ଶ୍ରୀବିଦ୍ୟା-[27]-15-6-2021
ଶ୍ରିବାଲା ତ୍ରିପୁର-ସୁନ୍ଦରୀ-
[ପ୍ରୟୋଗାତ୍ମକ]—[ ଶ୍ଳୋକ-19 ]-କଲ୍ୟାଣ-ପ୍ରାପ୍ତି
ତ୍ରିପୁରା
ଭାରତୀ ଲଘୁସ୍ତବଃ-15-6-2021
ସୃଷ୍ଟିର ଆରମ୍ଭରେ ବ୍ରହ୍ମ ସତ୍ତା ସ୍ଵତ: ଚେତନ ହୋଇ ପ୍ରଥମେ ‘ଜ୍ଞାନ-ଶକ୍ତି’ କୁ ଉତ୍ପନ୍ନ କରିଥାଏ। ତା’ପରେ ‘ଇଛା-ଶକ୍ତି’ ପ୍ରକଟ ହୋଇଥାଏ ଓ ବ୍ରହ୍ମ-ସତ୍ତା ଇଛା କଲେ ଯେ ମୁ ଏକରୁ ଅନେକ ହୋଇଯିବି। ତା’ପରେ କ୍ରିୟା-ଶକ୍ତି ପ୍ରକଟ ହେଲେ ଓ
ବ୍ରହ୍ମ-ସତ୍ତା ସୃଷ୍ଟିର ରଚନା ଆରମ୍ଭ କଲେ। ଏହି ପ୍ରକାରରେ ବ୍ରହ୍ମ-ସତ୍ତା ଇଚ୍ଛା, ଜ୍ଞାନ ଓ କ୍ରିୟା—ଏହି ତିନି ରୂପରେ ପ୍ରକଟ ହୋଇ ସଂସାର ରଚନା କରି ଥାନ୍ତି। ‘ଜ୍ଞାନ’ କୁ ଚିତ୍ତ-ଶକ୍ତି, ‘ଇଚ୍ଛା କୁ ‘ ଆନନ୍ଦ ଶକ୍ତି’ ଓ ‘କ୍ରିୟା’ କୁ ‘ସତ୍-ଶକ୍ତି’ କୁହାଯାଏ। ତେଣୁ, ‘ବ୍ରହ୍ମ-ସତ୍ତା’ ର ନାମ ‘ସଚ୍ଚିଦାନନ୍ଦ’ ମଧ୍ୟ
ଅଟେ।
ପ୍ରାଚୀନ ସମୟରେ ଏକ
ମନ୍ତ୍ର-ଶାସ୍ତ୍ର-ସିଦ୍ଧ ଶ୍ରୀ ଲଦ୍ଧ୍ୱାଚାର୍ଯ୍ୟ’ ଥିଲେ। ତାଙ୍କ ଦ୍ଵାରା ‘ବ୍ରହ୍ମ-ଧର୍ମ’ର ଗୂଢ ରୂପରେ ଏକ ସ୍ତୋତ୍ର ସ୍ଥାପିତ
କରିଥିଲେ। ଏହି ସ୍ତୋତ୍ର ‘ ଶ୍ରୀ ଲଘୁ-ସ୍ତବ-ରାଜ’ ନାମରେ ପ୍ରସିଦ୍ଧ ଅଟେ। ବ୍ରହ୍ମ ଧର୍ମ’ର ତିନୋଟି ବିଜାକ୍ଷର—ଜ୍ଞାନ
ଶକ୍ତି-‘ଐଂ’, ଇଛା-ଶକ୍ତି—କ୍ଲୀଂ’ ଓ କ୍ରିୟା ଶକ୍ତି—ସୌଃ ନିରୂପିତ ଅଟେ ଯାହାକି ବାଲା-ତ୍ରିପୁର-ସୁନ୍ଦରୀ ଙ୍କ ତ୍ରୟ
ଅକ୍ଷର ବୀଜ ମନ୍ତ୍ର ‘ଐଂ କ୍ଲୀଂ ସୌଃ’ ଅଟେ.
ସିଏ ନିଜେ ଦିଆଯାଇଥିବା ଶ୍ଳୋକର
ଫଳ ଅନୁଭୂତ କରିଥିଲେ ଯାହାକୁ ଏଠାରେ ପ୍ରସ୍ତୁତ କରା ଯାଊଅଛି। ଏହି ସ୍ତବରେ 21 ଶ୍ଳୋକ ଅଛି।
ପ୍ରଥମେ ସଂକଲ୍ପ, ବିନିଯୋଗ,
ରୃଷ୍ୟାଦି ନ୍ୟାସ, କର ନ୍ୟାସ, ଅଙ୍ଗ-ନ୍ୟାସ
କରି ତାପରେ ଧ୍ୟାନ ମନ୍ତ୍ର ପଢିବାକୁ ହୋଇଥାଏ ଓ 16 ଉପଚାର ଆଦି
କରିବାକୁ ହୋଇଥାଏ।
ଶ୍ରୀବାଲା-ଗର୍ଭିତ ଶ୍ରୀଯନ୍ତ୍ର-
ଆ
ଈ ପଲ୍ଲବିତୈଃ ପରସ୍ପରୟୁତୈର୍ଦ୍ୱି-ତ୍ରିକ୍ରମାଦ୍ୟକ୍ଷରୈଃ
କାଦ୍ୟୈଃ କ୍ଷାନ୍ତଗତୈଃ
ସ୍ୱରାଦିଭିରଥ କ୍ଷାନ୍ତୈଶ୍ଚ ତୈଃ ସସ୍ୱରୈଃ ।
ନାମାନି
ତ୍ରିପୁରେ! ଭବନ୍ତି ଖଲୁ ଯାନ୍ୟତ୍ୟନ୍ତଗୁହ୍ୟାନି ତେ
ତେଭ୍ୟୋ ଭୈରବପତ୍ନି ବିଂଶତିସହସ୍ରେଭ୍ୟଃ
ପରେଭ୍ୟୋ ନମଃ ॥ ୧୯॥
ମନ୍ତ୍ର—‘’ ଓଁ ଜଗନ୍ମାତ୍ରେ ନମ:’’ ଉକ୍ତ ମନ୍ତ୍ରକୁ
ପ୍ରାତ: , ମଧ୍ୟାହ୍ନ ଓ ସନ୍ଧ୍ୟା ସମୟ –ଜପ -1000 ଥର ପ୍ରତ୍ଯେକ
ସନ୍ଧ୍ୟା,—ଫଳ—କଲ୍ୟାଣ- ପ୍ରାପ୍ତି। ସମୟ ଅବଧି-40 ଦିନ-/ 160 ଦିନ, 16 ଉପଚାର ପୂଜା
Kailash nath agrawal

Comments
Post a Comment