ଶ୍ରୀବିଦ୍ୟା-[18]
ଶ୍ରିବାଲା ତ୍ରିପୁର-ସୁନ୍ଦରୀ-
[ପ୍ରୟୋଗାତ୍ମକ]—[ ଶ୍ଳୋକ-9 ]-ପୁତ୍ର--ପ୍ରାପ୍ତି
ତ୍ରିପୁରା ଭାରତୀ ଲଘୁସ୍ତବଃ
ସୃଷ୍ଟିର ଆରମ୍ଭରେ ବ୍ରହ୍ମ ସତ୍ତା ସ୍ଵତ: ଚେତନ ହୋଇ ପ୍ରଥମେ ‘ଜ୍ଞାନ-ଶକ୍ତି’ କୁ ଉତ୍ପନ୍ନ କରିଥାଏ। ତା’ପରେ ‘ଇଛା-ଶକ୍ତି’ ପ୍ରକଟ ହୋଇଥାଏ ଓ
ବ୍ରହ୍ମ-ସତ୍ତା ଇଛା କଲେ ଯେ ମୁ ଏକରୁ ଅନେକ ହୋଇଯିବି। ତା’ପରେ କ୍ରିୟା-ଶକ୍ତି ପ୍ରକଟ
ହେଲେ ଓ ବ୍ରହ୍ମ-ସତ୍ତା ସୃଷ୍ଟିର ରଚନା ଆରମ୍ଭ କଲେ। ଏହି ପ୍ରକାରରେ ବ୍ରହ୍ମ-ସତ୍ତା ଇଚ୍ଛା, ଜ୍ଞାନ ଓ କ୍ରିୟା—ଏହି ତିନି ରୂପରେ ପ୍ରକଟ ହୋଇ
ସଂସାର ରଚନା କରି ଥାନ୍ତି। ‘ଜ୍ଞାନ’ କୁ
ଚିତ୍ତ-ଶକ୍ତି, ‘ଇଚ୍ଛା
କୁ ‘ ଆନନ୍ଦ
ଶକ୍ତି’ ଓ ‘କ୍ରିୟା’ କୁ ‘ସତ୍-ଶକ୍ତି’ କୁହାଯାଏ। ତେଣୁ, ‘ବ୍ରହ୍ମ-ସତ୍ତା’ ର ନାମ ‘ସଚ୍ଚିଦାନନ୍ଦ’ ମଧ୍ୟ ଅଟେ।
ପ୍ରାଚୀନ ସମୟରେ ଏକ ମନ୍ତ୍ର-ଶାସ୍ତ୍ର-ସିଦ୍ଧ ଶ୍ରୀ ଲଦ୍ଧ୍ୱାଚାର୍ଯ୍ୟ’ ଥିଲେ। ତାଙ୍କ ଦ୍ଵାରା ‘ବ୍ରହ୍ମ-ଧର୍ମ’ର ଗୂଢ ରୂପରେ ଏକ ସ୍ତୋତ୍ର
ସ୍ଥାପିତ କରିଥିଲେ। ଏହି ସ୍ତୋତ୍ର ‘ ଶ୍ରୀ ଲଘୁ-ସ୍ତବ-ରାଜ’ ନାମରେ ପ୍ରସିଦ୍ଧ ଅଟେ। ବ୍ରହ୍ମ
ଧର୍ମ’ର
ତିନୋଟି ବିଜାକ୍ଷର—ଜ୍ଞାନ
ଶକ୍ତି-‘ଐଂ’, ଇଛା-ଶକ୍ତି—କ୍ଲୀଂ’ ଓ କ୍ରିୟା ଶକ୍ତି—ସୌଃ ନିରୂପିତ ଅଟେ ଯାହାକି
ବାଲା-ତ୍ରିପୁର-ସୁନ୍ଦରୀ ଙ୍କ ତ୍ରୟ ଅକ୍ଷର ବୀଜ ମନ୍ତ୍ର ‘ଐଂ କ୍ଲୀଂ ସୌଃ’ ଅଟେ.
ସିଏ ନିଜେ ଦିଆଯାଇଥିବା ଶ୍ଳୋକର ଫଳ ଅନୁଭୂତ କରିଥିଲେ ଯାହାକୁ ଏଠାରେ ପ୍ରସ୍ତୁତ କରା
ଯାଊଅଛି। ଏହି ସ୍ତବରେ 21 ଶ୍ଳୋକ ଅଛି।
ପ୍ରଥମେ ସଂକଲ୍ପ, ବିନିଯୋଗ, ରୃଷ୍ୟାଦି ନ୍ୟାସ, କର ନ୍ୟାସ, ଅଙ୍ଗ-ନ୍ୟାସ କରି ତାପରେ ଧ୍ୟାନ
ମନ୍ତ୍ର ପଢିବାକୁ ହୋଇଥାଏ ଓ 16 ଉପଚାର ଆଦି କରିବାକୁ ହୋଇଥାଏ।
ଶ୍ରୀବାଲା-ଗର୍ଭିତ ଶ୍ରୀଯନ୍ତ୍ର-
ଫଳ-ପ୍ରାପ୍ତି—ପୁତ୍ର-ପ୍ରାପ୍ତି
ଯେ ସିନ୍ଦୂରପରାଗପୁଞ୍ଜପିହିତାଂ ତ୍ୱତ୍ତେଜସା ଦ୍ୟାମିମା-
ମୁର୍ୱୀ ଚାପି ବିଲୀନୟାବକରସପ୍ରସ୍ତାରମଗ୍ନାମିବ ।
ପଶ୍ୟନ୍ତି କ୍ଷଣମପ୍ୟନନ୍ୟମନସସ୍ତେଷାମନଙ୍ଗଜ୍ୱର-
କ୍ଲାନ୍ତାସ୍ତ୍ରସ୍ତକୁରଙ୍ଗଶାବକଦୃଶୋ ବଶ୍ୟା ଭବନ୍ତି ସ୍ତ୍ରିୟଃ ॥ ୯॥
ମନ୍ତ୍ର—‘’ଓଁ
ହ୍ରାଂ ହ୍ରୀଂ ହ୍ରଃ ପୂଚ୍ରଂ କୁରୁ-କୁରୁ-ସ୍ଵାହା’’ ଉକ୍ତ ମନ୍ତ୍ରକୁ ପ୍ରାତ: , ମଧ୍ୟାହ୍ନ ଓ ସନ୍ଧ୍ୟା ସମୟ –ଜପ -1000 ଥର ପ୍ରତ୍ଯେକ ସନ୍ଧ୍ୟା—ଫଳ—ପୁତ୍ର- ପ୍ରାପ୍ତି। ସମୟ ଅବଧି-40 ଦିନ-/ 160 ଦିନ, 16 ଉପଚାର ପୂଜା
[ ପୂର୍ଣାଭିଷିକ୍ତ
ଶ୍ରୀବିଦ୍ୟା ଉପାସକ ଙ୍କ ଦ୍ଵାରା ପ୍ରାଣ-ପ୍ରତିଷ୍ଠିତ ଶ୍ରୀ ବାଲା ଗର୍ଭିତ ଶ୍ରୀ ଯନ୍ତ୍ର
ସମୁଖରେ ବସି ପାଠ କଲେ ଫଳ-ପ୍ରଦ ହୋଇଥାଏ।]
Please like/comment the post
କୈଲାଶ ନାଥ ଅଗ୍ରୱାଲ, ଶ୍ରୀବିଦ୍ୟା ଉପାସକ

Comments
Post a Comment