Skip to main content

 

ଶ୍ରୀ ବିଦ୍ୟା—[୭]

ଶ୍ରୀ ବାଲା-ତ୍ରିପୁର-ସୁନ୍ଦରୀ—

ଏକ ଆଧ୍ୟାତ୍ମିକ ବିଶ୍ଳେଷଣ--

ତ୍ରିପୁରା-ବିଜାକ୍ଷର-ସରଳ-ସାଧନା—

କୌଳାବଳୀ ନିର୍ଣୟ---

ସାଧକ ଶୁକ୍ଳ ବସ୍ତ୍ର ପିନ୍ଧି, ଶ୍ଵେତ ଗନ୍ଧାଦି ରେ ଭୂଷିତ ହୋଇ, ଶୁକ୍ଳ-ପୁଷ୍ପ-ମାଳା ଧାରଣ କରି, ଶ୍ଵେତ ଆସନ ଉପରେ ବସି, ଶୁକ୍ଳ ପୁଷ୍ପ ଓ ଶ୍ଵେତ ରଙ୍ଗର ନୈବେଦ୍ୟ ଦ୍ଵାରା, [ଖିରୀ, ଦୁଗ୍ଧ, ନାନା ପ୍ରକାର ଅନ୍ନ, ଶର୍କରା ଓ ନାନା ପ୍ରକାର ଫଳ] ରେ ଯୁକ୍ତ ହୋଇଥିବ, ‘ବାଗ୍ଭବ ବୀଜ’-‘ଐଂ ର ସାଧନା କରନ୍ତୁବାଗିଶ୍ଵରୀ ଙ୍କ ଧ୍ୟାନ କରି ସାଧକ ଐଂ’-ବିଜକୁ ଜପ କରନ୍ତୁଧ୍ୟାନ—

କର୍ପୁର-ଧବଳାଂ ଶୁଭ୍ର-ପୁଷ୍ପାଭରଣଂ-ଭୂଷିତାମ୍,

ଅତ୍ୟନ୍ତ-ଶୁଭ୍ର-ବସନାଂ, ବଜ୍ର-ମୌକ୍ତିକ-ଭୂଷଣାମ୍

ମୁକ୍ତା-ଫଳଂ-ସମୁଦଭୂତ-ଜପ-ମାଳା-ଲସତ୍-କରାମ୍

ପୁସ୍ତକଂ ବର-ଦାନଂ ଚ, ଦଧତୀମଭୟ-ପ୍ରଦାମ୍’’

ଏହି ପ୍ରକାରରେ ଧ୍ୟାନ କରି ବାଗିଶ୍ଵରୀ ଙ୍କୁ ଯଥା-ବିଧି ପୂଜନ କରନ୍ତୁ। ତାପରେ ଏହା ଭାବନା କରନ୍ତୁ ଯେ ବାଗିଶ୍ଵରୀ, ମୂଳାଧାର ଠାରୁ ବ୍ରହ୍ମ-ରନ୍ଧ୍ର-ପର୍ଯ୍ୟନ୍ତ ପୀୟୂଷ ବର୍ଷା କରୁଥିବା ସମୟରେ ଜ୍ୟୋତିର୍ମୟୀ ହୋଇ ଜିହ୍ଵାଗ୍ରରେ ସ୍ଥିତ ଅଟନ୍ତି। ଏହି ଭାବନା କରୁଥିବା ସମୟରେ ସାଧକ ତିନି ଲକ୍ଷ ମନ୍ତ୍ର ଐଂ ଜପ କରନ୍ତୁ। ଏହି ସାଧନାରେ ଅତ୍ୟନ୍ତ ମୂର୍ଖ ଓ ଜଡ ବ୍ୟକ୍ତି ମଧ୍ୟ ବୃହସ୍ପତି ସମାନ ବାଗ୍ମୀ ହୋଇଥାଏ।

କାମ-ବୀଜ’—କ୍ଲୀଂ ର ସାଧନା ନିମିତ ରକ୍ତ-ବସ୍ତ୍ର, ରକ୍ତ-ଅଳଙ୍କାର ଓ ଲାଲ ଚନ୍ଦନ ଦ୍ଵାରା ଭୂଷିତ ହୋଇ ନାନା ପ୍ରକାର ଲାଲ ପୁଷ୍ପ ତଥା ବିବିଧ ପ୍ରକାର ଲାଲ ରଙ୍ଗର ନୈବେଦ୍ୟ ଦ୍ଵାରା ପୂଜା କରନ୍ତୁ। କାମେଶ୍ଵରୀ ଙ୍କ ଧ୍ୟାନ କରୁଥିବା ସମୟରେ କାମ-ବୀଜ’- କ୍ଲୀଂ ର ଜପ କରନ୍ତୁ।

ଧ୍ୟାନ—ମୁଲାଦି-ବ୍ରହ୍ମ-ରନ୍ଧ୍ରାନ୍ତ, ସ୍ଫୁରଦ୍-ଦୀପ୍ତି-ସ୍ବରୂପିଣୀମ୍

ବନ୍ଧୁକ-କୁସୁମାକାର-କାନ୍ତି-ଭୂଷଣ-ଭୂଷିତାମ୍

ଇକ୍ଷୁ-କୋଦଣ୍ଡ-ପୁଷ୍ପେଶୁ, ବରାଭୟ-ଲସତ୍-କରାମ୍

ଊଦ୍-ଦୀପ୍ତ-କାନ୍ତି-ସିନ୍ଦୁର-ଭାଲ-ତ୍ରିନଯନାନ୍ଵିତାମ୍’’

ପୁରଶ୍ଚରଣ ସଂଖ୍ୟା-ତିନି ଲକ୍ଷ। ଏହି ସାଧନା ଫଳ ସ୍ୱରୂପ ତ୍ରୈଲୋକ୍ୟ ବଶୀଭୂତ ହୋଇଥାଏ।

ଶକ୍ତି ବୀଜ—ସୌଃ

ଏହି ବୀଜ ମନ୍ତ୍ରର ସାଧନା ସ୍ଵ-ଶରୀରରେ ମୂଳାଧାର ଠାରୁ ବ୍ରହ୍ମ-ରନ୍ଧ୍ର ପର୍ଯ୍ୟନ୍ତ ବ୍ୟାପ୍ତ ଶକ୍ତିଶ୍ଵରୀ ଙ୍କ ଧ୍ୟାନ ନିମ୍ନ ପ୍ରକାର କରାଯାଏ—

‘’ସ୍ତ୍ରବତ୍-ପୀୟୂଷ-ଧାରାଭିବର୍ଷନ୍ତିଂ ବିଷ-ହାରିଣୀମ୍

ହେମ-ପ୍ରଭା-ଭାସମାନାଂ, ବିଦ୍ଦ୍ୟୁଲ୍ଲାତା-ସମ-ପ୍ରଭାମ୍

ସ୍ଫୁରଚ୍ଚନ୍ଦ୍ର-କଳା-ପୂର୍ଣ-କପାଲଂ ବରଦାଭୟେ

ଜ୍ଞାନ-ମୁଦ୍ରା ଚ ଦଧତିଂ, ସାକ୍ଷାଦମୃତ-ରୂପିଣୀମ୍’’

ପୁରଶ୍ଚରଣ- ତିନି ଲକ୍ଷ

ଏହି ଜପ ଫଳରେ ସମସ୍ତ ବିଗ୍ନ ଦୂର ହୋଇଥାଏ। ଯେଉଁ ସାଧକ ଉକ୍ତ ତ୍ରି-କୁଟ-ମାୟୀ ଭଗବତୀ ତ୍ରିପୁରାଙ୍କ ନାଭି-ମଣ୍ଡଲ-ହୃତ-ପଦ୍ମ-ମୁଖ-ମଣ୍ଡଳ-ମଧ୍ୟଗା ପଦ୍ମ-ରାଗ-ମଣି-ସ୍ଵଛା ପରିପୂର୍ଣା ରୂପରେ ଧ୍ୟାନ କରୁଥିବା ସମୟରେ ସାଧନାରେ ତତ୍ପର ହୁଏ, ସିଏ ଆଠ ଗୁଣ ଐଶ୍ଵର୍ଯ୍ୟ ପ୍ରାପ୍ତ କରିଥାଏମାତୃ-ଚକ୍ର ତାହାର ଶରୀରରେ ରୁହେ ଯାହାର ପ୍ରତାପରେ ସିଏ ପୁତ୍ରବାନ, ଧନବାନ, ଧୀର ହୋଇ ସୁଖୀ ହୋଇଥାଏ

ପୂର୍ଣ-ବିଦ୍ୟା ଅର୍ଥାତ ପୂର୍ଣ ମନ୍ତ୍ର-ଐଂ କ୍ଲୀଂ ସୌଃ ଜପ ଦ୍ଵାରା ସମସ୍ତ ପ୍ରାଣୀ ବଶୀଭୂତ ହୁଅନ୍ତି। ଐଂ-ବାକ୍-ପତିତ୍ଵ, କ୍ଲୀଂ’—କାମଦେବ-ସମାନ, ସୌଃ—ଶିବତ୍ଵ ଆଦି ପ୍ରାପ୍ତ ହୋଇଥାଏ। ଏହି କୁଟ ତ୍ରୟ ଦ୍ଵାରା ସର୍ବ-ସିଦ୍ଧି ହୋଇଥାଏ।  

କୈଲାଶ ନାଥ ଅଗ୍ରୱାଲ, ଶ୍ରୀବିଦ୍ୟା ଉପାସକ



 

Comments

Popular posts from this blog

  ଶ୍ରୀ ବିଦ୍ୟା—[ 51 ]- 24 - 07 -202 1 ଶ୍ରୀ ବାଲା-ବାଞ୍ଛା - ଦାତ୍ରୀ - ସ୍ତୋତ୍ରମ୍- ଐଂ ବିଦ୍ୟାକ୍ଷମାଲାସୁକପାଲମୁଦ୍ରାରାଜତ୍କରାଂ କୁନ୍ଦସମାନକାନ୍ତିମ୍ । ମୁକ୍ତାଫଲାଲଙ୍କୃତଶୋଭନାଙ୍ଗୀଂ ବାଲାଂ ଭଜେ ବାଙ୍ମୟସିଦ୍ଧିହେତୋଃ ॥ ୧॥ କ୍ଲୀଂ ଭଜେ କଲ୍ପବୃକ୍ଷାଧ ଉଦ୍ଦୀପ୍ତରତ୍ନାସନେ ସନ୍ନିଷଣ୍ଣାଂ ମଦାଘୂର୍ଣିତାକ୍ଷୀମ୍ । କରୈର୍ବୀଜପୂରଂ କପାଲେଷୁଚାପଂ ସପାଶାଙ୍କୁରାଂ ରକ୍ତବର୍ଣାଂ ଦଧାନାମ୍ ॥ ୨ ॥ ସୌଃ ବ୍ୟାଖ୍ୟାନମୁଦ୍ରାମୃତକୁମ୍ଭବିଦ୍ୟାଂ ଅକ୍ଷସ୍ରଜଂ ସନ୍ଦଧତୀଂ କରାବ୍ଜୈଃ । ଚିଦ୍ରୂପିଣୀଂ ଶାରଦଚନ୍ଦ୍ରକାନ୍ତିଂ ବାଲାଂ ଭଜେ ମୌକ୍ତିକଭୂଷିତାଙ୍ଗୀମ୍ ॥ ୩॥ ପାଶାଙ୍କୁଶୌ ପୁସ୍ତକମକ୍ଷସୂତ୍ରଂ କରୈର୍ଦଧାନାଂ ସକଲାମରାର୍ଚ୍ୟାମ୍ମ୍ । ରକ୍ତାଂ ତ୍ରିଣୋତ୍ରାଂ ଶଶିଶେଖରାଂ ତାଂ ଭଜେଽଖିଲର୍ଧ୍ୟୈ ତ୍ରିପୁରାଂ ଚ ବାଲାମ୍ ॥ ୪॥ ଆରକ୍ତାଂ ଶଶିଖଣ୍ଡମଣ୍ଡିତଜଟାଜୂଟାନୁବଦ୍ଧସ୍ରଜଂ      ବନ୍ଧୂକପ୍ରସବାରୁଣାମ୍ବରଧରାଂ ରକ୍ତାମ୍ବୁଜାଧ୍ୟାସିନୀମ୍ । ତ୍ୱାଂ ଧ୍ୟାୟାମି ଚତୁର୍ଭୁଜାଂ ତ୍ରିଣୟନାମାପୀନରମ୍ୟସ୍ତନୀଂ      ମଧ୍ୟେ ନିମ୍ନବଲିତ୍ରୟାଙ୍କିତତନୁଂ ତ୍ୱଦ୍ରୂପସମ୍ପତ୍ତୟେ ॥ ୫॥ ଆଧାରେ ତରୁଣାର୍କବିମ୍ବରୁଚିରଂ ସୋମପ୍ରଭଂ ବାଗ୍ଭବଂ      ବୀଜଂ ମାନ୍ମଥମିନ୍ଦ୍ରଗୋପକନିଭଂ ହୃତ୍ପଙ୍କଜେ ସଂସ୍ଥିତମ୍ । ରନ୍ଧ୍ରେ ବ୍ରହ୍ମପ...
 
 ପ୍ରସ୍ତୁତ ପୁସ୍ତକ, 'ବାସ୍ତୁ ଶାସ୍ତ୍ର ସୌଭାଗ୍ୟ' ରୁ ଉଦ୍ଧୃତ- ବାସ୍ତୁ ଶାସ୍ତ୍ର ସ୍ଥାପତ୍ୟ ବେଦର ଏକ ଅଙ୍ଗ ଅଟେ । ବେଦର ଅର୍ଥ ଜ୍ଞାନ ଅଟେ । “ ବିଶ୍ୱକର୍ମା ପ୍ରକାଶ ” ସବୁଠାରୁ ପ୍ରାଚୀନତମ ଗ୍ରନ୍ଥ ଅଟେ । ଏହାର ଲୋକପ୍ରିିୟତା ବିଶେଷ ଭାବେ ଉତର ଭାରତରେ ପାଳିତ ହେଉଅଛି । ବାସ୍ତୁ ଉପରେ ଅନ୍ୟାନ୍ୟ ଗ୍ରନ୍ଥ ଉପଲବ୍ଧ ଅଟେ । ଯଥା-ମତ୍ସ୍ୟ ପୁରାଣ , ଅଗ୍ନି ପୁରାଣ , ଭବିଷ୍ୟ ପୁରାଣ ଓ ବୃହତ ସଂହିଁତା । ଅନ୍ୟାନ୍ୟ ଗ୍ରନ୍ଥ ବାସ୍ତୁ ଉପରେ ବିଶେଷ ପରିଲିଖିତ ହେଉଅଛି ଯଥା-ମୟମତମ୍‌ , ମାନସାର , ସମରାଙ୍ଗଣ ସୁତ୍ରଧାର , ରାଜବଲ୍ଲଭ ଏବଂ ମନୁଷ୍ୟାଳୟ ଚନ୍ଦ୍ରିକା । ପ୍ରତିମା ବିଜ୍ଞାନ ନାମକ ଗ୍ରନ୍ଥ ବାସ୍ତୁର ଏକ ଅଭିନ୍ନ ଅଙ୍ଗ ଅଟେ । ଚାରୋଟି ବେଦ ଯଥା-ରିଗ୍‌ , ଯଜୁର୍ବେଦ , ଅଥର୍ବ ବେଦ ଏବଂ ଶାମବେଦ ଅଟେ । ଯଜୁର୍ବେଦରେ ରିଗ୍‌ବେଦର ଦେବତାଙ୍କର ମନ୍ତ୍ର ସହିତ ଆହୁତି ଦିଆଯାଇଥାଏ ଏବଂ ଏହି ବେଦରେ କର୍ମକାଣ୍ଡ ଉପରେ ବିସ୍ତୃତ ବର୍ଣ୍ଣନା କରାଯାଇଅଛି । ସାମ୍‌ବେଦରେ ରିଗ୍‌ବେଦର ମନ୍ତ୍ରକୁ କିପରି ଛନ୍ଦ ଓ ଗାୟନ ରୂପରେ ପ୍ରାର୍ଥନା କରାଯାଏ ତାହା ପ୍ରସ୍ତୁତ ହୋଇଅଛି । ଅଥର୍ବ ବେଦରେ ଜୀବନର ସମ୍ବନ୍ଧିତ ଜ୍ଞାନକୁ ବର୍ଣ୍ଣ ନା କରାଯାଇଅଛି । ବାସ୍ତୁ ଗ୍ରନ୍ଥ ଯଜୁର୍ବେଦର ଅଧିକ ନିକଟତର ଅଟେ । କାରଣ ଏହି ବେଦ ଯଜ୍ଞ ଉପରେ ବିଶେଷ ବର୍ଣ୍ଣନା କରିଅଛି । ବେଦ ବହିଗୁଡିକୁ କୈାଣସି ପୁରୁଷ ବ୍ୟକ୍ତି ଲେଖନାହାଁନ୍ତି । ତେଣୁ ...