ଶ୍ରୀ ବାଲା ତ୍ରିପୁର-ସୁନ୍ଦରୀ
ଏକ ଆଧ୍ୟାତ୍ମିକ ବିଶ୍ଳେଷଣ—
ଜନ୍ମ-ଜନ୍ମାନ୍ତର ସଂସ୍କାର ର କାରଣରୁ ଆମେ ସମସ୍ତ
ମନୁଷ୍ୟରେ ‘ବିଷୟ-ଭୋଗ’ ର ପ୍ରବଳ ଇଛା ସ୍ବଭାବତ: ରହିଥାଏ। ବିଷୟ-ଭୋଗ’ର ଏହି ଇଛା ଏକ ବନ୍ଧନ ରୂପରେ
ରହି ଆସୁଅଛି। ତେଣୁ, ଆମେ ନିଜର ମୂଳ ସ୍ୱରୂପ ଅଥବା ଆନନ୍ଦ’ ରୁ ସର୍ବଥା ଅପରଚିତ ଅଟୁ। ଏହିଯୋଗୁ, ସବୁ କିଛି ସୁଲଭ ହେଲେ
ମଧ୍ୟ ଆମେ ବାସ୍ତବିକ ଆନନ୍ଦ’ର ପ୍ରାପ୍ତି ହେଉନାହି। ସଂଯୋଗ ରୁ ବା
ଦୈବ-ଯୋଗ ଦ୍ଵାରା ‘ବିବେକ’ ଅଥବା ‘ବୈରାଗ୍ୟ’ର ପ୍ରାପ୍ତି ହେଲେ ଆମର ବିଷୟ-ଭୋଗ ପ୍ରତି ଅରୁଚି
ଉତ୍ପନ୍ନ ହୋଇଥାଏ। ତେବେ, ଆମର ଇଛା ସାଂସାରିକ ପଦାର୍ଥ ରୁ ହଟି ‘ଭଗବତ’ –ପ୍ରାପ୍ତି ନିମିତ ଜାଗ୍ରତ ହୁଏ। ମନୁଷ୍ୟର ଏହି ଇଛା
ହିଁ ଶୁଭେଚ୍ଚ୍ହା ଅଟେ କାରଣ ମନୁଷ୍ୟ’କୁ ବାସ୍ତବିକ ଆନନ୍ଦ ପ୍ରାପ୍ତି
ହୋଇଥାଏ। ‘ଶୁଭେଚ୍ଚ୍ହା’ର ଉକ୍ତ ପରିଚୟ ପ୍ରାପ୍ତ ହୋଇ ମନୁଷ୍ୟ ଏକାନ୍ତରେ ନିଜ ଆତ୍ମା’ର ସନ୍ଧାନ କରିଥାଏ। ମନୁଷ୍ୟ ପରମ-ତତ୍ତ୍ଵ’ର ନିରାକାର ବା ସାକାର ରୂପର
ଧ୍ୟାନ କରିଥାଏ। ‘ଆସନ’ର ଦୃଢତା,
ପ୍ରାଣାୟାମ, ର ସତତ ନିୟମିତ ଅଭ୍ୟାସ ଦ୍ଵାରା ନିଜର ଇଛା-ଶକ୍ତି, ଜ୍ଞାନ-ଶକ୍ତି ଓ କ୍ରିୟା-ଶକ୍ତି କୁ ଜାଗ୍ରତ କରିଥାଏ।
ଦଶ
ମହାବିଦ୍ୟାରୁ ଯେ କୌଣସି ଗୋଟିଏ ମହାବିଦ୍ୟା’ର ଦିକ୍ଷା ପ୍ରାପ୍ତ କରି ଗୁରୁଙ୍କ ଅନୁଯାଇ ବିଧି ବିଧାନ ସହିତ
କରିବା ଉଚିତ ଅଟେ। ଦଶ-ମହାବିଦ୍ୟା—ଦୁଇଟି କୂଳରେ ବିଭକ୍ତ ଅଟେ ଯଥା-ଶ୍ରୀ କୁଳ ଓ କାଲୀ କୁଳ।
ଶ୍ରୀ କୁଳ’ର ଅଧିଷ୍ଠାତ୍ରୀ—ଭଗବତୀ ଷୋଡଶୀ ଅଟନ୍ତି ଯିଏକି
ମହା-ତ୍ରିପୁର-ସୁନ୍ଦରୀ ନାମରେ ବିକ୍ଷାତ ଅଟନ୍ତି ଓ ଯାହାର ଉପାସକ ଭଗବାନ ଆଦିଶଙ୍କର ଅଟନ୍ତି।
ତା’ଙ୍କ ଦ୍ଵାରା ସ୍ଥାପିତ ଚାରି ମଠରେ ‘ଶ୍ରୀ
ଯନ୍ତ୍ର’ ପ୍ରତିଷ୍ଠିତ ଅଟେ ଯାହାର ଉପାସକ ଆଦି ଶଙ୍କର ଅଟନ୍ତି। ଶ୍ରୀ
ଯନ୍ତ୍ର’ ଭଗବତୀ
ମହା-ତ୍ରିପୁର-ସୁନ୍ଦରୀ ଙ୍କ ପ୍ରସିଦ୍ଧ ପୂଜା ଶ୍ରୀ ଯନ୍ତ୍ର ଅଟେ କିନ୍ତୁ ବହୁତ କମ ଲୋକ
ଜାଣନ୍ତି—ଭଗବତୀ ଷୋଡଶୀ ଙ୍କ ଆଦି ସ୍ୱରୂପ ହେଲେ—‘ ଶ୍ରୀ ବାଲା
ତ୍ରିପୁର-ସୁନ୍ଦରୀ’ ଯାହାଙ୍କର ତ୍ରୟ ଅକ୍ଷରି ମନ୍ତ୍ର ହେଲା-ଐଂ କ୍ଲୀଂ
ସୌଃ’। ଶ୍ରୀ କୁଳ ସାଧନା ପଦ୍ଧତିରେ ସର୍ବ ପ୍ରଥମେ ଶ୍ରୀ ବାଲା
ତ୍ରିପୁର-ସୁନ୍ଦରୀଙ୍କ
ମନ୍ତ୍ର-ଦିକ୍ଷା ନେବାକୁ ହୋଇଥାଏ କାରଣ ‘ଶ୍ରୀ ବାଲା ଗର୍ଭିତ ଶ୍ରୀ ଯନ୍ତ୍ର ଫଳପ୍ରଦ ହୋଇଥାଏ।
ବ୍ରହ୍ମାଣ୍ଡ-ପୁରାଣ’ ର ଶ୍ରୀ ଲଳିତା ଉପାଖ୍ୟାନ’ ର ଭଣ୍ଡ-ପୁତ୍ର-ବଧ ନାମକ 22
ଅଧ୍ୟାୟ ରେ ଶ୍ରୀ ବାଲାମ୍ବା’ [ ଶ୍ରୀବାଲାମ୍ବା ତ୍ରିପୁର-ସୁନ୍ଦରୀ] ର
ଯୁଦ୍ଧ-ପରାକ୍ରମ୍ମ ରୋଚକ ଢଙ୍ଗରେ ପ୍ରସ୍ତୁତ ହୋଇଅଛି। ଏହିଥିରେ, ଶ୍ରୀ ବାଲାମ୍ବାଙ୍କୁ ଶ୍ରୀ
ଲଳିତା ମହା-ତ୍ରିପୁର-ସୁନ୍ଦରୀ ଙ୍କ ପୁତ୍ରୀ କୁହାଯାଇଅଛି।
‘ତପ୍ତ-କାଞ୍ଚନ-ବର୍ଣା,
ଅରୁଣ-କିରଣ-ଜାଲୈରଞ୍ଜିତା,ରକ୍ତାମ୍ବରା’--
ଶ୍ରୀ ଶ୍ରୀ ବାଲା ଶୁଦ୍ଧ ତତ୍ତ୍ଵ ଅଟନ୍ତି ଓ ଶୁଦ୍ଧ ତତ୍ତ୍ଵର ପ୍ରକାଶ
ତପ୍ତ-କାଞ୍ଚନ-ବର୍ଣ ସମାନ ଅଟେ। ତେଣୁ, ଭଗବତୀଙ୍କୁ ‘ତପ୍ତ-କାଞ୍ଚନ-ବର୍ଣ କୁହାଯାଏ। ତାଙ୍କର ବସ୍ତ୍ର ‘ମାୟା’ ଅଟେ ଯାହାକି ଲାଲ ରଙ୍ଗ ଅଟେ। ଶୁଦ୍ଧ ତତ୍ତ୍ଵର ପ୍ରକାଶରେ
କାଳ’ ଓ କ୍ରିୟାର ସମାବେଶକୁ ‘ମାୟା’ କୁହାଯାଏ। କ୍ରିୟା’ ରଜୋ ଗୁଣ ଯୋଗୁ ରଙ୍ଗ ଲାଲ ଅଟେ। ତେଣୁ, ଭଗବତୀ ଶ୍ରୀ ଶ୍ରୀ ବାଲା ‘ରକ୍ତାମ୍ବରା’ ଅଟନ୍ତି। ଶୁଦ୍ଧ ତତ୍ତ୍ଵର
ପ୍ରକାଶ ଓ ରକ୍ତ-ବର୍ଣ ‘ମାୟା’
ଭିତରୁ ବାହାରିଥାଏ ତେଣୁ ଭଗବତୀ ଶ୍ରୀ ବାଲା ଅରୁଣ-କିରଣ-ଜାଲ ଦ୍ଵାରା ଆଚ୍ଛାଦିତ ଅଟେ। ଶୁଭ୍ର ପ୍ରକାଶ
ସହିତ ରକ୍ତ-ବର୍ଣ ମିଳିଗଲେ, ତାହା ଅରୁଣ-ବର୍ଣ ହୋଇଥାଏ।
ଚନ୍ଦ୍ରାର୍ଦ୍ଧ-ଚୂଡାମଣି, ଦିବ୍ୟାଳଙ୍କାର-ଭୂଷିତା—
ଦିବ୍ୟ
ଅଳଙ୍କାର ଅନ୍ତର୍ଗତ—ଅମଳ-ହାର, ଅଜର ବସ୍ତ୍ର, ଅର୍ଦ୍ଧ-ଚନ୍ଦ୍ର, ଚୂଡାମଣି, କୁଣ୍ଡଳ-ଦ୍ୱୟ,
କରକ-ସମୂହ, କେୟୁର, ବିମଳ ନୁପୁର, ଅନୁତ୍ତମ ଗ୍ବୈୟକ, ଓ ଅଙ୍ଗୁଳୟିକ ରତ୍ନ ଆସିଥାଏ। ଆସନ୍ତୁ
ଜାଣିବା ଏହାର ବ୍ୟାଖ୍ୟା—
ଅମଳ ହାର—ଅର୍ଥାତ
ବିଶୁଦ୍ଧ ପ୍ରକାଶ ଶକ୍ତି। ବୁଦ୍ଧିର ସତ୍ତ୍ଵ-ନିର୍ମଲ ହେଲେ ପ୍ରକାଶ ଶକ୍ତି ଅକ୍ଷୁଣ ହୋଇଥାଏ।
ଯାବତିକ ବୈଷୟିକ ‘ପ୍ରକାଶ’ ବୁଦ୍ଧିରେ ହିଁ ଥାଏ। ରଜୋ-ଗୁଣର ଚାଞ୍ଚଲ୍ୟ-ବଶ
ସାଧାରଣ ଜୀବରେ ଏହି ପ୍ରକାଶ ଅତି କ୍ଷୀଣ ଅବସ୍ଥାରେ ଥାଏ। ସାଧାରଣ ଜୀବ ର ବୁଦ୍ଧି କୌଣସି
ପଦାର୍ଥ ସମ୍ମୁଖରେ ହେଲେ ତାହାର ସାମାନ୍ୟ ଅଂଶକୁ ପ୍ରକାଶ କରିପାରିଥାଏ। ତାହାର ଅତୀତ ଓ ଅନାଗତ
ଅବସ୍ଥା ତଥା ଆଭ୍ୟନ୍ତରିକ ରସ-ପ୍ରବାହ ଅଜ୍ଞାତ ରହିଥାଏ। ଏହାର କାରଣ ବୁଦ୍ଧି-ସତ୍ତ୍ଵର ମଳିନତା
ଅଟେ। ‘ସତ୍ତ୍ଵ-ଗୁଣ’, ବିଶୁଦ୍ଧ ହେଲେ ଏପରି ହୋଇନଥାଏ—ବିଷୟର ଯାବତିୟ ଅଂଶ ଯୁଗ-ପତ୍ ପ୍ରକାଶିତ
ହୋଇଥାଏ। ଏହି ଶକ୍ତିର ନାମ-‘ଅମଳ-ହାର’ ଅଟେ ଯେଉଁଥିରେ ଏହି ଶକ୍ତି
ରହିଥାଏ ସିଏ ଅମଳ-ହାର ଧାରଣ କରିଛନ୍ତି।
ଅଜର
ରକ୍ତାମ୍ବର ଅର୍ଥାତ ଅବିନାଶୀ ବସ୍ତ୍ର—
‘ମାୟା’ ଓ ଅବିଦ୍ୟା’—ଏହି ଦୁଇଟି
ଅନାଦି ଅଟନ୍ତି, ତେଣୁ ‘ଅଜର’ ଅଟନ୍ତି। ଏହି ଦୁଇଟିର ‘କ୍ରିୟା’
ବା ‘ଗତି’’ର ବାହୁଲ୍ୟତା ଯୋଗୁ ଏହାର ବର୍ଣ ‘ରକ୍ତ-ବର୍ଣ’ ଅଟେ। ଏହିପରି, ଯାହାର
ପ୍ରକାଶ ଦ୍ଵାରା ‘ମାୟା’ର ଖେଳ ହେଉଅଛି, ସେହି ରକ୍ତାମ୍ବର’ ଅଟନ୍ତି। ବିଶୁଦ୍ଧ
ସତ୍ତ୍ଵ-ଗୁଣର ପ୍ରକାଶ ହେଲେ ଏହି କଥା ସ୍ପଷ୍ଟ ହୋଇଥାଏ।
ଅର୍ଦ୍ଧ-ଚନ୍ଦ୍ର
[ ଲଲାଟ-ଭୂଷଣ]—ଦିବ୍ୟ ଜ୍ୟୋତି—
ଆଜ୍ଞା
ଚକ୍ର’ ରୁ ବିଶିଷ୍ଟ ବିଜ୍ଞାନ-ଜ୍ୟୋତିର ପ୍ରକାଶ ବାହାରିଥାଏ ଯାହାର ପ୍ରଭାବରେ ସୂକ୍ଷ୍ମରୁ
ସୂକ୍ଷ୍ମତର ବସ୍ତୁ ଭି ଅନାୟାସ ଦେଖାଯାଇଥାଏ। ଏହାକୁ ‘ଦିବ୍ୟ-ଦ୍ରୁଷ୍ଟି କିମ୍ବା ଦୂର-ଦର୍ଶନ-ଶକ୍ତି କୁହାଯାଏ। ଯୋଗ-ଦର୍ଶନରେ
ଏହାକୁ ‘ ପ୍ରବୃତ୍ୟାଲୋକ’ କୁହାଯାଏ। ଏହି ଶକ୍ତି
ଯାହାଙ୍କ ପାଖରେ ଥାଏ ତାହାକୁ ଅର୍ଦ୍ଧ-ଚନ୍ଦ୍ର ଧାରଣ କୁହାଯାଏ।
ଚୂଡାମଣି[ଶିରୋ
ଭୂଷଣ]-ଦିବ୍ୟ ଜ୍ଞାନ ଶକ୍ତି---
ଏହି
ଆଭୁଷଣ, ଦିବ୍ୟ ଜ୍ଞାନ-ଶକ୍ତିର ଦ୍ୟୋତକ ଅଟେ। ଏହା ଦ୍ଵାରା
ଜଗତର ସମସ୍ତ ତତ୍ତ୍ଵ ସ୍ପଷ୍ଟ ରୂପରେ ଅନାୟାସ ହୃଦୟଙ୍ଗମ ହୋଇଥାଏ। ସାଧାରଣତ: ଆମର ଜ୍ଞାନ ମିଶ୍ରିତ ବା ସଙ୍କିର୍ଣ ଅଟେ।
ଯାହାର ଦିବ୍ୟ ଜ୍ଞାନ ଅଛି ସେଠାରେ ସଙ୍କିର୍ନତା ନ ଥାଏ। ଏହା ଅତିରିକ୍ତ ଜଗତର ପ୍ରତ୍ୟେକ
ପଦାର୍ଥରେ ଥିବା ବିଭିନ୍ନ ଗୁଣ ସ୍ପଷ୍ଟ ରୂପରେ ଜ୍ଞାତ ହୋଇଥାଏ। ବୁଦ୍ଧି[ସତ୍ତ୍ଵ]
ର ନିର୍ମଳତା ଏହାର ଲକ୍ଷଣ ଅଟେ। ଏହି ଶକ୍ତି ଯାହା
ପାଖରେ ଥାଏ, ତାହା ଚୂଡାମଣି ଧାରଣ କରିଥିବା ରୂପରେ କୁହାଯାଏ।
କୁଣ୍ଡଳ-ଦ୍ୱୟ
[ କର୍ଣ-ଭୂଷଣ]-ଦିବ୍ୟ ଶ୍ରବଣ ଶକ୍ତି—
ଅତି
ଦୂରରୁ ଯେଉଁ ଧ୍ୱନି ହୁଏ ଓ ଅନ୍ତରରେ ଯେଉଁ ଶବ୍ଦ ହୋଇଥାଏ, ଏହାକୁ ସ୍ପଷ୍ଟ ରୂପରେ
ଶ୍ରବଣ କରିବାର ସାମ୍ୟର୍ଥ-ଶକ୍ତିକୁ କୁଣ୍ଡଳ-ଦ୍ୱୟ [ କର୍ଣ-ଭୂଷଣ] କୁହାଯାଏ। ଏହି ଶକ୍ତିର
ବର୍ଣନ କରି, ପରମ ହଂସ ଶ୍ରୀ ରାମକୃଷ୍ଣ ଦେବ କହିଥିଲେ—ସେହି ସମୟରେ ମୁ
ପିମ୍ପୁଡିର ଶବ୍ଦ ଶୁଣି ପାରୁଥିଲି ବା ଶବ୍ଦର ଭାବ ବୁଝିପାରୁଥିଲି।
କରକ [
ହସ୍ତା ଭରଣ]—ଦିବ୍ୟ-ଗ୍ରହଣ-ଶକ୍ତି—
ଏହି
ଆଭୁଷଣ ଦିବ୍ୟ-ଗ୍ରହଣ-ଶକ୍ତିର ଦ୍ୟୋତକ ଅଟେ। ଗୋଟିଏ ସ୍ଥାନରେ
ରହି, ବହୁତ ଦୂରରେ ଛିପା ହୋଇଥିବା ବସ୍ତୁର ଜ୍ଞାନ ପ୍ରାପ୍ତ କରିବାର
ଯେଉଁ ଶକ୍ତି ଅଟେ, ତାହାର ସୂଚକ ‘କରକ’ ଅଟେ।
କେୟୁର [
ବାହୁ-ଭୂଷଣ]-ଦିବ୍ୟ-ଧାରଣ-ଶକ୍ତି—
ଏହି
ଆଭୁଷଣ ଦିବ୍ୟ-ଧାରଣ-ଶକ୍ତିର ଦ୍ୟୋତକ ଅଟେ। ଏହି ଶକ୍ତିର
ପ୍ରଭାବରେ ଶ୍ରୀକୃଷ୍ଣ ଗୋବର୍ଦନ
ପର୍ବତ
ଉଠାଇ ପାରିଥିଲେ।
ନୁପୁର—[
ପାଦ-ଭୂଷଣ]-ଦିବ୍ୟ-ଗତି-ଶକ୍ତି—
ଏହି
ଶକ୍ତିର ପ୍ରଭାବରେ ଦୁର୍ଗମ ସ୍ଥାନରେ ଗମନ, ମୃତିକା, ପଥର ଆଦିରେ ପ୍ରବେଶ, ଆବଦ୍ଧ ସ୍ଥାନରୁ ଅନାୟାସ ନିର୍ଗମନ ଆଦି ଅଲୌକିକ କାର୍ଯ୍ୟ ସିଦ୍ଧ ହୋଇଥାଏ। ଯେପରି, ମହାତ୍ମା ତୈଲଙ୍ଗ ସ୍ଵାମୀ’ ଙ୍କୁ କାରାଗାରରେ ବନ୍ଦ କରିଦିଆ
ଯାଇଥିଲା, କିନ୍ତୁ ସ୍ଵାମିଜି ଏହି ଦିବ୍ୟ-ଶକ୍ତି ପ୍ରଭାବରେ
କାରାଗାରରୁ ବାହାରକୁ ଆସି ଯାଇଥିଲେ।
ଗ୍ରୈବେୟିକ—[
କଣ୍ଠ-ଭୂଷଣ]-ଦିବ୍ୟ-କଣ୍ଠ-ସ୍ଵର-
ଯାହାର
ବୁଦ୍ଧି ସତ୍ତ୍ଵରେ ନିର୍ମଳ ରହିଥାଏ, ତାହାର କଣ୍ଠ-ସ୍ଵର ଅତି ମଧୁର ଓ ଜନ-ପ୍ରିୟ ହୋଇଥାଏ। ଏହାଦ୍ବାରା, ପ୍ରତାଡନା କଲେ ମଧ୍ୟ କୌଣସି କ୍ରୋଧ କରିନଥାନ୍ତି, ଅପିତୁ ଆନନ୍ଦର ଅନୁଭବ
କରିଥାନ୍ତି।
ଅଂଗୁଲିୟକ—ଦିବ୍ୟ-ସ୍ପର୍ଶ-ଶକ୍ତି—
ଏହି
ଶକ୍ତି ଦ୍ଵାରା ସୂକ୍ଷ୍ମ ରୂପରେ ଲୁଚି ରହିଥିବା ବସ୍ତୁର ସ୍ପର୍ଶ ଦ୍ଵାରା କଠିନ କିମ୍ବା କୋମଳର
ଜ୍ଞାନ ହୋଇଥାଏ। ଏହି ଶକ୍ତି ଦ୍ଵାରା କେବଳ ସ୍ପର୍ଶ କରି ମହାତ୍ମା’ମାନେ ଯେ କୌଣସି ବ୍ୟକ୍ତିର ‘ କୁଣ୍ଡାଳିନୀ’ ଜାଗ୍ରତ କରିଥାନ୍ତି।
ଚତୁର୍ଭୁଜା—ଚାରୋଟି--ମହା-ବିଘ୍ନରୁ
ରକ୍ଷା—
‘ଭୂଜ୍’---ଅର୍ଥ—ରକ୍ଷକ, କାମୀ, ଭୋକ୍ତା, ଦୁଖ-ଭାଗୀ ଆଦି। ‘ଚତୁର୍ଭୁଜା’ ହୋଇଥିବାରୁ ଶ୍ରୀ ବାଲା ଚାରୋଟି ମହା-ବିଘ୍ନରୁ ଆମ ମାନଙ୍କୁ ରକ୍ଷା କରିଥାନ୍ତି। ‘ବେଦାନ୍ତ’ ମତରେ ନିର୍ବିକଳ୍ପ ସମାଧିର ବାଧକ ଚାରୋଟି ମହା-ବିଘ୍ନ—ଲୟ,
ବିକ୍ଷେପ, କଷାୟ, ରସାସ୍ଵାଦ। ଏହି ଚାରୋଟି
ବିଘ୍ନ-ଚତୁଷ୍ଟୟରୁ ସାଧକଙ୍କୁ ରକ୍ଷା କରନ୍ତି। ତେଣୁ, ଚତୁର୍ଭୁଜା ଅଟନ୍ତି। ଏହା ଅତିରିକ୍ତ ସିଏ
ଧର୍ମ, ଅର୍ଥ, କାମ, ମୋକ୍ଷ,--ପୁରୁଷାର୍ଥ-ଚତୁଷ୍ଟୟ ପ୍ରଦାନ କରିଥାନ୍ତି। ତେଣୁ, ସିଏ ଚତୁର୍ଭୁଜା ଅଟନ୍ତି।
ପାଶାଂକୁଶା-ବନ୍ଧନ-ସାଧନ-
‘ଅନୁରାଗ’ ଅଥବା ଆସକ୍ତି ଦ୍ଵାରା ଭଗବତୀ ଜୀବନକୁ ଆବଦ୍ଧ
କରିଥାନ୍ତି। ତେଣୁ, ଅନୁରାଗ ହିଁ ପାଶ ଅଟେ। ‘ରସ’ ତତ୍ତ୍ଵରେ ଅନୁରାଗ ସଜ୍ଜିତ ହୋଇଥାଏ। ତେଣୁ, ବରୁଣ ଦେବତାଙ୍କ ଏହି ବିଶେଷ ଅସ୍ତ୍ର-ପାଶ, ମା ବାଲାଙ୍କ
ହାତରେ ମଧ୍ୟ ଅଛି।
ଅନୁରାଗ
ଯେଉଁଠି ବାଧାକୁ ପ୍ରାପ୍ତ ହୋଇଥାଏ ସେଠାରେ ଦ୍ଵେଷ ପ୍ରକାଶ ହୋଇଥାଏ। ଏହି ଦ୍ଵେଷ ହିଁ ଅଙ୍କୁଶ
ଅଟେ। ଯେଉଁ ମୂର୍ଖ ଏହି ପ୍ଯାନକରେ ପଡି ରହିବା ଚାହିଁଥାଏ, ଭଗବତୀ ଏହି ଅସ୍ତ୍ର ଦ୍ଵାରା
ଆହୁରି ବନ୍ଧନରେ ରଖିଥାନ୍ତି।
ଅଭୟ-ମୁଦ୍ରା-ନିର୍ଭୟତ୍ତ୍ଵ--
ଅଭୟ
ମୁଦ୍ରା ଅର୍ଥ—ମାତାଙ୍କ ଶରଣରେ ରହି ନିର୍ଭୟ ହୁଅନ୍ତୁ।
ବର-ମୁଦ୍ରା-ଭଗବତୀଙ୍କ
ବରଣ—
ଦୈତ
ଭାବାପର୍ନ ମୂଢ ସାଧକ ଧନ, ପୁତ୍ର ଆଦି ନିମ୍ନ ଶ୍ରେଣୀର ବାର ନିମିତ ପ୍ରାର୍ଥନା
କରିଥାନ୍ତି। ମା ଶ୍ରୀବାଲା ଏହି ସବୁକୁ ଖେଳଣା ରୂପରେ ଦେଇ ବ୍ୟକ୍ତିକୁ ଭ୍ରମିତ କରିଥାନ୍ତି। ବର-ମୁଦ୍ରା’—ଏହି ମୁଦ୍ରା ଦେଖାଇ ଏହା ସୂଚନା ଦେଇଥାନ୍ତିଯେ କିଛି ନ ଚାହିଁ ତା’ଙ୍କୁ ବରଣ କରନ୍ତୁ। ତା’ଙ୍କୁ ବରଣ କଲେ ଉପାସନା ସଫଳ
ହୋଇଥାଏ।
ଆସନ-ଈଶ୍ବରଙ୍କ
ଆଠ ଐଶ୍ଵର୍ଯ୍ୟ—
ଶ୍ରୀ
ବାଲାଙ୍କ ଆସନର ଚାରି ପାଦରେ ବ୍ରହ୍ମା, ବିଷ୍ଣୁ, ରୁଦ୍ର ଓ ଇଶ୍ଵର ଅଛନ୍ତି।
ବ୍ରହ୍ମା—ଅଖଣ୍ଡ-ଚୈତନ୍ୟର ଯେଉଁ ଅଂଶରେ ‘ସୃଷ୍ଟି’ର କ୍ରିୟା ପ୍ରକାଶ ପାଉଅଛି, ସେହି ଚୈତନ୍ୟର ଅଂଶର ନାମ
ବ୍ରହ୍ମା ଅଟେ। ଅର୍ଥାତ, ଆତ୍ମା ଯେବେ
ସୃଷ୍ଟି-କ୍ରିୟାର ଅଭିଯାନ କରିଥାଏ, ତେବେ ସିଏ ବ୍ରହ୍ମା ଅଟନ୍ତି ଓ ସେହି ଚେତନାଧିଷ୍ଠାନ ଦ୍ଵାରା ଯେଉଁ
କ୍ରିୟା-ଶକ୍ତି ପ୍ରକାଶ ପାଇଥାଏ ସିଏ ‘ବ୍ରହ୍ମାଣୀ’ ଅଟନ୍ତି। ଅତ: ଶ୍ରିବାଲା ‘ବ୍ରହ୍ମାଣୀ’ ଅଟନ୍ତି।
ବିଷ୍ଣୁ—ଯେଉଁ
ଚୈତନ୍ୟାଶଂ ସ୍ଥିତି-ଶକ୍ତିର ଅଭିଯାନ କରିଥାଏ, ସେହି ବିଷ୍ଣୁ ଅଟନ୍ତି। ସ୍ଥିତି’ର ପାଳନ କରିବା ତା’ଙ୍କର ଶକ୍ତି ଅଟେ। ଅତ: ଶ୍ରୀବାଲା’ ବୈଷ୍ଣବୀ’ ଅଟନ୍ତି।
ରୁଦ୍ର—ଅଖଣ୍ଡ
ଚୈତନ୍ୟର ଯେଉଁ ଅଂଶ ଦ୍ଵାରା ପ୍ରଳୟ-କ୍ରିୟା ର ଭାବ ପ୍ରକାଶ ପାଇଥାଏ, ତା’ଙ୍କୁ ରୁଦ୍ର’ କୁହାଯାଏ ଓ ସେହି ଚେତନାଧିଷ୍ଠାନ ଦ୍ଵାରା
ଯେଉଁ ପ୍ରଳୟ-ଶକ୍ତି ପ୍ରକାଶ ପାଇଥାଏ, ତା’ଙ୍କୁ
ରୁଦ୍ରାଣୀ’ ବା ମାହେଶ୍ଵରୀ କୁହାଯାଏ। ଅତ: ଶ୍ରୀବାଲା ରୁଦ୍ରାଣୀ ବା
ମାହେଶ୍ଵରୀ ଅଟନ୍ତି।
ଇଶ୍ଵର—ଅଷ୍ଟ
ଐଶ୍ଵର୍ଯ୍ୟରେ ଯୁକ୍ତ—
ଅର୍ଥାତ, ଆତ୍ମ ଜ୍ଞାନ ପଥରେ
ଈଶ୍ଵରତ୍ତ୍ଵ ର ଭାବନା ହେବା ଏକ ପ୍ରବଳ ବାଧା ଅଟେ। ଈଶ୍ବରତ୍ଵ’ ପ୍ରତି
ବୈରାଗ୍ୟ ନହୋଇ ମମତାକୁ ଦୂର କରିବା ଅସମ୍ଭବ
ଅଟେ। ଅନେକ ସାଧକ ଏହି ଈଶ୍ଵରତ୍ତ୍ଵ ର ପ୍ରଲୋଭନରେ ପଡି ପଥଭ୍ରଷ୍ଟ ହୋଇଥାନ୍ତି। ପୂର୍ବ ଜନ୍ମର
ପୁଣ୍ୟ ବଳରେ, ଶ୍ରୀ ଗୁରୁଦେବଙ୍କ ଅହୈତୁକ କୃପାରେ ଓ ଭଗବତୀଙ୍କ
ଅତୁଳନୀୟ ଦୟା ଦ୍ଵାରା ହିଁ ସାଧକ ଏହି ଐଶ୍ଵର୍ଯ୍ୟ-ସଙ୍କଟ’ ରୁ ରକ୍ଷା
ପାଇ ପାରନ୍ତି। ବିଶିଷ୍ଟ ଦୟା ଦ୍ଵାରା ଭଗବତୀ ଯେବେ ସ୍ଵୟଂ ‘ଅଷ୍ଟ-ସିଦ୍ଧି’—ଶକ୍ତି ରୂପରେ ସାଧକ ସମ୍ମୁଖରେ ପ୍ରକଟ ହୁଅନ୍ତି, ତେବେ
ସେହି ସାଧକ ଏହି ଐଶ୍ଵର୍ଯ୍ୟରେ ସମ୍ମୋହିତ ହୁଅନ୍ତି ନାହି। ତେଣୁ, ଶ୍ରୀ ବାଲା, ଈଶ୍ଵରତ୍ତ୍ଵ’ ର ଅଷ୍ଟ ଐଶ୍ଵର୍ଯ୍ୟ କୁ ନିଜ ଭିତରେ ସମାହିତ
କରିଥାନ୍ତି ଯାଦ୍ବାରା ‘ ଇଶ୍ଵର’ ଭି
ଦେବୀଙ୍କ ପଲଙ୍ଗ’ ର ଏକ ପାଦ ରୂପରେ ଅଛନ୍ତି।
ପଲଙ୍ଗ’ର ଚାରି ପାଦ ଉପରେ ‘ସଦା-ଶିବ’ ରୂପୀ ଫଳକ ‘ଶ୍ରୁଙ୍ଖଳା’ ଶକ୍ତି ଅଟେ। କାଳ ଶକ୍ତି’ କୁ ଶ୍ରୁଙ୍ଖଳିତ ରଖିବା ଏହି
ଶକ୍ତିର କାର୍ଯ୍ୟ ଅଟେ। ‘ସଦା-ଶିବ’ –ରୂପୀ
ଦିକ୍- ଶକ୍ତିକୁ ଦବାଇ ନ ରଖିଲେ କାଳ-ଶକ୍ତିକୁ ସକ୍ରିୟ କରିବା ଅସମ୍ଭବ ଅଟେ। ତେଣୁ, ଶ୍ରୀ ବାଲା ଶିବ-ରୂପୀ’ ‘ଦିକ୍-ଶକ୍ତିକୁ
ବଶୀଭୂତ କରି କାଳ-ଶକ୍ତିକୁ ସକ୍ରିୟ କରିଥାନ୍ତି।
ଅନ୍ୟ
ଅର୍ଥରେ—ବ୍ରହ୍ମା-ସୃଷ୍ଟି, ବିଷ୍ଣୁ-ସ୍ଥିତି, ରୁଦ୍ର-ଲୟ, ଇଶ୍ଵର-illusion ଓ ସଦାଶିବ—ମୋକ୍ଷ,/ମୁକ୍ତି/ନିର୍ବାଣର ବୋଧ ଅଟେ। ନିର୍ବିଶେଷ ବ୍ରହ୍ମ ସ୍ଵ-ଶକ୍ତି ବିଳାସ ଦ୍ଵାରା
ବ୍ରହ୍ମା, ବିଷ୍ଣୁ ଇତ୍ୟାଦି ପଞ୍ଚ ଆଖ୍ୟାକୁ ପ୍ରାପ୍ତ ହୋଇ ବାମାଦୀ
ତଛକ୍ତି’ର ସାନ୍ନିଦ୍ଧ୍ୟରେ ଶ୍ରୂଷ୍ଟି,
ସ୍ଥିତି, ଲୟ, ନିଗ୍ରହ, ଓ ଅନୁଗ୍ରହ-ରୂପ-ପଞ୍ଚ-କୃତ୍ୟ ଗୁଡିକ ସମ୍ପାଦିତ କରିଥାନ୍ତି। ଏହି ସବୁ ନିଜର
ବାମାଦୀ-ଶକ୍ତି ରେ ରହିତ ହେଲେ ‘ପ୍ରେତ’
କୁହାଯାଏ। ବ୍ରହ୍ମା, ବିଷ୍ଣୁ, ରୁଦ୍ର, ଓ ଇଶ୍ଵର ଅଥବା ପୃଥିବୀ,
ଚନ୍ଦ୍ର, ସୂର୍ଯ୍ୟ, ଓ ପରମେଷ୍ଠୀ—ଏହି ଏମାନଙ୍କ’ର ଚାରି ପାଦ ଅଟେ ଓ ସଦା-ଶିବ-ସ୍ଵୟଂଭୂ ଫଳକ ଅଟନ୍ତି। ଏହା ଉପରେ
ମହା-କାମେଶ୍ଵରାଙ୍କ ସହିତ ମହା-କାମେଶ୍ଵରୀ ଅର୍ଥାତ ଭଗବତୀ ଷୋଡଶୀ ବିରାଜମାନ ଅଟନ୍ତି।
ରକ୍ତ କମଳ-ବ୍ରହ୍ମତ୍ତ୍ଵ--
‘ବ୍ରହ୍ମ-ସୂତ୍ର’ ରେ ବ୍ରହ୍ମଙ୍କ ନିରୂପଣ—‘ଜନ୍ମାଧ୍ୟସ୍ୟ ୟତ:’—ଯାହାଦ୍ୱାରା ସୃଷ୍ଟି, ସ୍ଥିତି ଓ ଲୟ ହୁଏ ସେହି ବ୍ରହ୍ମ ଅଟେ। ଏହି ବ୍ୟାଖ୍ୟା
ଅନୁଯାଇ ଶ୍ରୀ ବାଲା’ ହିଁ ବ୍ରହ୍ମ ଅଟେ।
ମୂଳ
ଶକ୍ତିଙ୍କ ତିନୋଟି ଆସନ ବା ଅଧିଷ୍ଠାନ ଅଟେ। ପ୍ରଥମ-‘ଇଛା-ଶକ୍ତି’ ବା ମନ’। ବ୍ରହ୍ମା ମନ’ର ଦ୍ୟୋତକ ଅଟନ୍ତି। ବସ୍ତୁତ: ମନ’ ହିଁ ‘ପ୍ରଜାପତି’’ ଅଥବା
ସୃଷ୍ଟି-କର୍ତ୍ତା ଅଟନ୍ତି। ବ୍ରହ୍ମାଙ୍କ
ଦ୍ୟୋତକ ‘କମଳ’ ଅଟେ। ସୃଷ୍ଟି ସମୟରେ
ଭଗବତୀ ଶ୍ରୀବାଲା କମଳାସିନା ଅଟନ୍ତି। ସୃଷ୍ଟିର
କ୍ରିୟାରେ ରଜ-ଗୁଣ’ ର ପ୍ରଧାନତା ସ୍ଵାଭାବିକ ଅଟେ। ଅତ: କମଳ ରକ୍ତ-ବର୍ଣ ଅଟେ। ସ୍ଥିତି’ ସମୟରେ ‘କମଳ’ କିମ୍ବା ‘ସିଂହ’ ର ଆସନ ହୋଇଥାଏ। ‘ଲୟ’ ସମୟରେ ଭଗବତୀଙ୍କ ଆସନ ‘ଶବ’
ହୋଇଥାଏ। ତେଣୁ, ସୃଷ୍ଟି-ସ୍ଥିତି-ଲୟ ର ଧ୍ୟାନ ଭିନ୍ନ ଭିନ ଅଟେ।
କୈଲାଶ ନାଥ ଅଗ୍ରୱାଲ, ଶ୍ରୀ ବିଦ୍ୟା ଉପାସକ

Comments
Post a Comment