Skip to main content

 

ଶ୍ରୀ ବିଦ୍ୟା—[34]-23-6-2021

ଶ୍ରୀଲଲିତା-ତ୍ରିପୁରସୁନ୍ଦରୀ-ହୃଦୟସ୍ତୋତ୍ରମ୍-23-6-2021

[ବ୍ୟାଖ୍ୟା ସହିତ]-ଗତାଙ୍କରୁ ଆଗେ-ଶ୍ଳୋକ--12 to 18

ଶ୍ରୀଗଣେଶାୟ ନମଃ ॥

ଶ୍ରୀଉମା-ମହେଶ୍ୱରାଭ୍ୟାଂ ନମଃ ॥

ପଞ୍ଚ ଉପଚାର ପୂଜା କୃତ୍ଵା

ମୂଳ-ହୃଦୟ-ସ୍ତୋତ୍ର-ପାଠ

 ଧୀରାନ୍ଧନ୍ୟାନ୍ଧରିତ୍ରୀଧବ-ବିଧୃତ-ଶିରୋ -ଧୂତଧୂଲ୍ୟବ୍ଜପାଦାଂ

ଘୃଷ୍ଟାନ୍ଧାରାଧରାଧୋ ବିନିଧୃତ-ଚପଲା-ଚାରୁଚନ୍ଦ-ପ୍ରଭାଭାମ୍ ।

ଧର୍ମ୍ୟାନ୍ଧୂତୋପହାରାନ୍ଧରଣି-ସୁର-ଧବୋଦ୍ଧାରିଣୀଂ ଧ୍ୟେୟରୂପାଂ

ଧୀମଦ୍ଧନ୍ୟାତିଧନ୍ୟାନ୍ଧନଦଧନବୃତାଂ ସୁନ୍ଦରୀଂ ଚିନ୍ତୟାମି ॥ ୧୨॥

ଅଜ୍ଞାନ-ନାଶିନୀ, ଶେଷ-ନାଗର ଶିର ଉପରେ ଚରଣ-କମଳ ରଖୁଥିବା, ବିଦ୍ୟୁତ ଓ ସୁନ୍ଦର ଚନ୍ଦ୍ରମା ପରି ଆଭା, ପୂଜା ଉପଚାରକୁ ସ୍ଵୀକାର କରି ପୃଥିବୀର ଦେବ-କୁଳକୁ ଉଧାର କରୁଥିବା, ଧ୍ୟାନ-ଗମ୍ୟା, ବୁଦ୍ଧିମାନଙ୍କ

ଉପାସ୍ୟା, କୁବେର ଦ୍ଵାରା ଦ୍ଵାରା ବନ୍ଦିତା, ତ୍ରିପୁର-ସୁନ୍ଦରୀଙ୍କୁ ମୁ ଭାବନା କରୁଅଛି

ଜୟତୁ ଜୟତୁ ଜଲ୍ପା ଯୋଗିନୀ ଯୋଗୟୁକ୍ତା

ଜୟତୁ ଜୟତୁ ସୌମ୍ୟା ସୁନ୍ଦରୀ ସୁନ୍ଦରାସ୍ୟା ।

ଜୟତୁ ଜୟତୁ ପଦ୍ମା ପଦ୍ମିନୀ କେଶବସ୍ୟ

ଜୟତୁ ଜୟତୁ କାଲୀ କାଲିନୀ କାଲକାନ୍ତା ୧୩

ଯୋଗିନୀ ମାତାଙ୍କ ଜୟ ହେଉ, ବିଷ୍ନୁଙ୍କ ଲକ୍ଷ୍ମୀଙ୍କ ଜୟ ହେଉ, ସୁନ୍ଦର ମୁଖ ଥିବା ତ୍ରିପୁରା ସୁନ୍ଦରିଙ୍କ ଜୟ ହେଉ,

ମହା-କାଳଙ୍କ ସୁନ୍ଦର ଶକ୍ତି କାଳୀଙ୍କ ଜୟ ହେଉ ଯିଏ କାଳକୁ ମଧ୍ୟ ଲୟ କରିଥାନ୍ତି   

ଜୟତୁ ଜୟତୁ ଖର୍ୱା ଷୋଡଶୀ ବେଦହସ୍ତା

ଜୟତୁ ଜୟତୁ ଧାତ୍ରୀ ଧର୍ମିଣୀ ଧାତୃଶାନ୍ତିଃ ।

ଜୟତୁ ଜୟତୁ ବାଣୀ ବ୍ରହ୍ମଣୋ ବ୍ରହ୍ମବନ୍ଦ୍ୟା

ଜୟତୁ ଜୟତୁ ଦୁର୍ଗା ଦାରିଣୀ ଦେବଶତ୍ରୋଃ ॥ ୧୪॥

ବେଦ-ହସ୍ତା ସରସ୍ଵତିଙ୍କ ଜୟ ହେଉ, ବିଧାତାଙ୍କ ଶକ୍ତି ଓ ବ୍ରାହ୍ମଣଙ୍କ ବନ୍ଦନୀୟା ଅଟନ୍ତିଦେବ-ଶତୃଙ୍କ ସଂହାର କରୁଥିବା ଦୂର୍ଗାଙ୍କ ଜୟ ହେଉ।

ଦେବି ତ୍ୱଂ ସୃଷ୍ଟିକାଲେ କମଲଭବଭୃତା ରାଜସୀ ରକ୍ତରୂପା

ରକ୍ଷାକାଲେ ତ୍ୱମମ୍ବା ହରିହୃଦୟଧୃତା ସାତ୍ୱିକୀ ଶ୍ୱେତରୂପା ।

ଭୂରିକ୍ରୋଧା ଭବାନ୍ତେ ଭବଭବନଗତା ତାମସୀ କୃଷ୍ଣରୂପା

ଏତାଶ୍ଚାନ୍ୟାସ୍ତ୍ୱମେବ କ୍ଷିତମନୁଜମଲା ସୁନ୍ଦରୀ କେବଲାଦ୍ୟା ॥ ୧୫॥

ହେ ଦେବୀ, ସୃଷ୍ଟି ସମୟରେ ତମେ ରକ୍ତ-ବର୍ଣା ରାଜସୀ, ରକ୍ଷା କରୁଥିବା ସମୟରେ ତମେ ଶ୍ଵେତ-ବର୍ଣା—ସାତ୍ବିକି ମାତା, ସଂହାର ସମୟରେ ତମେ ନୀଳ ବର୍ଣ ତାମସୀ ଅଟ ଏହିସବୁ ତଥା ଅନ୍ୟ ରୂପ, ପୃଥିବୀରେ ପୂଜନୀୟ ଅଟେ, ତମର ହିଁ ଅଟେତମେହିଁ ଏକମାତ୍ର ଆଦ୍ୟା ତ୍ରିପୁର-ସୁନ୍ଦରୀ ଅଟ

ସୁମଲଶମନମେତଦ୍ଦେବି ଗୋପ୍ୟଂ ଗୁଣଜ୍ଞେ

    ଗ୍ରହଣମନନୟୋଗ୍ୟଂ ଷୋଡଶୀୟଂ ଖଲଘ୍ନମ୍ ।

ସୁରତରୁସମଶୀଲଂ ସମ୍ପ୍ରଦଂ ପାଠକାନାଂ

    ପ୍ରଭବତି ହୃଦୟାଖ୍ୟଂ ସ୍ତୋତ୍ରମତ୍ୟନ୍ତମାନ୍ୟମ୍ ॥ ୧୬॥

ଇଦଂ ତ୍ରିପୁରସୁନ୍ଦର୍ୟାଃ ଷୋଡଶ୍ୟାଃ ପରମାଦ୍ଭୁତମ୍ ।

ଯଃ ଶୃଣୋତି ନରଃ ସ୍ତୋତ୍ରଂ ସ ସଦା ସୁଖମଶ୍ନୁତେ ॥ ୧୭॥

ନ ଶୂଦ୍ରାୟ ପ୍ରଦାତବ୍ୟଂ ଶଠାୟ ମଲିନାତ୍ମନେସମଲାତ୍ମନେ

ଦେୟଂ ଦାନ୍ତାୟ ଭକ୍ତାୟ ବ୍ରାହ୍ମଣାୟ ବିଶେଷତଃ ॥ ୧୮॥

ଏହି ଅମୋଘ ସ୍ତବନ ସାଧକଙ୍କ ଦ୍ଵାରା ପ୍ରତିଦିନ ଜପନୀୟ ଅଟେଶ୍ରବଣ ଓ ମନନ ଦ୍ଵାରା ଏହା ବୁଝା ପଡିଥାଏ। ଏହି ସ୍ତୋତ୍ର ପାପ ନାଶକ ଅଟେ। କଳ୍ପ-ବୃକ୍ଷ ସମାନ ଏହା ଫଳ ଦାୟକ ଅଟେ ଓ ପାଠ-କର୍ତ୍ତା ଙ୍କୁ ଆନନ୍ଦିତ କରିଥାଏ। ହୃଦୟ ନାମକ ଏହି ସ୍ତୋତ୍ର ଗୋପନୀୟ ଅଟେ। ତ୍ରିପୁର-ସୁନ୍ଦରୀଙ୍କ ଏହି ହୃଦୟ ସ୍ତୋତ୍ର ଅତି ବିଲକ୍ଷଣ ଅଟେ। ତମେହିଁ ଏକ-ମାତ୍ର ଆଦ୍ୟା ତ୍ରିପୁର-ସୁନ୍ଦରୀ ଅଟ। [16 & 17 &18]

ଇତି ଶ୍ରୀଷୋଡଶୀ-ହୃଦୟ-ସ୍ତୋତ୍ରଂ ଅଥବା ଶ୍ରୀଲଲିତା-ତ୍ରିପୁର-ସୁନ୍ଦରୀ-ହୃଦୟ-ସ୍ତୋତ୍ରମ୍ ସମାପ୍ତମ୍

କୈଲାଶ ନାଥ ଅଗ୍ରୱାଲ,

ଶ୍ରୀ ବିଦ୍ୟା ଉପାସକ



Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...