Skip to main content

 

ଶ୍ରୀ ବିଦ୍ୟା—[୭]

ଶ୍ରୀ ବାଲା-ତ୍ରିପୁର-ସୁନ୍ଦରୀ—

ଏକ ଆଧ୍ୟାତ୍ମିକ ବିଶ୍ଳେଷଣ--

ତ୍ରିପୁରା-ବିଜାକ୍ଷର-ସରଳ-ସାଧନା—

କୌଳାବଳୀ ନିର୍ଣୟ---

ସାଧକ ଶୁକ୍ଳ ବସ୍ତ୍ର ପିନ୍ଧି, ଶ୍ଵେତ ଗନ୍ଧାଦି ରେ ଭୂଷିତ ହୋଇ, ଶୁକ୍ଳ-ପୁଷ୍ପ-ମାଳା ଧାରଣ କରି, ଶ୍ଵେତ ଆସନ ଉପରେ ବସି, ଶୁକ୍ଳ ପୁଷ୍ପ ଓ ଶ୍ଵେତ ରଙ୍ଗର ନୈବେଦ୍ୟ ଦ୍ଵାରା, [ଖିରୀ, ଦୁଗ୍ଧ, ନାନା ପ୍ରକାର ଅନ୍ନ, ଶର୍କରା ଓ ନାନା ପ୍ରକାର ଫଳ] ରେ ଯୁକ୍ତ ହୋଇଥିବ, ‘ବାଗ୍ଭବ ବୀଜ’-‘ଐଂ ର ସାଧନା କରନ୍ତୁବାଗିଶ୍ଵରୀ ଙ୍କ ଧ୍ୟାନ କରି ସାଧକ ଐଂ’-ବିଜକୁ ଜପ କରନ୍ତୁଧ୍ୟାନ—

କର୍ପୁର-ଧବଳାଂ ଶୁଭ୍ର-ପୁଷ୍ପାଭରଣଂ-ଭୂଷିତାମ୍,

ଅତ୍ୟନ୍ତ-ଶୁଭ୍ର-ବସନାଂ, ବଜ୍ର-ମୌକ୍ତିକ-ଭୂଷଣାମ୍

ମୁକ୍ତା-ଫଳଂ-ସମୁଦଭୂତ-ଜପ-ମାଳା-ଲସତ୍-କରାମ୍

ପୁସ୍ତକଂ ବର-ଦାନଂ ଚ, ଦଧତୀମଭୟ-ପ୍ରଦାମ୍’’

ଏହି ପ୍ରକାରରେ ଧ୍ୟାନ କରି ବାଗିଶ୍ଵରୀ ଙ୍କୁ ଯଥା-ବିଧି ପୂଜନ କରନ୍ତୁ। ତାପରେ ଏହା ଭାବନା କରନ୍ତୁ ଯେ ବାଗିଶ୍ଵରୀ, ମୂଳାଧାର ଠାରୁ ବ୍ରହ୍ମ-ରନ୍ଧ୍ର-ପର୍ଯ୍ୟନ୍ତ ପୀୟୂଷ ବର୍ଷା କରୁଥିବା ସମୟରେ ଜ୍ୟୋତିର୍ମୟୀ ହୋଇ ଜିହ୍ଵାଗ୍ରରେ ସ୍ଥିତ ଅଟନ୍ତି। ଏହି ଭାବନା କରୁଥିବା ସମୟରେ ସାଧକ ତିନି ଲକ୍ଷ ମନ୍ତ୍ର ଐଂ ଜପ କରନ୍ତୁ। ଏହି ସାଧନାରେ ଅତ୍ୟନ୍ତ ମୂର୍ଖ ଓ ଜଡ ବ୍ୟକ୍ତି ମଧ୍ୟ ବୃହସ୍ପତି ସମାନ ବାଗ୍ମୀ ହୋଇଥାଏ।

କାମ-ବୀଜ’—କ୍ଲୀଂ ର ସାଧନା ନିମିତ ରକ୍ତ-ବସ୍ତ୍ର, ରକ୍ତ-ଅଳଙ୍କାର ଓ ଲାଲ ଚନ୍ଦନ ଦ୍ଵାରା ଭୂଷିତ ହୋଇ ନାନା ପ୍ରକାର ଲାଲ ପୁଷ୍ପ ତଥା ବିବିଧ ପ୍ରକାର ଲାଲ ରଙ୍ଗର ନୈବେଦ୍ୟ ଦ୍ଵାରା ପୂଜା କରନ୍ତୁ। କାମେଶ୍ଵରୀ ଙ୍କ ଧ୍ୟାନ କରୁଥିବା ସମୟରେ କାମ-ବୀଜ’- କ୍ଲୀଂ ର ଜପ କରନ୍ତୁ।

ଧ୍ୟାନ—ମୁଲାଦି-ବ୍ରହ୍ମ-ରନ୍ଧ୍ରାନ୍ତ, ସ୍ଫୁରଦ୍-ଦୀପ୍ତି-ସ୍ବରୂପିଣୀମ୍

ବନ୍ଧୁକ-କୁସୁମାକାର-କାନ୍ତି-ଭୂଷଣ-ଭୂଷିତାମ୍

ଇକ୍ଷୁ-କୋଦଣ୍ଡ-ପୁଷ୍ପେଶୁ, ବରାଭୟ-ଲସତ୍-କରାମ୍

ଊଦ୍-ଦୀପ୍ତ-କାନ୍ତି-ସିନ୍ଦୁର-ଭାଲ-ତ୍ରିନଯନାନ୍ଵିତାମ୍’’

ପୁରଶ୍ଚରଣ ସଂଖ୍ୟା-ତିନି ଲକ୍ଷ। ଏହି ସାଧନା ଫଳ ସ୍ୱରୂପ ତ୍ରୈଲୋକ୍ୟ ବଶୀଭୂତ ହୋଇଥାଏ।

ଶକ୍ତି ବୀଜ—ସୌଃ

ଏହି ବୀଜ ମନ୍ତ୍ରର ସାଧନା ସ୍ଵ-ଶରୀରରେ ମୂଳାଧାର ଠାରୁ ବ୍ରହ୍ମ-ରନ୍ଧ୍ର ପର୍ଯ୍ୟନ୍ତ ବ୍ୟାପ୍ତ ଶକ୍ତିଶ୍ଵରୀ ଙ୍କ ଧ୍ୟାନ ନିମ୍ନ ପ୍ରକାର କରାଯାଏ—

‘’ସ୍ତ୍ରବତ୍-ପୀୟୂଷ-ଧାରାଭିବର୍ଷନ୍ତିଂ ବିଷ-ହାରିଣୀମ୍

ହେମ-ପ୍ରଭା-ଭାସମାନାଂ, ବିଦ୍ଦ୍ୟୁଲ୍ଲାତା-ସମ-ପ୍ରଭାମ୍

ସ୍ଫୁରଚ୍ଚନ୍ଦ୍ର-କଳା-ପୂର୍ଣ-କପାଲଂ ବରଦାଭୟେ

ଜ୍ଞାନ-ମୁଦ୍ରା ଚ ଦଧତିଂ, ସାକ୍ଷାଦମୃତ-ରୂପିଣୀମ୍’’

ପୁରଶ୍ଚରଣ- ତିନି ଲକ୍ଷ

ଏହି ଜପ ଫଳରେ ସମସ୍ତ ବିଗ୍ନ ଦୂର ହୋଇଥାଏ। ଯେଉଁ ସାଧକ ଉକ୍ତ ତ୍ରି-କୁଟ-ମାୟୀ ଭଗବତୀ ତ୍ରିପୁରାଙ୍କ ନାଭି-ମଣ୍ଡଲ-ହୃତ-ପଦ୍ମ-ମୁଖ-ମଣ୍ଡଳ-ମଧ୍ୟଗା ପଦ୍ମ-ରାଗ-ମଣି-ସ୍ଵଛା ପରିପୂର୍ଣା ରୂପରେ ଧ୍ୟାନ କରୁଥିବା ସମୟରେ ସାଧନାରେ ତତ୍ପର ହୁଏ, ସିଏ ଆଠ ଗୁଣ ଐଶ୍ଵର୍ଯ୍ୟ ପ୍ରାପ୍ତ କରିଥାଏମାତୃ-ଚକ୍ର ତାହାର ଶରୀରରେ ରୁହେ ଯାହାର ପ୍ରତାପରେ ସିଏ ପୁତ୍ରବାନ, ଧନବାନ, ଧୀର ହୋଇ ସୁଖୀ ହୋଇଥାଏ

ପୂର୍ଣ-ବିଦ୍ୟା ଅର୍ଥାତ ପୂର୍ଣ ମନ୍ତ୍ର-ଐଂ କ୍ଲୀଂ ସୌଃ ଜପ ଦ୍ଵାରା ସମସ୍ତ ପ୍ରାଣୀ ବଶୀଭୂତ ହୁଅନ୍ତି। ଐଂ-ବାକ୍-ପତିତ୍ଵ, କ୍ଲୀଂ’—କାମଦେବ-ସମାନ, ସୌଃ—ଶିବତ୍ଵ ଆଦି ପ୍ରାପ୍ତ ହୋଇଥାଏ। ଏହି କୁଟ ତ୍ରୟ ଦ୍ଵାରା ସର୍ବ-ସିଦ୍ଧି ହୋଇଥାଏ।  

କୈଲାଶ ନାଥ ଅଗ୍ରୱାଲ, ଶ୍ରୀବିଦ୍ୟା ଉପାସକ



 

Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...