଳୟ ଚନ୍ଦ୍ରିକା । ପ୍ରତିମା ବିଜ୍ଞାନ ନାମକ ଗ୍ରନ୍ଥ ବାସ୍ତୁର ଏକ ଅଭିନ୍ନ ଅଙ୍ଗ ଅଟେ । ଚାରୋଟି ବେଦ ଯଥା-ରିଗ୍‌ , ଯଜୁର୍ବେଦ , ଅଥର୍ବ ବେଦ ଏବଂ ଶାମବେଦ ଅଟେ । ଯଜୁର୍ବେଦରେ ରିଗ୍‌ବେଦର ଦେବତାଙ୍କର ମନ୍ତ୍ର ସହିତ ଆହୁତି ଦିଆଯାଇଥାଏ ଏବଂ ଏହି ବେଦରେ କର୍ମକାଣ୍ଡ ଉପରେ ବିସ୍ତୃତ ବର୍ଣ୍ଣନା କରାଯାଇଅଛି । ସାମ୍‌ବେଦରେ ରିଗ୍‌ବେଦର ମନ୍ତ୍ରକୁ କିପରି ଛନ୍ଦ ଓ ଗାୟନ ରୂପରେ ପ୍ରାର୍ଥନା କରାଯାଏ ତାହା ପ୍ରସ୍ତୁତ ହୋଇଅଛି । ଅଥର୍ବ ବେଦରେ ଜୀବନର ସମ୍ବନ୍ଧିତ ଜ୍ଞାନକୁ ବର୍ଣ୍ଣ ନା କରାଯାଇଅଛି । ବାସ୍ତୁ ଗ୍ରନ୍ଥ ଯଜୁର୍ବେଦର ଅଧିକ ନିକଟତର ଅଟେ । କାରଣ ଏହି ବେଦ ଯଜ୍ଞ ଉପରେ ବିଶେଷ ବର୍ଣ୍ଣନା କରିଅଛି । ବେଦ ବହିଗୁଡିକୁ କୈାଣସି ପୁରୁଷ ବ୍ୟକ୍ତି ଲେଖନାହାଁନ୍ତି । ତେଣୁ ...