ଶ୍ରୀବିଦ୍ୟା-[14]
ଶ୍ରିବାଲା ତ୍ରିପୁର-ସୁନ୍ଦରୀ-
[ପ୍ରୟୋଗାତ୍ମକ]—[ ଶ୍ଳୋକ-4]
ତ୍ରିପୁରା
ଭାରତୀ ଲଘୁ-ସ୍ତବଃ
ସୃଷ୍ଟିର ଆରମ୍ଭରେ ବ୍ରହ୍ମ ସତ୍ତା ସ୍ଵତ: ଚେତନ ହୋଇ ପ୍ରଥମେ ‘ଜ୍ଞାନ-ଶକ୍ତି’ କୁ ଉତ୍ପନ୍ନ କରିଥାଏ। ତା’ପରେ ‘ଇଛା-ଶକ୍ତି’ ପ୍ରକଟ ହୋଇଥାଏ ଓ ବ୍ରହ୍ମ-ସତ୍ତା ଇଛା କଲେ ଯେ ମୁ ଏକରୁ ଅନେକ ହୋଇଯିବି। ତା’ପରେ କ୍ରିୟା-ଶକ୍ତି ପ୍ରକଟ ହେଲେ ଓ ବ୍ରହ୍ମ-ସତ୍ତା
ସୃଷ୍ଟିର ରଚନା ଆରମ୍ଭ କଲେ। ଏହି ପ୍ରକାରରେ ବ୍ରହ୍ମ-ସତ୍ତା ଇଚ୍ଛା,
ଜ୍ଞାନ ଓ କ୍ରିୟା—ଏହି ତିନି ରୂପରେ ପ୍ରକଟ ହୋଇ ସଂସାର ରଚନା କରି ଥାନ୍ତି। ‘ଜ୍ଞାନ’ କୁ ଚିତ୍ତ-ଶକ୍ତି, ‘ଇଚ୍ଛା କୁ ‘ ଆନନ୍ଦ ଶକ୍ତି’ ଓ ‘କ୍ରିୟା’ କୁ ‘ସତ୍-ଶକ୍ତି’ କୁହାଯାଏ। ତେଣୁ, ‘ବ୍ରହ୍ମ-ସତ୍ତା’ ର ନାମ ‘ସଚ୍ଚିଦାନନ୍ଦ’ ମଧ୍ୟ
ଅଟେ।
ପ୍ରାଚୀନ ସମୟରେ ଏକ
ମନ୍ତ୍ର-ଶାସ୍ତ୍ର-ସିଦ୍ଧ ଶ୍ରୀ ଲଦ୍ଧ୍ୱାଚାର୍ଯ୍ୟ’ ଥିଲେ। ତାଙ୍କ ଦ୍ଵାରା ‘ବ୍ରହ୍ମ-ଧର୍ମ’ର ଗୂଢ ରୂପରେ ଏକ ସ୍ତୋତ୍ର ସ୍ଥାପିତ
କରିଥିଲେ। ଏହି ସ୍ତୋତ୍ର ‘ ଶ୍ରୀ ଲଘୁ-ସ୍ତବ-ରାଜ’ ନାମରେ ପ୍ରସିଦ୍ଧ ଅଟେ। ବ୍ରହ୍ମ ଧର୍ମ’ର ତିନୋଟି ବିଜାକ୍ଷର—ଜ୍ଞାନ
ଶକ୍ତି-‘ଐଂ’, ଇଛା-ଶକ୍ତି—କ୍ଲୀଂ’ ଓ କ୍ରିୟା ଶକ୍ତି—ସୌଃ ନିରୂପିତ ଅଟେ ଯାହାକି ବାଲା-ତ୍ରିପୁର-ସୁନ୍ଦରୀ ଙ୍କ ତ୍ରୟ
ଅକ୍ଷର ବୀଜ ମନ୍ତ୍ର ‘ଐଂ କ୍ଲୀଂ ସୌଃ’ ଅଟେ।
ପ୍ରଥମେ ସଂକଲ୍ପ, ବିନିଯୋଗ,
ରୃଷ୍ୟାଦି ନ୍ୟାସ, କର ନ୍ୟାସ, ଅଙ୍ଗ-ନ୍ୟାସ
କରି ତାପରେ ଧ୍ୟାନ ମନ୍ତ୍ର ପଢିବାକୁ ହୋଇଥାଏ ଓ 16 ଉପଚାର ଆଦି
କରିବାକୁ ହୋଇଥାଏ।
ଶ୍ରୀ ବାଲା-ଗର୍ଭିତ ଶ୍ରୀଯନ୍ତ୍ର—
ଫଳ-ପ୍ରାପ୍ତି—ବିଦ୍ୟା-ପ୍ରାପ୍ତି
‘ଯନ୍ନିତ୍ୟେ ତବ
କାମରାଜମପରଂ ମନ୍ତ୍ରାକ୍ଷରଂ ନିଷ୍କଲଂ
ତତ୍ ସାରସ୍ୱତମିତ୍ୟବୈତି
ବିରଲଃ କଶ୍ଚିଦ୍ ବୁଧଶ୍ଚେଦ୍ ଭୁବି ।
ଆଖ୍ୟାନଂ
ପ୍ରତିପର୍ୱ ସତ୍ୟତପସୋ ଯତ୍କୀର୍ତୟନ୍ତୋ ଦ୍ୱିଜାଃ
ପ୍ରାରମ୍ଭେ ପ୍ରଣବାସ୍ପଦଂ
ପ୍ରଣୟିତାଂ ନୀତ୍ୱୋଚ୍ଚରନ୍ତି ସ୍ଫୁଟମ୍’॥ ୪॥
ମନ୍ତ୍ର—‘’ଓଁ ବ: ସରସ୍ଵତ୍ୟୈ ନମ:’’ ଉକ୍ତ ମନ୍ତ୍ରକୁ
ପ୍ରାତ: , ମଧ୍ୟାହ୍ନ ଓ ସନ୍ଧ୍ୟା ସମୟ –ଜପ -1000 ଥର ପ୍ରତ୍ଯେକ
ସନ୍ଧ୍ୟା—ଫଳ—ବିଦ୍ୟା ପ୍ରାପ୍ତି। ସମୟ ଅବଧି-40
ଦିନ-/ 160 ଦିନ, ପଞ୍ଚ ଉପଚାର
ପୂଜା
[ ପୂର୍ଣାଭିଷିକ୍ତ ଶ୍ରୀବିଦ୍ୟା
ଉପାସକ ଙ୍କ ଦ୍ଵାରା ପ୍ରାଣ-ପ୍ରତିଷ୍ଠିତ ଶ୍ରୀ ବାଲା ଗର୍ଭିତ ଶ୍ରୀ ଯନ୍ତ୍ର ସମୁଖରେ ବସି ପାଠ
କଲେ ଫଳ-ପ୍ରଦ ହୋଇଥାଏ।]
Please like/comment the post
କୈଲାଶ ନାଥ ଅଗ୍ରୱାଲ, ଶ୍ରୀବିଦ୍ୟା ଉପାସକ

Comments
Post a Comment