Skip to main content

 

ଶ୍ରୀ ବିଦ୍ୟା—[33]-22-6-2021

ଶ୍ରୀଲଲିତା-ତ୍ରିପୁରସୁନ୍ଦରୀ-ହୃଦୟସ୍ତୋତ୍ରମ୍-22-6-2021

[ବ୍ୟାଖ୍ୟା ସହିତ]-ଗତାଙ୍କରୁ ଆଗେ-ଶ୍ଳୋକ--8 to 11

ଶ୍ରୀଗଣେଶାୟ ନମଃ ॥

ଶ୍ରୀଉମା-ମହେଶ୍ୱରାଭ୍ୟାଂ ନମଃ ॥

ପଞ୍ଚ ଉପଚାର ପୂଜା କୃତ୍ଵା

ମୂଳ-ହୃଦୟ-ସ୍ତୋତ୍ର-ପାଠ

ଯା ସୁରାସୁରରଣେ ଜବାନ୍ୱିତା ଆଜଘାନ ଜଗଦମ୍ବିକାଽଜିତା ।

ତାଂ ଭଜାମି ଜନନୀଂ ଜଗଜ୍ଜନିଂ ଯୁଦ୍ଧୟୁକ୍ତ-ଦିତିଜାନ୍ସୁଦୁର୍ଜୟାନ୍ ॥ ୮॥

ବିଶ୍ଵ ଶାନ୍ତି ନିମିତ ଉଗ୍ର ରାକ୍ଷାସ ମାନଙ୍କୁ ଲଢେଇ କରି ଯିଏ ମାରୁଛନ୍ତି, ତାଙ୍କୁ ମୁ ଭଜନ କରୁଅଛି

 ଯୋଗିନାଂ ହୃଦୟସଙ୍ଗତାଂ ଶିବାଂ ଯୋଗୟୁକ୍ତମନସାଂ ଯତାତ୍ମନାମ୍ ।

ଜାଗ୍ରତୀଂ ଜଗତି ଯତ୍ନତୋ ଦ୍ୱିଜା ଯାଂ ଜପନ୍ତି ହୃଦି ତାଂ ଭଜାମ୍ୟହମ୍  ୯॥

ଯୋଗରେ ନିମଗ୍ନ ଯୋଗୀ ମାନଙ୍କ ହୃଦୟରେ ଯିଏ ରହୁଛନ୍ତି ଓ ସଂସାରରେ ଦ୍ଵିଜ-ଗଣ ଯେଉଁ ଜାଗ୍ରତ ଶିବାଙ୍କୁ ହୃଦୟରେ ଜପ କରନ୍ତି, ତାଙ୍କୁ ମୁ ସ୍ମରଣ କରୁଅଛି

କଲ୍ପକାସ୍ତୁ କଲୟନ୍ତି କାଲିକାଂ ଯତ୍କଲା କଲିଜନୋପକାରିକା ।

କୌଲିକାଲିକଲିତାନ୍ଘ୍ରିପଙ୍କଜାଂ ତାଂ ଭଜାମି କଲିକଲ୍ମଷାପହାମ୍ ॥ ୧୦॥

କଳି-କାଳରେ ଲୋକମାନଙ୍କ କଲ୍ୟାଣ-କାରିଣୀ କାଳିକା ଯେଉଁ କଳାର ଧ୍ୟାନ କୌଳ ସାଧକ କରୁଛନ୍ତି ଓ କଳିର ପାପକୁ ନଷ୍ଟ କରୁଥିବା ତାଙ୍କର ଚରଣ-କମଳର ସେବା କରିଆସୁଛନ୍ତି, ତାଙ୍କୁ ମୁ ସ୍ମରଣ କରୁଅଛି

ବାଲାର୍କାନନ୍ତଶୋଚିର୍ନ୍ନିଜ-ତନୁ-କିରଣୈର୍ଦ୍ଦୀପୟନ୍ତୀଂ ଦିଗନ୍ତାନ୍

ଦୀପ୍ତୈର୍ଦ୍ଦେଦୀପ୍ତମାନାଂ ଦନୁଜ-ଦଲ-ବନାନଲ୍ପଦାବାନ-ଲାଭାମ୍ ।

ଦାନ୍ତୋଦନ୍ତୋଗ୍ରଚିତାଂ ଦଲିତଦିତିସୁତାଂ ଦର୍ଶନୀୟାଂ ଦୁରନ୍ତାଂ

ଦେବୀଂ ଦୀନାର୍ଦ୍ରଚିତ୍ତାଂ ହୃଦି ମୁଦିତମନାଃ ଷୋଡଶୀଂ ସଂସ୍ମରାମି ॥ ୧୧॥

ବାଳ-ସୂର୍ଯ୍ୟର ଅସଂଖ୍ୟ କିରଣ ଯେପରି ନିଜ ଶରୀରର ଆଭା ଦ୍ଵାରା ପ୍ରକାଶିତ କରୁଥିବା, ଅସୁର ମାନଙ୍କ ସମୂହ-ରୂପ ବନ ନିମିତ ଦାବାନଳ ପରି ଉଗ୍ର ଦୀପ୍ତି ରଖୁଥିବା, ରାକ୍ଷାସଙ୍କ ଗର୍ବକୁ ନିଜର ତେଜ ଦ୍ଵାରା ଦଗ୍ଧ କରୁଥିବା ଓ ଭକ୍ତଙ୍କ ନିମିତ ଦୟା-ପୂର୍ଣ ଚିତ୍ତ ରଖୁଥିବା ଜ୍ଞାନ-ଦାୟିନୀଙ୍କୁ  ମୁ ସାନନ୍ଦ ଧ୍ୟାନ କରୁଅଛି

 କୈଲାଶ ନାଥ ଅଗ୍ରୱାଲ,

ଶ୍ରୀ ବିଦ୍ୟା ଉପାସକ

Continue….



Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...